ଅବ୍ୟବସ୍ଥା ମଧ୍ୟରେ ସମାପନ ହେଲା ଗୁଣୁପୁର ଉପଖଣ୍ଡସ୍ତରିୟ “ଚଇତି” ଇଡିତାଲ।
ମାସାଧିକ ଧରି ଚାଲିଥିଲା ପ୍ରସାସନିକ ପ୍ରସ୍ତୁତି ବୈାଠକ।
ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଉପଖଣ୍ଡସ୍ତରିୟ ଚଇତି କାର୍ଯ୍ୟକ୍ରମ ଗତକାଲି ରବିବାର ଉଦ୍ୟାପନ ହୋଇଛି। ଏହି ଉତ୍ସବ ତିନି ଦିନ ଧରି ହେବା ପାଇଁ ପ୍ରଶାସନିକ ସ୍ତରରେ ସ୍ଥିର କରାଯାଇଥିଲା। ୨୦ ତାରିଖ ସକାଳୁ ଜଗନ୍ନାଥ ମନ୍ଦିର ରୁ କଳସ ଯାତ୍ରା କରି ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ବ୍ୟବସ୍ଥା ରହିଥିଲା। କିନ୍ତୁ ବର୍ଷା ପ୍ରଥମ ଦିନରେ ହିଁ ସବୁ ବିଗାଡି ଦେଇଥିଲା। କଳସ ନେଇ ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ର୍ର ସହ ନାଚଗିତ କରି ଚଇତି ମଣ୍ଡପରେ ପହଞ୍ଚିଥିଲା।
ଚଇତି ର ମୁଳ ଉଦେଶ୍ୟ ରହିଛି ଆଦିବାସୀ ଅଞ୍ଚଳ ର ଲୁକ୍କାୟିତ କଳା, ସଂସ୍କୃତି, ପରଂମ୍ପରା କୁ ଲୋକଲୋଚନକୁ ଆଣିବା ମୁଳଲକ୍ଷ୍ୟ। ପ୍ରଶାସନ ଏହାକୁ ଦୃଷ୍ଟି ଦେଇ ଚଇତି ଉତ୍ସବ ପାଳନ କରିଥାଏ। ଏଠାରେ କିନ୍ତୁ ବ୍ୟତିକ୍ରମ ଦେଖାଦେଇଛି।
ଉତ୍ସବ ର ପ୍ରଥମ ଦିନ ରେ ବର୍ଷା ରେ ଛାତ୍ର ଛାତ୍ରି ମାନେ ଓଦା ହୋଇ ଆସୁଥିଲେ ପ୍ରଶାସନ ବାରଣ କରିନଥିଲା। ଅନ୍ୟପଟେ ପ୍ରଶାସନିକ ଅଧିକାରି ମାନେ ନିଜେ ଛାତ୍ରଛାତ୍ରି ମାନଙ୍କ ସହିତ ମୁଖ୍ୟ ରାସ୍ତା ରେ ସବୁ ସିମାପାର କରି ନାଚୁଥିଲେ। ଶୃଙ୍ଖଳିତ ପାରିପାଶ୍ବିକ ସ୍ଥିତି ଠିକ୍ ନଥିଲା। ଗୁଣୁପୁର ଅତିରିକ୍ତ ତହସିଲଦାର ରଙ୍ଗବତୀ ଗୀତରେ ପୁରା ରଙ୍ଗେଇ ଯାଇଥିଲେ।
କୈାଣସି ସ୍ଥାନିୟ ପୂଜା ହେଉ କି ବାହାଘର, ବ୍ରତଘର କୈାଣସି ସ୍ଥାନରେ ଡିଜେ ବଜାଇବା ପାଇଁ ଅଞ୍ଚଳ ରେ ପ୍ରସାସନ ବେଆଇନ କରିଛି। ଯେଉଁଠି ପ୍ରସାସନ ବେଆଇନ କରିଛି ସେଇଠି କିଭଳି ଶୋଭାଯାତ୍ରା ରେ ଡିଜେ ବଜାଇବା ପାଇଁ ଅନୁମତୀ ମିଳିଛି। ସେଥିରେ ପୁଣି ଡିଜେ ର ତାଳେତାଳେ ପ୍ରଶାସନିକ ଅଧିକାରି ମାନେ ନାଚୁଥିଲେ। ସେତେବେଳେ ଉପଜିଲ୍ଲାପାଳ ଓ ପୋଲିସ୍ ମଧ୍ୟ ଉପସ୍ଥିତ ଥିଲେ। ପ୍ରଶାସନ ଯାହା କରିବ ଠିକ୍ ସାଧାରଣ ଲୋକ କଲେ ଭୁଲ୍ କି ବୋଲି ପ୍ରଶ୍ନଉଠୁଛି। ଏଠାରେ କିଛି ନିୟମ କାମ କଲାନି କି? ଏଠାରେ ଶଦ୍ଧ ପ୍ରଦୁଶଣ ହେଲା ନାହିଁ କି?
ଉତ୍ସବ ଆରମ୍ଭ ହେବା ଆଗରୁ ପଡିଆ ବର୍ଷା ପାଣି କାଦୁଅ ପଚପଚ ରହିଥିଲା। ସେଠାରେ ପ୍ରଶାସନ ପୁର୍ବ ଦିନର ପଡିଆ କୁ ସଠିକ୍ କାମ ନକରି କଳଶଯାତ୍ରା ସମୟରେ ପଥରଗୁଣ୍ଡ ପକାଇଥିଲେ। ପଡିଆ ମଧ୍ୟ ସଠିକ୍ ନଥିଲା। ଆଗ ଦିନ ବର୍ଷା ହେବାର ସୁଚନାପରେ ବି ପ୍ରଶାସନ କାହିଁକି ତତ୍ପରତା ଦେଖାଇନଥିଲା।
ବିଭିନ୍ନ ଆଦିବାସୀ ନୃତ୍ୟ , ପାରମ୍ପରିକ ବାଦ୍ୟ ଯନ୍ତ୍ର ପ୍ରାଧାନ ଦେବା କଥା ସେଠାରେ କିଛିଗିତ ପୁଷ୍ପା ୨ ଫିଲ୍ଲି ଗିତର ଆସର ସହ ନାଚଗିତ ଚାଲୁଥିଲା। ଏହା କଣ ଲୁକ୍କାୟିତ କଳାପ୍ରତିଭା ଲୋକଲୋଚନକୁ ଆଣିବା ପ୍ରସାସନ ର ପ୍ରୟାସ ଥିଲା କି ବୋଲି ପ୍ରଶ୍ନ ଉଠୁଛି।
ସାଂସ୍କୃତିକ ସଂନ୍ଧାର ଦ୍ବିତୀୟ ଦିନରେ କାର୍ଯ୍ୟକ୍ରମ ର ମଞ୍ଚାସିନ ଅତିଥି ଥିଲେ ରାୟଗଡା ଜିଲ୍ଲା ର ତିନୋଟି ନିର୍ବାଚନ ମଣ୍ଡଳରି ତିନି ବିଧାୟକ। ସତ୍ୟଜିତ ଗମାଙ୍ଗୋ, ଆପଲା ସ୍ବାମୀ କାଡ୍ରାକା,ନିଳମାଧବ ହିକକ୍କା ଓ ଜିଲ୍ଲାପରିଷଦ ଅଧକ୍ଷା ସରସ୍ବତୀ ମାଝୀ, ଗୁଣୁପୁର ପୈାରପରିଷଦ ଅଧକ୍ଷ ମମତା ଗୈାଡ, ଗୁଣୁପୁର ବ୍ଲକ୍ ଅଧକ୍ଷା ଝିଲ୍ଲିଶବର। ପରିଚାଳକ ଗୁଣୁପୁର ଉପଜିଲ୍ଲାପାଳ କିରନଦୀପ କୈାର ସାହୋତା, ଗୁଣୁପୁର ତହସିଲଦାର ଲୀଳାବତୀ ଆଚାର୍ଯୀ ଆବାହକ ଚନ୍ଦ୍ର ଧ୍ବଜ ପଣ୍ଡା ପରିଚାଳନା କରିଥିଲେ।
ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ଫୋଟ ଉତୋଳନ କରିବା ପାଇଁ ସାମ୍ବାଦିକ ମଞ୍ଚ ପାଖକୁ ଗଲେ ପୋଲିସ୍ ମେଡମ ମନା କରିଛନ୍ତି କହି ବାରଣ କରିଥିଲା। କିଛି ବରିଷ୍ଟ ସାମ୍ବାଦିକ ଙ୍କୁ ମନା କରିବା ପରେ ସାମ୍ବାଦିକ ମାନେ କ୍ଷଭ ପ୍ରକାଶ କରିଥିଲେ। ଏହାପରେ ସମସ୍ତ ସାମ୍ବାଦିକ ପ୍ରସାସନ ଦେଇଥିବା ପରିଚୟପତ୍ର କୁ ଗୁଣୁପୁର ସଂମ୍ପର୍କ ଲୋକ ସୁଚନା ଅଧିକାରି ଙ୍କୁ ଫେରସ୍ତ କରି କକ୍ଷ ଛାଡି ଚାଲିଆସିଥିଲେ। ମଞ୍ଚାସିନ ଥିବା ବିଧାୟକ ମାନେ ସାମ୍ବାଦିକ ମାନଙ୍କ କକ୍ଷ ଖାଲିଥିବା ଜାଣି ପରବର୍ତୀ ମୁହୁର୍ତରେ କ୍ଷଭ ପ୍ରକାଶ କରିଥିଲେ। ଏଭଳି ସାମ୍ବାଦିକ ଙ୍କ ପ୍ରତି କାର୍ଯ୍ୟକଳାପକୁ ବୂଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି।
ଭଲ ଫୋଟ ଚିତ୍ର ଉତୋଳନ ସକାଶେ ପ୍ରତିଯୋଗିତା ରହିଥିଲା ସେଥିରେ ପ୍ରଶାସନର ବିଭିନ୍ନ କର୍ମଚାରୀ ହିଁ ପୁରସ୍କୃତ ହୋଇଥିଲେ। ଏଥିରେ ବି ପାତର ଅନ୍ତର ହୋଇଥିବା ଅଭିଯୋଗ ହୋଇଛି। ଚଇତି କାର୍ଯ୍ୟକ୍ରମ ରେ ଏଭଳି ଅବ୍ୟବସ୍ଥା ନେଇ ବୁଦ୍ଧିଜୀବୀ ମନରେ ନାପସନ୍ଦ କରାଯାଇଛି।