ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନାରେ ଦ୍ଵିତୀୟ ପର୍ଯ୍ୟାୟ ସଚେତନତା ଅଭିଯାନ ନେଇ ଜ଼ିଲ୍ଲାପାଳ ଙ୍କ ସାମ୍ବାଦିକ ସମ୍ମିଳନୀ ରେ ସୂଚନା
ରାୟଗଡା : ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନା ଅଧୀନରେ ରାୟଗଡା ଜିଲ୍ଲାରେ ବସବାସ କରୁଥିବା ବିଶେଷ ଭାବେ ଅନୁନ୍ନତ ଜନଜାତିର ଜନସାଧାରଣ, ଗୋଷ୍ଠୀ, ପରିବାରକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ସୁବିଧା ଯୋଗାଇଦେବା ନିମନ୍ତେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ୨୩. ୦୮. ୨୪ରିଖରୁ ଶୁଭାରମ୍ଭ ହୋଇ ଏହା ଆସନ୍ତା ସେପ୍ଟେମ୍ବର ୧୦ତାରିଖ ପର୍ଯ୍ୟନ୍ତ ଚାଲିବ ଜ଼ିଲ୍ଲାପାଳ ପାରୁଲ ପାଟୱାରୀ ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି l ସାରା ଦେଶରେ ବ୍ୟାପକ ଜନସଚେତନତା ପରିପ୍ରେକ୍ଷୀରେ ଜିଲ୍ଲାର ବିଶେଷ ଭାବେ ଅନୁନ୍ନତ ଜନଜାତି ବହୁଳ କଲ୍ୟାଣ ସିଂପୁର, ଵିଷମ କଟକ, ମୁନିଗୁଡା ଓ ଗୁଣୁପୁର ବ୍ଲକର ୧୫ଟି ଗ୍ରାମ ପଞ୍ଚାୟତର ସମୁଦାୟ ୨୩୭ଟି ଗ୍ରାମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ l ଏହି ସଚେତନତା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜନମନ ପରି ଯୋଜନାର ଉଦ୍ଦେଶ୍ୟ, ଯୋଜନା ଅନ୍ତର୍ଗତ ଲକ୍ଷଧlର୍ଯ୍ୟ, ସମ୍ପୂର୍ଣ ପ୍ରକଳ୍ପ, ଆଦର୍ଶ ଗ୍ରାମର ନମୁନା ଆଦି ଉପସ୍ଥାପନା କରାଯିବ l
ଆଦିମ ଜନଜାତିର ସବୁ ଲୋକଙ୍କ ଆଧାର କାର୍ଡ ପଞ୍ଜିକରଣ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବା, ସ୍ୱାସ୍ଥ୍ୟଗତ ସୁବିଧା ନିମନ୍ତେ ଆୟୁଷ୍ମାନ ଭାରତ ଯୋଜନାରେ ପଞ୍ଜିକରଣ କରି ଯୋଗ୍ୟ ବ୍ୟକ୍ତିକୁ ସାମିଲ କରାଯିବ l ଜାତିଗତ ଏବଂ ବାସିନ୍ଦା ପ୍ରମାଣ ପତ୍ର ଦିଆଯିବ lରକ୍ତଶିକୁଳି ରୋଗ ଚିହ୍ନଟ କରାଯିବା ସହ ବିଭିନ୍ନ ମୌଳିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବl ଏହା ସହିତ ଜଙ୍ଗଲ ଜମି ପଟ୍ଟା, ଛାତ୍ର ବୃତ୍ତି, ପ୍ରସୂତି କାଳୀନ ସୁବିଧା, କିଷାନ କ୍ରେଡିଟ କାର୍ଡ, କିଷାନ ସମ୍ମାନ ନିଧି ଯୋଜନାରେ ସୁବିଧା ଯେପରି ଉକ୍ତ ଜନଜାତିଙ୍କ ନିକଟରେ ପହଞ୍ଚି ପାରିବ ସେଥିନିମନ୍ତେ ଯୁଦ୍ଧକାଳୀନ ପଦକ୍ଷେପ ନିଆଯିବ l ଏହି ସଚେତନତା କାର୍ଯ୍ୟକ୍ରମ ସମୟରେ ସାଂସଦ, ବିଧାୟକ, ବିଭିନ୍ନ ଜନପ୍ରତିନିଧି ତଥା ପ୍ରଶାସନିକ ଅଧିକାରୀ ଏବଂ ସମସ୍ତ ସମ୍ପୃକ୍ତ ବିଭାଗର କର୍ମକର୍ତ୍ତା କ୍ଷେତ୍ର ପରିଦର୍ଶନ କରିବା ସହ ବିଶେଷ ଭାବେ ଅନୁନ୍ନତ ଜନଜାତି ସମାଜର ସମସ୍ୟା ସମାଧାନ ପାଇଁ ଆଶୁ ପଦକ୍ଷେପ ନେବେ l ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଂଜନ କଂହର, ରାୟଗଡା ଉପ ଜ଼ିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବି, ଜ଼ିଲ୍ଲା ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ଉପସ୍ଥିତ ଥିଲେ l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ