ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାଇରିଆ ନିୟନ୍ତ୍ରଣ ପାଇଁ ପଦକ୍ଷେପ

ପୁରୀ ୨୪/୧ ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ କଣାସ ର ଡାଇରିଆ ପ୍ରଭାବିତ ଅଞ୍ଚଳରେ ସୁସ୍ଥତା ଫେରାଇ ଆଣିବାକୁ ତ୍ବରାନ୍ବିତ ପଦକ୍ଷେପ ନିଆଯାଇଛି।ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ନାରାୟଣ ପ୍ରସାଦ ନନ୍ଦ ଙ୍କ ତତ୍ତ୍ୱାବଧାନରେ ସ୍ବାସ୍ଥ୍ୟ ଟିମ କଣାସ ର ବିଭିନ୍ନ ଗ୍ରାମରେ ତଦାରଖ କରୁଛନ୍ତି। ଆଜି କଣାସ ର ଡାଇରିଆ ପ୍ରପୀଡ଼ିତ ସମସ୍ତ ଗ୍ରାମ ରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ଘର ବୁଲି ସଚେତନତା ସୃଷ୍ଟି କରାଯିବା ସହ ସମସ୍ତଙ୍କୁ ହାଲୋଜିନ ଟାବଲେଟ, ଓ ଆର ଏସ ଓ ତରଳ ଝାଡ଼ା ପ୍ରତିଷେଧକ ଔଷଧ ବଣ୍ଟନ କରା ଯାଇଥିଲା ।ଜାଗୁଲାଇପଦର୍, ନୂଆଗାଁ ଠାରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା ।ସେହିପରି ଦୟା ନଦୀ ର ପାଣି ବ୍ୟବହାର ନ କରିବା ପାଇଁ ଅନୁରୋଧ ଓ ପରାମର୍ଶ ଦିଆ ଯାଇଛି।
ଆଜି ସୁଦ୍ଧା ୮୮ ଜଣ ଡାଇରିଆ ରୋଗୀ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ୭୩ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି। ୧୨ ଜଣ ବିଭିନ୍ନ ଡାକ୍ତରଖାନା ରେ ରହି ଚିକିତ୍ସିତ ହେଉଛନ୍ତି।ଆଜି ମାତ୍ର ୩ ଜଣ ରୋଗୀ ଚିହ୍ନଟ ହୋଇ କଣାସ ମେଡିକାଲ୍ ରେ ଚିକିତ୍ସିତ ହେଉଛନ୍ତି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା ରୂପ ଭାନୁ ମିଶ୍ର ସୂଚନା ଦେଇଛନ୍ତି।ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ଦ୍ବାରା ଦିଆଯାଉଥିବା ବାର୍ତ୍ତା କୁ ପାଳନ କରିବା ପାଇଁ ଗ୍ରାମବାସୀ ଙ୍କୁ ବାରମ୍ବାର ଅନୁରୋଧ କରାଯାଉଛି ଏବଂ ଦୟା ନଦୀ ର ପାଣି କୁ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦିଆଯାଉଛି।ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ସ୍ବାସ୍ଥ୍ୟ କର୍ମୀ ମାନେ ଘରକୁ ଘର ବୁଲି ଓ ଆର ଏସ ପିଆଇବା ସହ ଜଳ ଉତ୍ସ ବିଶୋଧନ ଓ ସଚେତନତା ସୃଷ୍ଟି କରୁଛନ୍ତି।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ