March 8, 2026

ତାଳଚେର ଜିତିନେଲା ଦ୍ୱିତୀୟ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ କପ

IMG-20251223-WA0008
Share

 

ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ଚାପମାଣିକ ଗ୍ରାମପଞ୍ଚାୟତ ର ଏକ ପ୍ରାକୃତିକ ପରିବେଶ ଜଙ୍ଗଲ ମଧ୍ୟରେ ଏକ ଖେଳପଡିଆ ରେ ହଜାର ହଜାର ଦର୍ଶକ ଙ୍କ ଗହଣରେ ରାଜ୍ୟ ସ୍ତରୀୟ ଦ୍ଵିତୀୟ କ୍ରିକେଟ ଟୁର୍ନାମେଣ୍ଟ କପ ହଟେଇଲା ତାଳଚେର l ଫାଇନାଲ ମ୍ୟାଚରେ ତାଳଚେର ସହିତ ପୁରୀ ଇଲେଭେନ ର ଟୁର୍ନାମେଣ୍ଟ ଥିଲା l କିନ୍ତୁ ଫାଇନାଲ ମ୍ୟାଚ ଜିତିନେଇଥିଲା ତାଳଚେର l ଏହି ଟୁର୍ନାମେଣ୍ଟ କୁ ବାବା ଭୀମେଶ୍ୱର କ୍ରିକେଟ କ୍ଳବ ଏବଂ ଟାଇଗରସ କ୍ଲବ ପରିଚାଳନା କରିଥିଲେ l ଏହି ଫାଇନାଲ ମ୍ୟାଚ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜୁ ଜନତା ଦଳର ଉପସଭାପତି ଜୟନ୍ତ କୁମାର ମହାନ୍ତି ସମସ୍ତଙ୍କ ଜଣାଶୁଣା ବୁଲୁଭାଇ, ଯୁବନେତା ଯୁଧିଷ୍ଠିର ନାୟକ, ଶିବନାରାୟଣ ସୁବୁଦ୍ଧି, ଦୀପକ କୁମାର ଜେନା, ଅତୁଲ୍ୟ କୁମାର ଜେନା ଙ୍କ ସହିତ ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ଯୁବନେତାମାନେ ଏହି ଟୁର୍ନାମେଣ୍ଟ ରେ ସମସ୍ତ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l