May 20, 2025

ବରୁଣେଇ କୃଷକ ଏକତା ମଞ୍ଚ ପକ୍ଷରୁ ସାଂସଦ ଙ୍କୁ ସମ୍ବର୍ଦ୍ଧିତ

Share

୧- ସାଂସଦ ଙ୍କ ପ୍ରତିଶୃତି ପରେ ବୁଝିଲେ ଗ୍ରାମବାସୀ, ୨- ବିରୋଧ କରୁଥିବା ଗ୍ରାମବାସୀ ପ୍ରକଳ୍ପ ପାଇଁ ମାଟି ପରୀକ୍ଷଣ ପାଇଁ ରାଜି ୩- ଗ୍ରାମବାସୀ ମାନଙ୍କ ସମସ୍ତ ସମସ୍ୟା ଦୂର କରିବାକୁ ପ୍ରତିଶୃତି ଦେଇଛନ୍ତି ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ l ପେଟ୍ରୋ କେମିକାଲ୍ସ ପ୍ରକଳ୍ପ ପାଇଁ ଜମି ହରାଉଥିବା ପ୍ରତାପପୁର ଓ ଫତେପୁର ଗ୍ରାମବାସୀ ହାଇକୋର୍ଟ ରେ ରୁଜୁ କରିଥିବା ମାମଲାରେ ଗ୍ରାମବାସୀ ମାନଙ୍କ ସପକ୍ଷରେ ରାୟ ପ୍ରକାଶ ପାଇବା ପରେ ଜମି ହରାଉଥିବା ଚାଷୀ ମାନଙ୍କୁ କ୍ଷତିପୂରଣ ବାବଦ ଅର୍ଥରାଶି ଉଭୟ ସରକାର ଓ ଚାଷୀ ମାନିନେବା ସହିତ ଯେ ପର୍ଯ୍ୟନ୍ତ ମାନ୍ୟବର ହାଇକୋର୍ଟ ଙ୍କ ତରଫରୁ ନିର୍ଦେଶ ନ ଆସିଛି ସେ ପର୍ଯ୍ୟନ୍ତ କମ୍ପାନୀ ତରଫରୁ କୌଣସି ନିର୍ମାଣ କାର୍ଯ୍ୟ କରାଯିବ ନାହିଁ ବୋଲି ମାନ୍ୟବର ହାଇକୋର୍ଟ ନିର୍ଦେଶ ଦେଇଛନ୍ତି l ଏ ନେଇ ବରୁଣେଇ କୃଷକ ଏକତା ମଞ୍ଚ ର ଉପଦେଷ୍ଟା ଡ଼. ସୁଧାଂଶୁ ମହାପାତ୍ର , ନବଘନ ସ୍ଵାଇଁ, ରବୀନ୍ଦ୍ର ସାମଲ, ଜୟଦେବ ମହାପାତ୍ର, ରାମଚନ୍ଦ୍ର ପରିଡ଼ା ପ୍ରମୁଖ ଙ୍କ ନେତୃତ୍ୱରେ ସାଂସଦ ଙ୍କୁ ଏକ ଶୋଭାଯାତ୍ରା ରେ ପାଛୋଟି ନେବା ସହିତ ଆୟୋଜିତ ସାଧାରଣ ସଭାରେ ଉଭୟ ଗ୍ରାମ ପ୍ରତାପପୁର ଓ ଫତେପୁର ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରିଥିଲେ lଏ ନେଇ ସାଂସଦ ଙ୍କ ତରଫରୁ ଜିଲ୍ଲାପାଳ,ଏସପି, ଙ୍କ ସହିତ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ, ଏବଂ ଚାଷୀଙ୍କ ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା ଉକ୍ତ ଆଲୋଚନା ସଫଳ ହେବାପରେ ଗଣ୍ଡକିପୁର ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ବରୁଣେଇ କୃଷକ ଏକତା ମଞ୍ଚ ତରଫରୁ ଆୟୋଜିତ ସଭାରେ ଜମି ହରାଉଥିବା ଚାଷୀ ପରିବାର ମାନଙ୍କ ସହିତ ଆଲୋଚନା ସଫଳ ହେବା ସହିତ ମୃତ୍ତିକା ପରୀକ୍ଷଣ ପାଇଁ ଗ୍ରାମବାସୀ ସହମତି ହୋଇଛନ୍ତି l ଯାହା ଫଳରେ ପ୍ରକଳ୍ପ ପାଇଁ ସୃଷ୍ଟି ହୋଇଥିବା ଅସନ୍ତୋଷ ସାଂସଦଙ୍କ ମାଧ୍ୟମରେ ସମାଧାନ ର ରାସ୍ତା ପରିଷ୍କାର ହୋଇଛି l ଜମି ହରାଉଥିବା ଗ୍ରାମବାସୀ କିପରି ସେମାନଙ୍କ ଜମିର ଉଚିତ ମୂଲ୍ୟ ପାଇବେ ଏ ନେଇ ପ୍ରତିଶୃତି ଦେବ ଏବଂ କମ୍ପାନୀ ର ସିଏସଆର ଅର୍ଥ ରେ ସ୍ଥାନୀୟ ଗ୍ରାମ ଗୁଡିକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ ସାଂସଦ ଉପସ୍ଥିତ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି l ତେବେ ପ୍ରକଳ୍ପ ପାଇଁ ଉଭୟ ପ୍ରତାପପୁର ଏବଂ ଫତେପୁର ଗ୍ରାମର ୨ ହଜାର ୩୧ ଏକର ଜମିରୁ ପ୍ରାୟ ବ୍ୟକ୍ତିଗତ ଜମି ୭୨୨ ଏକର ଜମି ଅଧିଗ୍ରହଣ କରାଯାଇଥିବା ସୂଚନା ମିଳିଛି l (ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)