ମିଲର ମଣ୍ଡିରୁ ଧାନ ନ ଉଠାଇଲେ ହୋଇପାରେ କାର୍ଯ୍ୟାନୁଷ୍ଠାନ l ( ଏଫ ଏ କ୍ୟୁ ସାହାଯ୍ୟରେ ମିଲର ମଣ୍ଡି ରୁ ଉଠାଇବେ ଧାନ )

ଗୋପ :- 24/01/2025 ( ) ପୁରୀ ଜିଲ୍ଲାର 11 ଟା ବ୍ଲକ ରେ 187 ଟି ମଣ୍ଡି ସ୍ଥାପନ ହୋଇଛି ସେଥିମଧ୍ୟରୁ 56 ଟି ମଣ୍ଡି ର ନିଜସ୍ୱ ଗୃହ ନିର୍ମାଣ ନିମନ୍ତେ ନୂତନ ସରକାର ଟେଣ୍ଡର ପ୍ରକ୍ରିୟା କରିଛନ୍ତି l ଉକ୍ତ ଜିଲ୍ଲା ର 21 ଜଣ ମିଲର ଙ୍କୁ 187 ଟି ମଣ୍ଡିରୁ ଧାନ ସଂଗ୍ରହ କରିବାପାଇଁ ସ୍ଵାକ୍ଷର ହୋଇଛି l ଆର ଏମ ସି “ରେଗୁଲେଟର ମାର୍କେଟିଙ୍ଗ କମିଟି” ଵା ନିୟନ୍ତ୍ରିତ ବଜାର କମିଟି ପୁରୀ ଜିଲ୍ଲାରେ ଦୁଇଟି ସ୍ଥାନରେ ରହିଛି l ସେଥିମଧ୍ୟରୁ ଗୋଟେ ହେଲା ନିମାପଡା ଓ ଅନ୍ୟ ଟି ହେଲା ସାକ୍ଷୀଗୋପାଳ ଠାରେ ରହିଛି l ଏଥିରେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇଛି l ଚାଷୀଙ୍କ ଠାରୁ ଗ୍ରେଡେସନ ଦ୍ଵାରା ଧାନ ସଂଗ୍ରହ କରାଯିବାର ବ୍ୟବସ୍ତା ରହିଛି l ଯାହାର କାର୍ଯ୍ୟ ଶୈଳୀ ହେଉଛି ଚାଷୀଙ୍କ ଠାରୁ ସଂଗୃତ ଧାନର ଆଦ୍ରତ ସହିତ ଅନ୍ୟାନ୍ୟ ମାନ ନିର୍ଧାରଣ କରାଯାଇଥାଏ l ତତ୍କାଳୀନ ସରକାର ଙ୍କ ସମୟ ରେ ଚାଷୀଙ୍କୁ ମିଲରମାନଙ୍କ ଶୋଷଣ କରାଯାଉଥିଲା, ଯାହାଫଳରେ କୀ ଚାଷୀଙ୍କୁ କଟନୀ ଚଟନୀ ର ସମ୍ମୁଖୀନ ହେବାକୁ ପଡୁଥିଲା l ଏହାଦ୍ଵାରା ଚାଷୀଙ୍କୁ କୁଇଣ୍ଟାଲ ପିଛା 6 କେଜି ର ଘାଟା ସହିବାକୁ ପଡୁଛି l ସମଗ୍ର ପୁରୀ ଜିଲ୍ଲାରେ ଗୋଟିଏ ମାତ୍ର ସ୍ଥାନରେ ନିଜସ୍ୱ ମଣ୍ଡି ତାହା ମଧ୍ୟ ପ୍ରଯ୍ୟାପ୍ତ ପରିମାଣରେ ଅବାଦ୍ୟାକୟୀ ବନ୍ଦୋବସ୍ତ ନାହିଁ l ଯାହାଫଳରେ କୀ ଚାଷୀମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଯଦିଓ କେନ୍ଦ୍ର ସରକାର ଙ୍କ ପକ୍ଷରୁ ମଣ୍ଡି ର ଗୃହ ନିର୍ମାଣ ନିମନ୍ତେ ବ୍ୟୟ ବରାଦ ର ଶତକଡା ଦୁଇ ଭାଗ ଅଂଶର ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି l ମଣ୍ଡି ର ଗୃହ ନିର୍ମାଣ ଓ ଚାଷୀଙ୍କ ଧାନ କୁ ସୁରକ୍ଷିତ ରଖିବା ସହିତ ଆବଶ୍ୟକତା ପଡିଲେ ଉକ୍ତ ସ୍ଥାନରେ ଚାଷୀ ଙ୍କ ରହିବା ଖାଇବା ଆଦି ର ବ୍ୟବସ୍ଥା ରହିବା କଥା l ଦୁଃଖ ଓ ପରିତାପର ବିଷୟ ଟି ହେଲା ରାଜ୍ୟରେ ଦୀର୍ଘ ବର୍ଷଧରି ନବୀନ ସରକାର ମଣ୍ଡି ପାଇଁ ନିଜସ୍ୱ ଗୃହ ନିର୍ମାଣ କରିନାହାନ୍ତି l ଏଣୁ ଚାଷୀମାନେ ଅସ୍ଥାୟୀ ମଣ୍ଡିରେ ଧାନ ଅସୁରୁକ୍ଷିତ ଭାବେ ଦେଇଥାନ୍ତି ଆଉ ମିଲରମାନେ ନିଜ ଇଛା ମୁତାବକୁ ମୂଲ୍ୟ ଧାର୍ଯ୍ୟ କରନ୍ତି ଦଲାଲ ଙ୍କ ମାଧ୍ୟମରେ ଧାନ ସଂଗ୍ରହ କରନ୍ତି l ନୂତନ ସରକାର ଙ୍କ ଆଗମନ ପରେ ଉକ୍ତ ଜିଲ୍ଲାରେ ଥିବା 187 ଟି ମଣ୍ଡିରୁ ବର୍ତମାନ ସୁଦ୍ଧା 56 ଟି ମଣ୍ଡିର ନିଜସ୍ୱ ଗୃହ ଓ ଅବାଦ୍ୟାକୟୀ ଭିତିଭୂମି ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି l ଦୁର୍ଭାଗ୍ୟ ବଶତଃ ପୁର୍ବ ସରକାର ଙ୍କ ସମୟ ରୁ ମଣ୍ଡି ର ଭିତିଭୂମି ର ବିକାଶ କ୍ଷେତ୍ରରେ କୌଣସି ଆଗ୍ରହ ପ୍ରକାଶ କରିନାହାନ୍ତି l ଧାନ ମଣ୍ଡି ନିମନ୍ତେ ନିୟୋଜିତ ବିଭାଗୀୟ ଅଧିକାରୀ ଓ ସମବାୟ ସମିତି ର ନିର୍ବାଚିତ ପ୍ରତିନିଧି ଏବଂ କିଛି ଦଲାଲ ଙ୍କ ଦ୍ଵାରା ବ୍ୟାପକ ପରିମାଣରେ ଅର୍ଥ ହରିଲୁଟ କରାଯାଉଥିବା କଥା ଚର୍ଚ୍ଚା ହେଉଛି l ବର୍ତମାନ ନୂତନ ସରକାର ଙ୍କ ଦ୍ଵାରା ଏଟିଫିସିଆଲ ଇଣ୍ଟେଲିଜେନ୍ସ ଗ୍ରେନ ଅନାଲାଇଜର ପଦ୍ଦତି ଦ୍ଵାରା ଧାନର ସମସ୍ତ ମାନ ସ୍ପଷ୍ଟ ହୋଇଥାଏ l ଆଉ ଯେଉଁ ଚାଷୀ ଙ୍କ ର ଧାନ ଭଲ ହୋଇଥିବ ସେମାନଙ୍କୁ ଭଲ ଟଙ୍କା ହିଁ ମିଳିବ l କିନ୍ତୁ କିଛି ଲାଭ ଖୋର ମିଲରମାନେ ଚାଷୀଙ୍କୁ ଠାରୁ ଉତ୍ତମମାନର ଧାନ ସଂଗ୍ରହ କରିବା ପ୍ରଣାଳୀ କୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବୋଲି କୃଷକ ଯୁବମୋର୍ଚା ର ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ସ୍ୱାଇଁ ଅଭିଯୋଗ କରିଛନ୍ତି l ଆଗାମୀ ଦିନରେ ରାଜ୍ୟ ସରକାର ଚାଷୀ ହିତ ଦୁଷ୍ଟିରୁ ପ୍ରତେକ ପଞ୍ଚାୟତ ରେ ଚାଷୀଙ୍କ ଦ୍ଵାରା ଧାନ ସଂଗ୍ରହ ଓ କ୍ରେୟ ବିକ୍ରେୟ ଏବଂ ଧାନର ସଠିକ ମୂଲ୍ୟ ପ୍ରାପ୍ତ ହୋଇପାରିବ ବୋଲି ଶ୍ରୀଯୁକ୍ତ ସ୍ୱାଇଁ କହିଛନ୍ତି l ଚାଷୀ ଙ୍କ ଠାରୁ ମିଲର ସଂଗ୍ରହ କରୁଥିବା ଧାନରୁ ଶତକଡା 86 ଭାଗ ଚାଉଳ ବାହାର କରିବା କଥା କିନ୍ତୁ ମିଲରମାନେ ତାହା ନ କରି ଚାଷୀଙ୍କ ଠାରୁ ଦଲାଲ ଙ୍କ ମଧ୍ୟରେ ଶାଗ ମାଛ ମୂଲ୍ୟ ରେ ଧାନ ସଂଗ୍ରହ କରି କୋଟି କୋଟି ଟଙ୍କାର ମୁନଫା କରୁଥିଲେ l ନୂତନ ସରକାର ଆସିଲାପରେ ଧାନର ଏଫ କେ ୟୁ ର ମୂଲ୍ୟ ବୃଦ୍ଧି କରାଇଛନ୍ତି କୁଇଣ୍ଟାଲ ପିଛା 31 ଶହ ଟଙ୍କା ମୂଲ୍ୟ ବୃଦ୍ଧି କରାଯାଇଛି l ସେଥିପାଇଁ ପ୍ରତେକ ମଣ୍ଡି ରେ ଗୋଟେ ଲେଖା ଟ୍ୟାକ୍ସ ଫୋରର୍ସ ଗଠନ କରାଯାଇଛି ଜଣେ ନୋଡାଲ ଅଫିସର, ତହସିଲଦାର, ବିଡ଼ିଓ, ଅତିରିକ୍ତ ବିଡ଼ିଓ ସହିତ ଅନ୍ୟାନ୍ୟ ପଦାଧିକାର ଅଧିକାରୀ ରହିବେ l ଏହିଭଳି ଯଦି ସୁଚାରୁରୂପେ କାର୍ଯ୍ୟ ହୁଏ କୋଟି କୋଟି ଟଙ୍କାର ବାଟମାରଣା ବନ୍ଦ ହୋଇଯିବ ଜାଣି ସମଗ୍ର ପୁରୀ ଜିଲ୍ଲାର ଥିବା କୌଣସି ମଣ୍ଡି ରୁ ଧାନ ମିଲର ମାଲିକମାନେ ଉଠାଇବେ ନାହିଁ l ସେଥିପାଇଁ ବିଭାଗୀୟ ମନ୍ତ୍ରୀଙ୍କ ପକ୍ଷରୁ ମିଲର ଙ୍କୁ ଶୋ କଜ ନୋଟିସ ଦିଆଯାଇଥିଲା ଯାହାର ଫଳସରୂପ ମିଲରମାନେ ଏଫ ଏ କ୍ୟୁ ସାହାଯ୍ୟରେ ମଣ୍ଡିରୁ ଧାନ ଉଠାଇବେ ବୋଲି କହିଛନ୍ତି l ଯେଉଁମାନେ ନ ଉଠାଇବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କ୍ଷର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀଙ୍କ ସ୍ପଷ୍ଟ ସୂଚନା l ଏଣୁ ଚାଷୀ ହିତ ଦୁଷ୍ଟିରୁ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଚାଷୀ ଙ୍କ ପକ୍ଷରୁ ଦାବୀ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ