ପାର୍ବଣ ଋତୁରେ ମୂର୍ତ୍ତି ବିସର୍ଜନ ନେଇ ପ୍ରସ୍ତୁତି ବୈଠକ ..
ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ତା:୨୩.୦୮.୨୦୨୪ରିଖ ଦିନ ପାର୍ବଣ ଋତୁରେ ମୂର୍ତ୍ତି ବିସର୍ଜନ ନେଇ ଏକ ପ୍ରସ୍ତୁତି ବୈଠକ ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦଭାବନା ସ୍ୱଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଉପ ଜିଲ୍ଲାପାଳ କୀରଣ ଦୀପ କୌର ଅଧ୍ୟକ୍ଷତା କରି କହିଥିଲେ ଯେ, ଆଗାମୀ ପାର୍ବଣ ଋତୁରେ ବହୁ ମାତ୍ରାରେ ମୂର୍ତ୍ତି ପୂଜା ହେବ ଓ ସେଗୁଡିକୁ ବିସର୍ଜନ କରିବା ପାଇଁ ସରକାରଙ୍କ ନିୟମାବଳୀ ପାଳନ କରିବା ଜରୁରୀ ଅଟେ । ନଦୀ ବ ପୋଖରୀ କୂଳରେ ଅସ୍ଥାୟୀ ପୋଖରୀ କରି ସେଠାରେ ମୂର୍ତ୍ତି ବିସର୍ଜନ କରାଯିବ । ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ତିଆରି ହେବ ନାହିଁ । ପଲିଥିନ, ଜରି ଆଦିରେ ସାଜସଜ୍ଜା ନକରି କାଗଜ ଆଦିରେ ସାଜସଜ୍ଜା କରିବା ଉଚିତ । ୬୦ଡିବିରୁ ଅଧିକ ସାଉଣ୍ଡ ବ୍ୟବହାର କଲେ ସମ୍ପୃକ୍ତ ମାଇକ ପୋଲିସ ଦ୍ୱାରା ସିଜ କରାଯିବ । ପୋୖରାଞ୍ଚଳରେ ପୋୖର ନିର୍ବାହୀ ଅଧିକାରୀ, ଗ୍ରାମାଞ୍ଚଳରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ସ୍ୱତନ୍ତ୍ର ବୈଠକ କରି କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଉପ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଗୌରୀ ଚନ୍ଦ୍ର ଦାସ ପ୍ରଦୂଷଣ କମ କରି ପୂଜା କରିବାକୁ ସମସ୍ତ ପୂଜା କମିଟିକୁ ଅନୁରୋଧ କରିଥିଲେ ।
ଆଜିର ଏହି ବୈଠକରେ ସମସ୍ତ ତହସିଲଦାର, ଗୁଣପୁର ଓ ବିଷମକଟକ ଉପଖଣ୍ଡ ଆରକ୍ଷୀ ଅଧିକାରୀ, ସମସ୍ତ ଥାନା ଅଧିକାରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବ୍ଲକ କର୍ମଚାରୀ, ପୋୖର କର୍ମଚାରୀ, ପୂଜା କମିଟି ସଭାପତି, ସମ୍ପାଦକ ଓ ସଭ୍ୟ ଉପସ୍ଥିତ ଥିଲେ ।