September 21, 2024

ଗୋଳାବନ୍ଧରେ ଭାଜପାର ସାଂଗଠନିକ ବୈଠକ

Share


ବୁଗୁଡ଼ା : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମର ଶିବମନ୍ଦିରଠାରେ ଭାରତୀୟ ଜନତା ପାର୍ଟିର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଘୁମୁସର ସାଙ୍ଗଠନିକ ଜିଲ୍ଲା ଭାଜପା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡ଼ା ବ୍ଲକ୍ରର ସମସ୍ତ ମଣ୍ଡଳ କମିଟି ,ମୋର୍ଚ୍ଚା ସଭାପତି ଏବଂ ପଞ୍ଚାୟତ ତ୍ରିଦେବମାନଙ୍କ ଉପସ୍ଥିତରେ ଦଳୀୟ ସାଂଗଠନିକ ସଦୃଢତା ସମ୍ପର୍କରେ ବ୍ଯାପକ ଆଲୋଚନା କରାଯାଇଥିଲା । ଏହି ବୈଠକରେ ପୋଲସରା ନିର୍ବାଚନ ମଣ୍ଡଳୀର ପ୍ରଭାରୀ ବିନାୟକ ତ୍ରିପାଠୀ ,ବୁଗୁଡ଼ା ବ୍ଲକ୍ ସଂଯୋଜକ ହରିକୃଷ୍ଣ ସାହୁ ,ବିସ୍ତାରକ ସୌମ୍ୟ ରଞ୍ଜନ ସାହୁ , ମଣ୍ଡଳ ସଭାପତି ସୁଶାନ୍ତ କୁମାର ଡାକୁଆ, ଦିଲ୍ଲୀପ କୁମାର ପ୍ରଧାନ,ଭଗବାନ ଜେନା,କେଦାରନାଥ ମହାରଣାଙ୍କ ସମେତ ବୁଗୁଡ଼ା ବ୍ଲକର ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।