ନବରଙ୍ଗପୁର ଜିଲ୍ଲା ରେ ସ୍କୁଲ ପୋଷାକ ବିତରଣ ରେ ଦୁର୍ନୀତି ର ଅଭିଯୋଗ ଆଣିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ……

ନବରଙ୍ଗପୁର (ଏମ୍.ଦିନା°ଶୁ ଆଚାରୀ)-:ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ନିଜ ଜିଲ୍ଲା ବା ନବରଙ୍ଗପୁର ଜିଲ୍ଲାରେ ସ୍କୁଲ ପୋଷାକ ବିତରଣ ରେ ୮କୋଟି ଟଙ୍କାର ଦୁର୍ନୀତି ର ଅଭିଯୋଗ ଆଣିଲେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ । ନବରଙ୍ଗପୁର ଠାରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ଏହିଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପ୍ରଦୀପ ମାଝୀ । ନବରଙ୍ଗପୁର ଜିଲ୍ଲାରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ଡ୍ରେସ ଯୋଗାଣ ରେ ମହାଦୁର୍ନୀତି କୁ ନେଇ ସରକାର ଉପରେ ବର୍ଷିବା ସହ ଶିକ୍ଷା ମନ୍ତ୍ରୀ ଙ୍କ ନିଜ ଜିଲ୍ଲାରେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ଟଙ୍କାକୁ ସରକାରୀ ବାବୁ ମାନେ ହରିଲୁଟ କରିଛନ୍ତି ବୋଲି କହିଛନ୍ତି ।ଜିଲ୍ଲାରେ ସମସ୍ତ ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ପାଠପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସରକାର ସ୍କୁଲ ଡ୍ରେସ ସହ ଜୋତା ଓ ଟ୍ରାକ ସୁଟ ଯୋଗାଇ ଦେଇଥାନ୍ତି,ଜଣେ ପିଲା ପିଛା ସରକାର ଏକ ହଜାର ଟଙ୍କା ପ୍ରଦାନ କରୁଥିବା ବେଳେ ଏହି ଟଙ୍କା କୁ ଲୁଟ କରିବା ସହ ନିମ୍ନ ମାନର ସାମଗ୍ରୀ ଯୋଗାଣ କରାଯାଇଥିବାର ଅଭିଯୋଗ ଆଣିଛନ୍ତି । ୨ ଲକ୍ଷ ୧୧ ହଜାର ୫୦ ଜଣ ଛାତ୍ରଛାତ୍ରୀ ଜିଲ୍ଲାର ବିଭିନ୍ନ ସ୍କୁଲ ରେ ପଢ଼ୁଥିବା ବେଳେ , ଏହି ଡ୍ରେସ ଗୁଡିକ ଏସ୍.ଏଚ.ଜି. ଗ୍ରୁପ ଓ ଏମ୍.ଏସ.ଏମ.ଇ.ମାଧ୍ୟମ ରେ ଯୋଗାଇଦେବାର ବ୍ୟବସ୍ଥା ରହିଥିଲା କିନ୍ତୁ ଯେଉଁ ଡ୍ରେସ ଯୋଗାଇ ଦିଆଯାଇଛି ତାହା ନିମ୍ନ ମାନର ରୋଟୋ କଟନ ଏବଂ ସିଫୋନ ମିକ୍ସ, ଟେରିକୋଟ ଭଳି କପଡ଼ା ରେ ନିର୍ମିତ ନିମ୍ନ ମାନ ର ଡ୍ରେସ ଦିଆଯାଇଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ମାଝୀ । ଜିଲ୍ଲାରେ ଯେଉଁ ଟେଇଲରିଂ ୟୁନିଟ ଡ୍ରେସ ଯୋଗାଣ କରିଛନ୍ତି ସେଥିମଧ୍ୟରୁ କାହାର ମଧ୍ୟ ମେନିଫେକଚର ୟୁନିଟ ନାହିଁ ଏବଂ ସେମାନଙ୍କ ଜିଏସଟି ନ ଥିବା ଅଭିଯୋଗ କରିଛନ୍ତି ।
ଜିଲ୍ଲାରେ ପ୍ରଥମ ରୁ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ଙ୍କ ପାଇଁ ମୋଟ ୨୪ କୋଟି ୧୧ ହଜାର ୫୦ଟଙ୍କାର ଅନୁଦାନ ଆସିଥିଲା । ସେଥିମଧ୍ୟରୁ ଜଣେ ଛାତ୍ର ଛାତ୍ରୀ ଙ୍କ ପିଛା ୩୫୦ ଟଙ୍କା ର ଦୁର୍ନୀତି ହୋଇଥିବା ଅଭିଯୋଗ କରି ପ୍ରାୟ ଆଠ କୋଟି ଟଙ୍କା ଆତ୍ମସାତ କରିଥିବା କହିଛନ୍ତି । ରଟୋ କପଡା ରେ ତିଆରି ହୋଇଥିବା ଡ୍ରେସ ଯାହାର ମୂଲ୍ୟ ୬୦ ଟଙ୍କା ଏବଂ ଅନ୍ୟଟି ର ମୂଲ୍ୟ ୧୧୦ଟଙ୍କା ରହିଛି ଏବଂ ଟ୍ରାକ ପ୍ୟାଣ୍ଟ ଏବଂ ଟି ଶାର୍ଟ ଗୁଡିକ ମେଟି କପଡା ବୋଲି ପ୍ରଦୀପ ଅଭିଯୋଗ କରିଛନ୍ତି ଯାହା ବ୍ୟବହାର ଯୋଗ୍ୟ ନାହିଁ । ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ଯୋଗାଇ ଦିଆଯାଇଥିବା ଡ୍ରେସ ଗୁଡିକ ର ସାମ୍ପୁଲ ଗୁଡିକ ସମ୍ବାଦିକ ସମ୍ମିଳନୀରେ ପ୍ରଦୀପ ପ୍ରଦର୍ଶିତ କରିବା ସହିତ ଯୋଗାଣ ହୋଇଥିବା ଡ୍ରେସ ର ମାନ କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ପ୍ରଦୀପ ଙ୍କ ଅଭିଯୋଗ ଅନୁସାରେ ପ୍ରତ୍ୟେକ ପିଲା ଙ୍କୁ ଯୋଗାଇ ଦିଆଯାଇଥିବା ଟ୍ରାକ ସାର୍ଟ ଗୁଡିକ ନଷ୍ଟ ହୋଇଯାଇଥିବା ଅଖା ବସ୍ତା କୁ ପ୍ରକ୍ରିୟାକରଣ କରି ତାକୁ ଡ୍ରେସ କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଯାହା ଦୁନିଆ ର ସବୁଠାରୁ ଖରାପ ସାର୍ଟ ତାହାକୁ କୁନି କୁନି ଛାତ୍ର ଛାତ୍ରୀ ଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ କରିଛନ୍ତି । ଏନେଇ ସମସ୍ତ ପ୍ରମାଣ ତଥ୍ୟ ନେଇ ଭିଜିଲାନ୍ସ ଅଫିସ ର ଦ୍ବାରସ୍ଥ ହୋଇ ଘଟଣାର ଭିଜିଲାନ୍ସ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ପ୍ରଦୀପ ମାଝୀ ।