March 8, 2026

ମୋତେ ମୋ ପୁଅକୁ ଦିଅ, ନହେଲେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବି l

IMG-20250723-WA0059
Share

ଆଜି ବ୍ରହ୍ମଗିରି ଥାନାକୁ ଖବର ଅନ୍ବେଷଣ ରେ ଆମ ଚାନେଲ ପ୍ରତିନିଧି ଯାଇଥିବା ବେଳେ ବ୍ରହ୍ମଗିରି ଥାନାକୁ ଜଣେ ମହିଳା ଅଭିଯୋଗ କରିବାକୁ ଆସିଥିଲେ l ଖବର ନେବାରୁ ଜଣାପଡିଲା ଯେ ଜାଗୁଳେଇପଦର ଗ୍ରାମର ମାମିନା ବେହେରା ପାଞ୍ଚବର୍ଷ ତଳେ ବ୍ରହ୍ମଗିରି ବ୍ଲକ ମୋଟ ଗ୍ରାମର ବିଜୟ ବେହେରାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ l ତାଙ୍କର ତିନିବର୍ଷର ଏବଂ ଦେଢ଼ବର୍ଷର ଦୁଇଟି ପୁଅ ଅଛନ୍ତି l ବିଜୟ ମଦପିଇ ସବୁଦିନ ମାମିନାକୁ ବାଡିଆ ପିଟା କରିବା ସହିତ ଦୁଇ ଦୁଇଥର ଜୀବନ ରୁ ମାରିଦେବାକୁ ଚେଷ୍ଟା କରି ବିଫଳ ହେଇଥିବା ବେଳେ ମାମିନାଙ୍କ ଦିଅର ମାମିନା ବିବାହ ବେଳେ ବାପଘରୁ ଆଣିଥିବା ସମସ୍ତ ଜିନିଷପତ୍ର ବିକ୍ରିକରି ମଦ ପିଉଛି l ତେଣୁ ମାମିନା ବଡପୁଅ କୁ ନେଇ ବାପଘରେ ରହୁଥିବା ବେଳେ ବିଜୟ ସାନପୁଅକୁ ମାମିନାକୁ ଦେଇନଥିଲା l ମାମିନା ବାରମ୍ବାର ସାନପୁଅ କୁ ନେବାକୁ ଆସିଲେ ବିଜୟ ମାମିନାକୁ ମାରଧର କରୁଥିଲା l ଆଜି ରାଜ୍ୟ ମାନବାଧିକାର ର ମହିଳା ଅଧକ୍ଷା ସ୍ୱୟଂପ୍ରଭା ସାହୁଙ୍କ ସହାୟତା ରେ ବ୍ରହ୍ମଗିରି ଥାନାରେ ଅଭିଯୋଗ କରିବା ପରେ ଥାନାଧିକାରୀ ମୋଟ ଗ୍ରାମକୁ ମାମିନାଙ୍କ ପୁଅକୁ ଫେରାଇ ଆଣିବାପାଇଁ ମୋଟ ଗ୍ରାମକୁ ଯାଇଥିବା ବେଳେ ବିଜୟ ପୁଅକୁ ନେଇ କୁଆଡେ ଚାଲିଯାଇଥିଲା l ମାନବାଧିକାର ରାଜ୍ୟ ଅଧକ୍ଷା ମାମିନା କୁ ନେଇ ବ୍ରହ୍ମଗିରି ଥାନାରେ ବସିଥିବା ବେଳେ ୨୪ ଘଣ୍ଟା ଭିତରେ ପୁଅକୁ ନଆଣିଲେ ଏସପିଙ୍କ ଦ୍ୱାରସ୍ଥ ହେବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିବୁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ