September 21, 2024

ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଅପମାନ….

Share

 

 

 

ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ବଡ଼ ବଜାରରେ ମୁଖ୍ୟ ରାସ୍ତା କଡରେ ଦୀର୍ଘ ବର୍ଷ ହେଲା ରହିଥିବା ସ୍ୱାମୀ ବିବେକାନନ୍ଦ ପ୍ରତିମୂର୍ତ୍ତୀ ଗଞ୍ଜାମ ର ଶୋଭା ମଣ୍ଡିତ କରୁଥିଲା ଏବେ ରାସ୍ତା କଡରେ ଧରାଶାୟୀ ହୋଇପଡ଼ିଥିବା ଲକ୍ଷ କରାଯାଇଛି l ଶୁକ୍ରବାର ଅପରାହ୍ନରେ ମୂର୍ତ୍ତି ବସିଥବା ପିଣ୍ଡି କୁ ଭଙ୍ଗାଯାଇ ମୂର୍ତ୍ତି ଧରାସାହି କରିଥିବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ଘୋର ଉଦବେଗ ପ୍ରକାଶ ପାଇଛି l ଛାତ୍ର, ଛାତ୍ରୀ ଙ୍କ ଆଦର୍ଶ ସ୍ୱାମୀ ବିବେକା ନନ୍ଦ ଯୁବ ସମାଜ ଭାବନା ପ୍ରତି ଏହା କୁଠାରଘାତ କରିଛି l ଯାହାକୁନେଇ ଯୁବ ସମାଜରେ ମଧ୍ୟ ଘୋର ଅସନ୍ତୋଷ ଦେଖାଯାଇଛି l କେଉଁ କାରଣରୁ ଏହି ପିଣ୍ଡିକୁ ଭଙ୍ଗାଜାଇ ମୂର୍ତ୍ତିଟିକୁ ସୁସଜିତ ନରଖି ଧରାଶାହୀ କରିଛନ୍ତି ତାହା ଜଣା ପଡ଼ିନାହିଁ l
ହେଲେ ଭାରତ ବର୍ଷ ର ଜଣେ ସୁଯୋଗ୍ୟ ସନ୍ତାନ ଯାହା ଙ୍କ ପ୍ରତିମୂର୍ତ୍ତୀ କୁ ଜନ ଗହଳି ପୂର୍ଣ୍ଣ ସ୍ଥାନରୁ ଏପରି ଅପମାନିତ କରି ହଟାଇବା ନିନ୍ଦନୀୟ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି l ଯେଉଁ ଦିବ୍ୟ ପୁରୁଷ ଆମେରିକାର ଚିକଗୋ ସହରର ଧର୍ମ ସଭାରେ ସାରା ବିଶ୍ବର ଧର୍ମ ଯାଜକ ମାନଙ୍କ ଉପସ୍ଥିରେ ତାଙ୍କର ଓଜସ୍ୱିନୀ ଭାଷଣ ସମସ୍ତଙ୍କୁ ସ୍ତମ୍ବିଭୁତ କରିବା ସହ ଭାରତୀୟ ଧର୍ମୀୟ ଚିନ୍ତାଧାର ର ଶ୍ରେଷ୍ଟତ୍ୱ ପ୍ରତିପାଦିତ କରିପାରିଥିଲା ସେହି ମହାନ ବ୍ୟକ୍ତିତ୍ୟ ଗଞ୍ଜାମ ଏନ. ଏ. ସି. ର ପୂର୍ବତନ ଅଧକ୍ଷ ଓ କାଉଁସଲର ମିଳିତ ତାଙ୍କରି ପ୍ରତିମୂର୍ତ୍ତି ବସାଇ ମହତ୍ୱ କାର୍ଯ୍ୟକରିଥିଲେ l କେଉଁ ମାନ୍ୟ ଗଣ୍ୟ ବ୍ୟକ୍ତି ନିର୍ଦ୍ଧେସ ରେ ଏ ଅମାନିବିକତା କାଯ୍ୟ କରିଛନ୍ତି ମହାପୁରୁଷ ଙ୍କ ପ୍ରତି ଅପମାନ ନୁହେଁ କି ? ବୋଲି ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଜିଲ୍ଲା ପ୍ରଶାସନିକ କ୍ଷେତ୍ରରେ ଏହାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l( ପ୍ରଦୀପ କୁମାର ପଣ୍ଡା)