May 20, 2025

ଆସ ବୁଲିଯିବା ବାବା ଚଉବରଙ୍କ ବିଶ୍ଵଶାନ୍ତି ମହାଯଜ୍ଞ l

Share

ପୁରୀଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ଆଳୁପାଟଣା ଗ୍ରାମର ଚିଲିକା କୂଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଶରେ ବାବା ଚଉବର ପୀଠ ଅବସ୍ଥିତ l ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ ମାଦଳା ପାଞ୍ଜିରୁ ଜଣାଯାଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପଞ୍ଚଋଷି ଶ୍ରୀକ୍ଷେତ୍ର ଆଗମନ କରି ଆଳୁପାଟଣା ଠାରେ ବାବା ଚଉବର ଗୋସ୍ୱାମୀ, ବାବା ମଉନ ଗୋସ୍ୱାମୀ ଗୋରାପୁର, ବାବା ଉଦ୍ଧବ ଦାସ ଭୁଶୁଣ୍ଡପୁର, ପୁରୀ ପଶ୍ଚିମଦ୍ୱାର ଠାରେ ବାବା ହାଡ଼ିଦାସ ଗୋସ୍ୱାମୀଙ୍କ ପୀଠ ଅବସ୍ଥିତ l ପୌରାଣିକ ମତାନୁସାରେ ଆଳୁପାଟଣା ଗ୍ରାମର ଚିଲିକା କୂଳ ବାଲିବନ୍ତରେ ପ୍ରତିଦିନ ଏକ କାଳିଗାଇ ଆସି ଠିଆହୋଇ ଥାଏ ସେଠାରେ ଗାଈର ପହ୍ନାରୁ ଆପେଆପେ କ୍ଷୀର ଝରିଥାଏ l ଏହି ଭଳି କିଛିଦିନ ଯିବାପରେ ଗ୍ରାମର ଜଣେ ଝିଅକୁ ସ୍ୱପ୍ନାଦେଶ ହୋଇଥିଲା l ଝିଅଟିର ସ୍ୱପ୍ନାଦେଶ କଥାଶୁଣି ଗ୍ରାମବାସୀ ସେହିସ୍ଥାନ ପରିଷ୍କାର କରି ଦେଖିଲେ ସେଠାରେ ବାବା ଚଉବର ଗୋସ୍ୱାମୀଙ୍କ ସମାଧି ଏକ ହୁଙ୍କାରେ ପରିଣତ ହୋଇଛି l ସେହିଦିନ ଠାରୁ ଗ୍ରାମବାସୀଙ୍କ ଦ୍ୱାରା ମନ୍ଦିର ପ୍ରତିଷ୍ଠା କରାଯାଇ ଚଉବର ପୀଠ ନାମରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିବା ସହିତ ବଣଭୋଜି ର ଆସର ଜମୁଛି l ସେହିଭଳି ବାବାଙ୍କ ପୀଠରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ଏକ ବାଉଁଶ ବୁଦା l ଏହି ବାଉଁଶ ବୁଦାଟିର ଗଛସଂଖ୍ୟା ଓ ଉଚ୍ଚତା ସବୁଦିନ ପାଇଁ ସମାନ ରହିଥିବା ବେଳେ ଯେତେବଡ଼ ବାତ୍ୟା ହେଲେବି ଏହି ବାଉଁଶବୁଦା ର କୌଣସି କ୍ଷତି ହୁଏନାହିଁ, ଏପରିକି ଯେଉଁଭକ୍ତ ଯେଉଁ ମନସ୍କାମନା ରଖି ବାଉଁଶବୁଦା ରେ ମୁଣ୍ଡିଆ ମାରିଥାଏ ତାର ମନସ୍କାମନା ପୂରଣ ହୋଇଥାଏ l ସେହିଭଳି ବାବା କେବେଠାରୁ ଆବିର୍ଭାବ ହୋଇଛନ୍ତି କେହି ଜାଣିନଥିବା ବେଳେ ଆଳୁପାଟଣା ଏବଂ ବାଘମୁଣ୍ଡା ମଧ୍ୟରେ ପାଟିତୁଣ୍ଡ ହୋଇଥିବାବେଳେ ଆଳୁପାଟଣା ଗ୍ରାମବାସୀଙ୍କ ଆକ୍ରମଣ ରେ ବାଘମୁଣ୍ଡାର ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ l ସେହି ବ୍ୟକ୍ତିଙ୍କର ଆଶୁ ଆରୋଗ୍ୟ କାମନା ପାଇଁ ଗ୍ରାମବାସୀ ବାବା ଚଉବରଙ୍କ ନିକଟରେ ଗୁହାରି କରିଥିଲେ l ସେହିବ୍ୟକ୍ତି ଭଲ ହୋଇଯାଇଥିଲେ l ସେବେଠାରୁ ମାନେ ୧୯୫୫ ମସିହାରୁ ଆଜିପଯ୍ୟନ୍ତ ଦୀର୍ଘ ସତୁରି ବର୍ଷ ହେବ ଚଉବରଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥାଏ l ଚଳିତ ବର୍ଷ ଫେବୃୟାରୀ ୪ତାରିଖ ରୁ ଫେବୃଆରୀ ୧୪ତାରିଖ ପର୍ଯ୍ୟନ୍ତ ବିଶ୍ଵଶାନ୍ତି ମହାଯଜ୍ଞ ସହିତ ବାଦୀପାଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ l ଏହି କାର୍ଯ୍ୟକ୍ରମ ରେ ହଜାର ହଜାର ଭକ୍ତ ଯୋଗଦେବା ପାଇଁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ