ପାତ୍ରପୁର ବ୍ଲକରେ 6ଦଫା ଦାବିନେଇ ମିଶନ ଶକ୍ତି ସହାୟିକାଙ୍କ ଗଣ ଧାରଣା
ଚିକିଟି ଶୁଭଶ୍ରୀ ପ୍ରଧାନ
ତାରିଖ -୨୩/୦୯/୨୦୨୫
: ମିଶନ୍ ‘ଶକ୍ତି’ରେ କାର୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ପ୍ରୋତ୍ସାହନ ରାଶି ପରିବର୍ତ୍ତେ ନିର୍ଦ୍ଧିଷ୍ଟ ପାରିଶ୍ରମିକ, ୬ମାସର ବକେୟା ଦରମା ଦାବି କରି ମଙ୍ଗଳବାର ଦିନ ପାତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରିଥିଲେ। ଦୀର୍ଘ ସମୟ ଧରି ସମୁଦାୟ ସ୍ତରରେ ମହିଳାଙ୍କ ସଶକ୍ତିକରଣ, ଗୋଷ୍ଠୀ ଗଠନ, ଏବଂ ଆର୍ଥିକ ସଚେତନତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା କର୍ମୀମାନେ ମାସିକ ନିର୍ଦ୍ଧିଷ୍ଟ ପରିଶ୍ରମିକ ନଥିବାରୁ ପରିବାର ପୋଷଣ କଷ୍ଟସାଧ୍ୟ ହେଉଥିବା ପ୍ରକାଶ କରିଛନ୍ତି। ଧାରଣାରେ ୧୯୧ ସପୋର୍ଟ ଷ୍ଟାଫ ଯଥା ଏମ ବି କେ, ସି ଆର ପି, ପ୍ରାଣୀମିତ୍ର, କୃଷିମିତ୍ର ଆଦି ଯୋଗଦେଇ “ପ୍ରୋତ୍ସାହନ ରାଶି ନୁହେଁ, ନ୍ୟାୟସଙ୍ଗତ ଦରମା ଦିଅ ବୋଲି ଅଭିଯୋଗ କରିବା ସହ ସରକାରଙ୍କ ଆଭିମୁଖ୍ୟ କୁ ନାପସନ୍ଦ କରିଥିଲେ।
ପରେ ବ୍ଲକ ଅଧିକାରୀଙ୍କୁ ଦାବିପତ୍ର ଦେଇ, ତାଙ୍କ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବାକୁ ଅନୁରୋଧ କରିଥିଲେ ।ସଭାନେତ୍ରୀ ଶ୍ରୀମତୀ ସୁନିତା ଶୀତୁ ଏବଂ ସମ୍ପାଦିକା ଶ୍ରୀମତୀ ଏମ. ଗୌରୀ ଦେବୀ ଉକ୍ତ ଗଣଧାରଣା କାର୍ଯ୍ୟକ୍ରମ ଟିକୁ ସୁଚାରୁ ରୂପେ ପରିଚାଳନା କରିଛନ୍ତି।
