March 10, 2026

Slog ଗାଁ କୁ ଚାଲ ଅଭିଯାନ ଆମ୍ ଆଦମୀ ପାର୍ଟି ଓଡିଶା ଜିଲ୍ଲା ସୁବର୍ଣ୍ଣପୁର ।

IMG-20230723-WA0003
Share

Slog ଗାଁ କୁ ଚାଲ ଅଭିଯାନ ଆମ୍ ଆଦମୀ ପାର୍ଟି ଓଡିଶା ଜିଲ୍ଲା ସୁବର୍ଣ୍ଣପୁର ।

ଜିଲ୍ଲା ସୁବର୍ଣ୍ଣପୁର ,
ତାରିଖ ୨୩/୭/୨୦୨୩
ଆମ୍ ଆଦମୀ ପାର୍ଟି ଜିଲ୍ଲା ସୁବର୍ଣ୍ଣପୁର ର ଗାଁ କୁ ଚାଲ ଅଭିଯାନ ଆଜି ବୀରମହାରାଜପୁର ବ୍ଲକ ର ହିଲୁଙ୍ଗ ଗ୍ରାମ ପଞ୍ଚାୟତ ର ଅମୂଲ୍ୟ ମଣି ରାଣୀପୁର ଏବଂ ମେଣ୍ଢାମାଲ ଗ୍ରାମ ରେ ପହଞ୍ଚି ଦିଲ୍ଲୀ ସରକାର ଙ୍କ
ଶିକ୍ଷା ସ୍ବାସ୍ଥ୍ୟ ବିଜୁଳି ପାଣି ଓ ରୋଜଗାରର ସଫଳ ରାଜନୀତି କୁ ପ୍ରତ୍ୟେକ ଗ୍ରାମାଞ୍ଚଳରେ ପହଞ୍ଚାଇବା ପାଇଁ ଏବଂ ସରକାର ଙ୍କ ଉନ୍ନତି ମୂଳକ କାର୍ଯ୍ୟ ସବୁ ବାଟମାରଣା ହେଉଛି ବୋଲି ଉପଯୁକ୍ତ ହିତାଧିକାରୀ ମାନେ ପାଉନଥିବା ର ଅଭିଯୋଗ କରିଥିଲେ ଗ୍ରାମ ବାସୀ । ଏବଂ ଗ୍ରାମ ର ବିଭିନ୍ନ ସମସ୍ୟା ଗୁଡ଼ିକ ଲୋକ ଙ୍କ ଠାରୁ ସଂଗ୍ରହ କରି ସମସ୍ୟା ର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଏବଂ ସରକାର ଙ୍କ ନିକଟରେ ପହଞ୍ଚାଇ ସମସ୍ୟା ର ସମାଧାନ କରିବାପାଇଁ ଗାଁ କୁ ଚାଲ ଅଭିଯାନ ଆଜି ଆରମ୍ଭ ହୋଇଥିଲା ଏହି ଗାଁ କୁ ଚାଲ ଅଭିଯାନ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଗ୍ରାମ କୁ ପହଞ୍ଚାଇ ଲୋକ ଙ୍କୁ ସଚେତନ କରାଇବା ବୋଲି ପ୍ରକାଶ କରିଛନ୍ତି। ଜିଲ୍ଲା ସଭାପତି ସୁରେଶ କଲତା ଙ୍କ ନେତୃତ୍ବରେ ଉପ ସଭାପତି ପୃଥିରାଜ ଜଗଦଲା, ମୁକୁନ୍ଦ ଜଗଦଲା ,ମାଧବ ମହାକୁର,ଆତ୍ରୟ ପ୍ରଧାନ ,ବାଙ୍କି ବାହାରି ଭୋଇ , ସତ୍ୟନାରାୟଣ ରଥ, ରମାକାନ୍ତ ସୁରୁଯାଲ, ରଞ୍ଜନ ବଗର୍ତ୍ତୀ, ହେମନ୍ତ କୁମାର ଗୌରୀ ଶଙ୍କର ହୋତା ପ୍ରମୁଖ ଅଭିଯାନ ରେ ସାମିଲ ହୋଇଥିଲେ ।