ସ୍ବର୍ଗତ ଶ୍ଯାମ ସୁନ୍ଦର ହୋତାଙ୍କ ଦ୍ବାଦଶାହରେ ସ୍ମୃତି ସଭା

ବୁଗୁଡା : ତା ୨୩/୧୧/୨୪ : ସ୍ଥାନୀୟ ବଳଦେବ ମନ୍ଦିର ପରିସରସ୍ଥ କଲ୍ଯାଣୀ ମଣ୍ଡପ ପରିସରରେ ସ୍ବର୍ଗତ ଶ୍ଯାମ ସୁନ୍ଦର ହୋତାଙ୍କ ଦ୍ବାଦଶାହରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଅଧିବକ୍ତା ହର ପ୍ରସାଦ ଦାଶଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବରିଷ୍ଠ ନାଗରିକଗଣ ଓ ବିଜେପି କର୍ମକର୍ତ୍ତା ଯୋଗ ଦେଇ ସ୍ବର୍ଗତ ହୋତାଙ୍କ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା ସହ ସ୍ମୃତି ଚାରଣ କରିଥିଲେ । ପ୍ରକାଶ ଯୋଗ୍ୟ ଯେ, ବୁଗୁଡ଼ା ସହରର ଜଣାଶୁଣା ବରିଷ୍ଠ ନାଗରିକ ଶ୍ଯାମ ସୁନ୍ଦର ହୋତାଙ୍କ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ବେଳେ ସେ ପୂର୍ବରୁ କୃଷି ବିଭାଗରେ ଓଭରସିଅର ଭାବେ ଚାକିରୀ କରି ଅବସର ଗ୍ରହଣକଲା ପରେ ସକ୍ରିୟ ରାଜନୀତିରେ ଯୋଗଦେଇ ବିଜେପି ବୁଗୁଡ଼ା ନଗରସଭାପତି ଭାବେ ପାଞ୍ଚ ଥର ଦାୟିତ୍ବ ତୁଲାଇବା ସହ ବରିଷ୍ଠ ନାଗରିକ ସଂଘର ସଭାପତି ମଧ୍ୟ ଥିଲେ | ଏଥି ସହ ସେ ପୂର୍ବତନ ଅବସର ପ୍ରାପ୍ତ କର୍ମଚାରୀ ସଂଘସଭାପତି, ପୂର୍ବତନ ଜିଲ୍ଲା ବୈଦିକ ସମାଜ ସଭାପତି , ପୂର୍ବତନ ରାଜ୍ୟ ବୈଦିକ ସମାଜ ସମ୍ପାଦକ, ସରସ୍ବତୀ ଶିଶୁ ମନ୍ଦିର ଓ ନିୟୁ ଏରା ପବ୍ଲିକସ୍କୁଲର କୋଷାଧକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ଥିଲେ | ସେ ଗତ ୧୨ତାରିଖରେ ଭୁବନେଶ୍ବରଠାରେ ଇହଧାମ ତ୍ୟାଗ କରିବା ପରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପନ୍ତ୍ରୀ, ପୁତ୍ର ଲମ୍ବୋଦର ହୋତା ଓ ବନ୍ଧୁ ପରିଜନ ଉପସ୍ଥିତଥିଲେ । ସ୍ବର୍ଗତ ହୋତା ଜଣେ ଅନୁଷ୍ଠାନ ପ୍ରେମୀ,ସଂଗଠକ ତଥା ଧର୍ମପରାୟଣ ବ୍ୟକ୍ତି ଥିଲେ ଏବଂ ତାଙ୍କ ବିୟୋଗରେ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶୋକ ପ୍ରକଟ କରାଯାଇଛି।