ବନ୍ଦ କରିଦେବୁ ମହାପ୍ରଭୁଙ୍କ ରୋଷଶାଳା କୁ ହାଣ୍ଡି କୁଡୁଆ l
ହଁ ଆଜ୍ଞା ବନ୍ଦ କରିଦେବୁ ମହାପ୍ରଭୁଙ୍କ ରୋଷଶାଳା କୁ ହାଣ୍ଡି କୁଡ଼ିଆ ଏଭଳି ମନ୍ତବ୍ୟ ଦେଇଛନ୍ତି ଶ୍ରୀଅଲାରନାଥ କୁମ୍ଭକାର ମହାସଂଘ l ଆଜି ସକାଳୁ ସକାଳୁ ଆମ ଚାନେଲର ପ୍ରତିନିଧି ବ୍ରହ୍ମଗିରି ଅଞ୍ଚଳ କୁ ନିୟୁଜ ପାଇଁ ଯାଇଥିବା ବେଳେ ବ୍ରହ୍ମଗିରି ମେଳଣ ପଡିଆ ପାଦୁକାଇ ମନ୍ଦିର ନିକଟରେ ଦୁଇଶହ ରୁ ଉର୍ଦ୍ଧ ଜନତାଙ୍କ ଭିଡ଼ ଦେଖି ରହିଯାଇଥିଲେ l ପଚାରି ବୁଝିଲେ ଯେ ବ୍ରହ୍ମଗିରି ବ୍ଲକର ଶ୍ରୀଅଲାରନାଥ କୁମ୍ଭକାର ସଂଘର ବୈଠକ l ପଚାରି ବୁଝି ଜାଣିଲେ ଯେ ଶ୍ରୀମନ୍ଦିର ପ୍ରଶାସନ, ସୁଆର ମହାସୁଆର ନିଯୋଗ ଠାରୁ ଆରମ୍ଭକରି ସମସ୍ତ ନିଯୋଗ ସବୁଜିନିଷ ର ମୂଲ୍ୟ ବଢ଼ାଉଥିବା ବେଳେ ହାଣ୍ଡି କୁଡ଼ିଆ ର ମୂଲ୍ୟ ବଢା଼ଉ ନାହାନ୍ତି, ବର୍ତ୍ତମାନ ମାଟିକୁଡ଼ିଆ ତିଆରି ପାଇଁ ମାଟିର ଅଭାବ ଥିବାବେଳେ ଜାଳ ର ମୂଲ୍ୟ ମଧ୍ୟ ବଢ଼ିବାରେ ଲାଗିଛି ହେଲେ ହାଣ୍ଡି କୁଡୁଆ ର ମୂଲ୍ୟ ବୃଦ୍ଧିହେଉନି l ଆଗକୁ ହାଣ୍ଡି କୁଡୁଆ ର ମୂଲ୍ୟ ବୃଦ୍ଧିନାହେଲେ ଆମ୍ଭେମାନେ କୌଳିକ ବୃତ୍ତି ବନ୍ଦ କରିବା ସହିତ ଶ୍ରୀମନ୍ଦିର କୁ ହାଣ୍ଡି କୁଡୁଆ ବନ୍ଦ କରିଦେବୁ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ସଂଘର ସଭାପତି, ସମ୍ପାଦକ ଏବଂ ପୂର୍ବତନ ସଭାପତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
