ଆଜିର ଖବର..
ଓଡିଶା ଉପକୂଳରେ ଲଘୁଚାପ ସିରିଜ। ଆଜି ଏକ ଲଘୁଚାପ ସୃଷ୍ଟି। ୨୫ ତାରିଖରେ ଆଉ ଏକ ଲଘୁଚାପ ହୋଇପାରେ। ଅକ୍ଟୋବର ୧ ରେ ବି ଲଘୁଚାପ ସମ୍ଭାବନା। ମଉଳିବ ପୂଜା ବଜାର
ରାଜ୍ୟ ବିଧାନସଭା ତିନି ଦିନ ଅଚଳ ପରେ କାମ ଆରମ୍ଭ। କଂଗ୍ରେସର ଅନାସ୍ଥା ନୋଟିସ୍ ଅଗ୍ରାହ୍ୟ କଲେ ବାଚସ୍ପତି। କଂଗ୍ରେସ ସଦସ୍ୟ ଅସନ୍ତୁଷ୍ଟ ହୋଇ କକ୍ଷତ୍ୟାଗ କଲେ।
ରାଜ୍ୟର ଋଣଭାର ୧.୩୪ ଲକ୍ଷ କୋଟି ଟଙ୍କା ଟପିବ। ବଢି ଚାଲିଛି ଗୋଟିକ ପରେ ଗୋଟାଏ ମାଗଣା ଯୋଜନା
ଭୁବନେଶ୍ୱର ଜୟଦେବ ଭବନରେ ଆଜି ଆୟୁର୍ବେଦ ଦିବସ ପାଳନ ପାଇଁ ରାଜ୍ୟସ୍ତରୀୟ ଉତ୍ସବ ହେବ
ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ସାମଗ୍ରୀ ଆଜି ସ୍ଥାନାନ୍ତର ହେବ। ସକାଳ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ
ମୁଖ୍ୟମନ୍ତ୍ରୀ ମାଝୀ ଦେଲେ ଆଶ୍ଚର୍ଯ୍ୟ ଜନକ ମନ୍ତବ୍ୟ। ବଳଙ୍ଗାର ପୀଡ଼ିତା ଝିଅଙ୍କୁ କେହି ହତ୍ୟା କରି ନାହାଁନ୍ତି, ସେ ନିଜ ଦେହରେ ନିଆଁ ଲଗାଇଥିଲେ।
୧୪ ମାସରେ ରାଜ୍ୟରେ ୩୭ ହଜାରରୁ ଅଧିକ ମହିଳା ନିର୍ଯାତନା ମାମଲା ହୋଇଛି। ବିଧାନସଭାରେ ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ମାଝୀ
ପାରାଦୀପରେ ରାଜ୍ୟର ପ୍ରଥମ କଙ୍କଡ଼ା ହାଚେରୀ ହେବ। ବର୍ଷକୁ ଦଶଲକ୍ଷ ଗୁଣାତ୍ମକ ବିହନ ଉତ୍ପାଦନ ହେବ
ସ୍ଥାୟୀ ଦରମା ପ୍ରଦାନ ଦାବିରେ ବିଭିନ୍ନ ସ୍ଥାନରେ ଗଣ ଧାରଣା ଦେଲେ କମ୍ୟୁନିଟି ସପୋର୍ଟ ଷ୍ଟାଫ
କେନ୍ଦୁଝରର ଶୁଆକାଟି ଗ୍ରାମ ପଞ୍ଚାୟତକୁ ମିଳିଲା ଜାତୀୟ ଇ-ଗଭର୍ଣ୍ଣାନ୍ସ ଜୁରୀ ପୁରସ୍କାର ୨୦୨୫
ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ। ଉତ୍ତ୍ୟକ୍ତ ଲୋକେ ପଶି କଲେ ଯୁଦ୍ଧକ୍ଷେତ୍ର। ୫ ଘଣ୍ଟା ପାଇଁ ଅଚଳ ଅବସ୍ଥା ଲାଗିରହିଲା।
ପୁଣିଥରେ ଭୁଷୁଡିଗଲା କନ୍ଧମାଳ କଳିଙ୍ଗା ଘାଟି। ଗଂଜାମରୁ କନ୍ଧମାଳ ଜିଲ୍ଲାକୁ ଯୋଗାଯୋଗ ପୁଣି ବିଚ୍ଛିନ୍ନ ହେଲା।
କଟକ ଓ ଯାଜପୁର ଜିଲ୍ଲାରେ ବହୁଚର୍ଚ୍ଚିତ ହନିଟ୍ରାପ୍ ଘଟଣାର ପର୍ଦ୍ଦାଫାସ। ଦୁଇ ମଧ୍ୟସ୍ଥିଙ୍କ ସମେତ ମହିଳା ଗିରଫ। ସାମ୍ବାଦିକ ଓ ପୋଲିସଙ୍କ ସମ୍ପୃକ୍ତି ସନ୍ଦେହ
ପୁରୀ କୋଣାର୍କ ବେଳାମାର୍ଗ ରାସ୍ତାର କଇଁଚଘର ନିକଟ ସମୁଦ୍ରକୂଳରୁ ତଣ୍ଟି କଟା ହୋଇଥିବା ଗୁରୁତର ମହିଳା ଉଦ୍ଧାର। ଘର ଜଗତସିଂହପୁର।
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରେ ମକର ନାୟକ ହତ୍ୟାକାରୀକୁ ଗିରଫ ଦାବିରେ ଥାନା ଘେରାଉ କଲେ ସ୍ଥାନୀୟ ଲୋକେ
କଟକ ଚୌଦ୍ୱାର ଥାନାରେ ଅଟକ ଥିବା ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ। ପଚରା ଉଚରା ବେଳେ ପୋଲିସର ଅତ୍ୟାଚାର କରି ମାରିଛନ୍ତି ବୋଲି ଅଭିଯୋଗ
କେନ୍ଦୁଝରରେ ଧାନ ବିଲରେ ୨୯ ଟିକିଆ ହାତୀପଲଙ୍କ ଉତ୍ପାତ। ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି। ଲୋକେ ଆତଙ୍କିତ।
ବଲାଙ୍ଗୀର ଡୁଡୁକାମାଲରେ ବଜ୍ରପାତରେ ଏକାସାଙ୍ଗରେ ଚାଲିଗଲା ଶଳା ଓ ଭିଣୋଇଙ୍କ ଜୀବନ।
କଳାହାଣ୍ଡି ଜିଲ୍ଲା ନର୍ଲା ଦେହେଲିରେ ବାଇକକୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ, ବାପା, ପୁଅ, ଝିଅ ମୃତ ଓ ମା’ ଗୁରୁତର।
ନବରଙ୍ଗପୁର ପାପଡାହାଣ୍ଡି ରେ ବଦଳି ଶିକ୍ଷକଙ୍କୁ ଫେରାଇ ଆଣିବାକୁ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ
ରାୟଗଡା କୁମ୍ଭୀକୋଟାରେ ପାଣି ଅଭାବ ପାଇଁ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ। ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ
ବିହାରରେ ଆସନ୍ତା ନଭେମ୍ୱର ୫ରୁ ୧୫ ତାରିଖ ମଧ୍ୟରେ ତିନି ପର୍ଯ୍ୟାୟରେ ଭୋଟଗ୍ରହଣ ହୋଇପାରେ। ଏବେଠାରୁ ପ୍ରତିଶ୍ରୁତି ଓ କସରତ ଆରମ୍ଭ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଲେ, କେଜ୍ରିୱାଲ ମୋର ରିଲସ ଦେଖି ସମୟ ନଷ୍ଟ କରୁଛନ୍ତି।
ରାଜସ୍ଥାନ ବିଶ୍ୱବିଦ୍ୟାଳୟରେ ଔରଙ୍ଗଜେବଙ୍କୁ ପ୍ରଶଂସା କଲେ ଓଡ଼ିଆ କୁଳପତି ପ୍ରଫେସର ସୁନିତା ମିଶ୍ର। ବିରୋଧ ପରେ କ୍ଷମା ମାଗିଲେ
ଆବୁଧାବି ଏସିଆ କପ୍ କ୍ରିକେଟରେ ଆଜି ପାକିସ୍ତାନ ଓ ଶ୍ରୀଲଙ୍କା ର ମୁକାବିଲା। କଡା ଟକ୍କର ସମ୍ଭାବନା
ନିଜ ଦେଶରେ ନିଜେ ଏୟାରଷ୍ଟ୍ରାଇକ୍ କଲେ ପାକିସ୍ତାନ ସେନା। ୩୦ ମୃତ, ଭଗ୍ନାବଶେଷ ତଳେ ଚାପି ହୋଇ ରହିଛି ଅନେକ ଜୀବନ
===================
ଆଜି ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ
ଆଜି ଆୟୁର୍ବେଦ ଦିବସ
ଆଜି ଜନ୍ମଦିନ: ଅଗଷ୍ଟସ ସିଜର, ପ୍ରେମ ଚୋପ୍ରା, କୁମାର ଶାନୁ, ତନୁଜା, ପ୍ରଶାନ୍ତ ବୈଦ୍ୟ
ଇତିହାସରେ ଆଜି: (୧୯୨୯) ଭାରତରେ ବାଲ୍ୟବିବାହ (ଶାରଦା) ବିଲ ପାସ/ (୨୦୦୯) ଇସ୍ରୋ ଦ୍ୱାରା ଏକାସାଙ୍ଗେ ସାତଟି ସାଟେଲାଇଟ ପ୍ରେରଣ/ (୧୮୪୬) ନେପଚ୍ୟୁନ ଗ୍ରହ ଆବିଷ୍କାର ହେଲା/ (୧୮୦୩) ବ୍ରିଟିଶ ସହ ମରାଠାଙ୍କ ଯୁଦ୍ଧ, ଜିତିଲେ ବ୍ରିଟିଶ/ (୧୯୩୨) ସାଉଦୀ ଆରବ ସାମ୍ରାଜ୍ୟ ପ୍ରତିଷ୍ଠା ହେଲା
===================
*ବନ୍ଦେ ଉତ୍କଳ ଜନନୀ*
