ରକ୍ତଦାନ କରି ନେତାଙ୍କ ଜନ୍ମଦିନ ପାଳନ କଲେ କର୍ମୀ।
ଚିକିଟି ଶୁଭଶ୍ରୀ ପ୍ରଧାନ
ତା ୨୩/୦୭/୨୫
ନେତାଙ୍କ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କଲେ ଦଳୀୟ କର୍ମୀ। ବୁଧବାର ଦିନ ଚିକିଟୀ ଯୁବରାଜ ତଥା ବିଜେଡ଼ି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓଙ୍କ ୪୯ତମ ଜନ୍ମଦିନ ପାଳନ ଅବସରରେ ଚିକିଟୀ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ ମହା ଆଡ଼ମ୍ବରରେ ଜନ୍ମଦିନ ପାଳନ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ପାତ୍ରପୁର ବ୍ଳକ ଅନ୍ତର୍ଗତ ସାମନ୍ତିଆପଲ୍ଲୀ ଛକରେ ସ୍ଥିତ ପୂଜା ମଣ୍ଡପ ଠାରେ ସ୍ଥାନୀୟ ଅଞ୍ଚଳର ବହୁ ଦଳୀୟ କର୍ମୀ ଏକତ୍ରିତ ହୋଇ କେକ କାଟି ନେତାଙ୍କ ଜନ୍ମଦିନ ପାଳନ କରିଥିବା ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ବାଦପୁର ସରପଞ୍ଚ ଶଶାଙ୍କ ପାଣିଗ୍ରାହିଙ୍କ ଅଧ୍ୟକ୍ଷତାରେ ବାଦପୁର ପଞ୍ଚାୟତ ଅନ୍ତର୍ଗତ ଭାରତ ନିର୍ମାଣ ରାଜିବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିରେ ମୁଖ୍ୟ ଅତିଥି ଭାବେ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓ ପହଞ୍ଚି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପାତ୍ରପୁର ବ୍ଳକର ଶହ ଶହ ଦଳୀୟ କର୍ମୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପାତ୍ରପୁର ବ୍ଲକ ବିଜେଡ଼ି ସଭାପତି ରାମନାଥ ପାଣିଗ୍ରାହୀ, ବରିଷ୍ଠ ନେତା ବାପୁଜୀ ବିଷୋୟୀ , ପୂର୍ବତନ ସରପଞ୍ଚ ବିଜୟ ପ୍ରଧାନ, ଭଗବାନ ପାତ୍ର,ଗୁଣ୍ଡରା ସରପଞ୍ଚ ଭଗବତୀ ପାଣିଗ୍ରାହୀ, ମହନ୍ତ ରାମ କିଶୋର ଦାଶ,ସଂଗ୍ରାମ କେଶରୀ ନାୟକ,ବୃନ୍ଦାବନ ପ୍ରଧାନଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ। ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ସର୍ବମୋଟ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।
