ବି କୋଟିବାଡ଼ି ଉଚ୍ଚ ବିଦ୍ୟାଳୟରେ ନେତାଜୀ ଜୟନ୍ତୀ

ଗାଙ୍ଗପୁର, 24/01, ସୋରଡା ବ୍ଳକ୍ ଅନ୍ତର୍ଗତ ବି କୋଟିବାଡ଼ି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସନାତନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି I ଏହି ଅବସରରେ ନେତାଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିବା ବେଳେ ଶିକ୍ଷକ ଘନଶ୍ୟାମ ଗୌଡ଼ ବେଦମନ୍ତ୍ର ପାଠ କରିଥିଲେ I ଛାତ୍ରୀ ରୋଜି ଗୌଡ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ I ଶିକ୍ଷକ ପ୍ରଦୀପ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ I ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ନେତାଜୀଙ୍କର ନୀତି, ଆଦର୍ଶ, ବୀରତ୍ୱରେ ଏବଂ ସାହସିକତାକୁ ଅନୁସରଣ କରିବାକୁ ଉପଦେଶ ଦେଇଥିଲେ I ବୈଠକରେ ଶିକ୍ଷକତାକୁ ବିଜୟ କୁମାର ପ୍ରଧାନ,ନୀଳାମ୍ବର ଖୁରା, ମାମା ପ୍ରଧାନ, ଜଗନ୍ନାଥ ପ୍ରଧାନ ଉପସ୍ଥିତ ରହି ସହଯୋଗ କରିଥିଲେ ଶିକ୍ଷକ ସମୀର କୁମାର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ I
ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ