ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ପ୍ରଧାନଶିକ୍ଷକ ଙ୍କ ବଦଳି ପ୍ରତିବାଦ ରେ ବିଦ୍ୟାଳୟ ରେ ତାଲା ମାରିଲେ ଗ୍ରାମବାସି
ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ପ୍ରଧାନ ଶିକ୍ଷକ ଚନ୍ଦନ କୁମାର ସେଠି ଙ୍କ ଅନ୍ୟତ୍ର ବଦଳି କୁ ବାତିଲ କରିବାକୁ ନେଇ ପ୍ରତିବାଦ ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ପଂଚାୟତ ର ମଞ୍ଜୁଷାପାରା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚନ୍ଦନ କୁମାର ସେଠି ଙ୍କ ଆଦିବାସୀ ଭାରସୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବଦଳି ହୋଇଥିବା ବେଳେ ଏହି ବଦଳି କୁ ବିରୋଧ କରି ବିଦ୍ୟାଳୟ ଫାଟକରେ ତାଲା ମାରିଲେ ଗ୍ରାମବାସି ଏବଂ ମଞ୍ଜୁସାପାରା ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ରାଜେନ୍ଦ୍ର ନାଗେଶ ବଦଳି ହୋଇ ଆସିଥିବାରୁ ରାଜେନ୍ଦ୍ର ନାଗେଶ ଙ୍କୁ ବିରୋଧ କରି ସ୍କୁଲ ଭିତରକୁ ପ୍ରବେଶ କରିବାକୁ ଦେବେନାହିଁ ବୋଲି କହିଛନ୍ତି ଗ୍ରାମ ବାସି, ଯେଉଁ ପର୍ଯନ୍ତ ପ୍ରଧାନ ଶିକ୍ଷକ ଙ୍କ ବଦଳି ବାତିଲ ନ ହେବ ସେ ପର୍ଯ୍ୟନ୍ତ ତାଲା ଖୋଲା ହେବନାହିଁ ଏମିତି ପ୍ରତିବାଦ ଜାରି ରହିବ ବୋଲି ଗ୍ରାମର ନରସିଂ ବିଭାର,ରମେଶ୍ୱର ଖମାରି,ଲେମ୍ବୁଧ ର ନାଗେଶ, ଶ୍ୟାମସୁନ୍ଦର ପ୍ରଧାନ, ବଂଶୀ ପ୍ରଧାନ, ଜଗଲସାଏ ସୁନା,ସତ୍ୟବାନ ସୁନା,ପ୍ରଣାଦ ପ୍ରଧାନ, ମାଟା ବାଘ, ତ୍ରିନାଥ ସୁନା, ଜୟସିଂ ପ୍ରଧାନ, ତୁଳାରାମ ନାୟକ, ଉମାଶଙ୍କର ନାୟକ, ମନୁଲାଲ ନାୟକ, ସୁକଦେବ ସୁନାନୀ,ବାସନ୍ତୀ ଗଣ୍ଡା, ସସ୍ମିତା ଗଣ୍ଡା, ସୁକବତୀ ହରିଜନ, ଭାରତୀ ବିଭାର, ମିଥୁଲା ହରିଜନ, ରାୟବତୀ ସୁନା, ସତ୍ୟଭମା ନାୟକ, ଜନେକା ହରିଜନ, ଗୋମତୀ ଖମାରି, ଜନ ହରିଜନ, ଗୁରୁବାରି ହରିଜନ, ଜମେ ଖମାରି,ତିଲ ହରିଜନ,ମାୟାବତୀ ନାୟକ ଙ୍କ ସମେତ ସମସ୍ତ ଗ୍ରାମବାସି ଉପସ୍ଥିତ ରହିଥିଲେ,ପରେ ଖବର ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ଦେ ଙ୍କୁ ଘଟଣା ସ୍ଥଳରେ ପହଞ୍ଚିବାକୁ ନିର୍ଦେଶ ଦେଇଥିଲେ ପରେ ଏ.ବି.ଓ ଗ୍ରାମବାସି ଙ୍କୁ ଏକ ଲିଖିତ ଅଭିଯୋଗ ଦେବାକୁ କହିଥିଲେ ଏହି ଘଟଣା କୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଜଣେଇ ସମାଧାନ କରିବାର ପ୍ରତିଶୃତି ପରେ ତାଲା ଖୋଲିଥିଲେ ଗ୍ରାମବାସି
