November 24, 2024

ମାନବ ଅଧିକାର ସୁରକ୍ଷା ସଙ୍ଗଠନର ଜିଲ୍ଲାସ୍ତରୀୟ ଗୁଣପୁରରେ ବୈଠକ |

Share

ମାନବ ଅଧିକାର ସୁରକ୍ଷା ସଙ୍ଗଠନର ଜିଲ୍ଲାସ୍ତରୀୟ ଗୁଣପୁରରେ ବୈଠକ |

ଗୁଣପୁର,-(ସୁରେନ୍ଦ୍ର ମହାନ୍ତି )ଆଜି ଗୁଣପୁର ରାମେଶ୍ବର ନଗର ଠାରେ ମାନବ ଅଧିକାର ସୁରକ୍ଷା ସଙ୍ଗଠନ ର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଶ୍ନ
ଉଠେ ମାନବ ଅଧିକାର କଣ ? ଯେଉଁଠି ସାଧାରଣ ମଣିଷଟିଏ ନିଜ ମୌଳିକ ଅଧିକାରରୁ ବଞ୍ଚିତ ହୋଇ ଜୀବନ ବିତାଇବାକୁ ବାଧ୍ୟ ହୁଏ, ସେଠାରେ ଆସେ ମାନବ ଅଧିକାର ସୁରକ୍ଷା । ୧୯୪୮ ମସିହା ଡିସେମ୍ବର ୧୦ ତାରିଖରେ ମିଳିତ ଜାତିସଂଘର ସାଧାରଣ ପରିଷଦରେ
ସାର୍ବଜନୀନ ମାନବ ଅଧିକାର ଘୋଷଣା କରାଗଲା । ଆମ ଦେଶରେ ୧୯୯୩ ମସିହାରେ ଜାତୀୟ ମାନବାଧିକାର ଆୟୋଗ ଏବଂ ଆମ ରାଜ୍ୟରେ
୨୦୦୩ ମସିହାରେ ରାଜ୍ୟ ମାନବାଧିକାର ଆୟୋଗ କାର୍ଯ୍ୟକାରୀ ହୋଇଛି । ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତଙ୍କ
ସମାନ ଅଧିକାର ରହିଛି । ନିର୍ଯ୍ୟାତିତ ମଣିଷର ଅଧିକାର ପାଇଁ ଆଜିର ଏହି ଲଢେଇରେ ଶ୍ରୀଯୁକ୍ତ ପ୍ରଭାକର ପୋଣ୍ଡୁରୁ (ଷ୍ଟେଟ ଚେୟାରମେନ) ମୁଖ୍ୟ ଅତିଥ୍‌ ଭାବେ ଯୋଗଦେଇ ମାନବ ଅଧିକାର ସମ୍ପନ୍ଧରେ ଆଲୋଚନା କରିଥିଲେ । ଶ୍ରୀଯୁକ୍ତ ବିପିନ ବିହାରୀ ପାଲକା (ଷ୍ଟେଟ
ଜେନେରାଲ ସେକ୍ରେଟାରୀ) ମୂଖ୍ୟ ବକ୍ତା ଭାବେ କାର୍ଯ୍ୟକ୍ରମକୁ ଆଗେଇ ନେଇଥୁଲେ । ଜି ଚିନ୍ନାରି କ୍ରିଷ୍ଣା (ଡାଇରେକ୍ଟର), ଏଲ ନରସିଂହ ମୂର୍ତ୍ତି (ଚିଫ ଏଜୁକେଟିଭ ଅଫିସର) ଓ ଏଲ ଶରିଶ (ଷ୍ଟେଟ ୱରକିଙ୍ଗ
ଚେୟାରମେନ) ମଞ୍ଚାସିନ ହୋଇଥିଲେ । ମଞ୍ଚାସିନ ଅତିଥ୍‌ ମାନେ ବର୍ତ୍ତମାନ ପରିସ୍ଥିତିରେ ମାନବାଧ୍ୟାକାର ଆବଶ୍ୟକତା ସମ୍ପନ୍ଧରେ ନିଜ ନିଜ ମତାମତ ରଖୁଥିଲେ
। ଏହି ବୈଠକରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ସଂଖ୍ୟାରେ ମାନବ ଅଧିକାର ସୁରକ୍ଷା କର୍ମୀ ମାନେ ଯୋଗ ଦେଇ ନିଜ ଅଞ୍ଚଳର ଜନସାଧାରଣଙ୍କ ଅସୁବିଧା କଣ ରହିଛି ସେଗୁଡିକ କହିଥିଲେ । ଆଗାମୀ ଦିନରେ ସମସ୍ତ ଟିମ୍ ମିଳିତଭାବେ ସେହି ଅଞ୍ଚଳ ସବୁ ଗସ୍ତ କରି
ଜନସାଧାରଣଙ୍କ ଅସୁବିଧା ଗୁଡିକୁ ସରକାର ଓ ପ୍ରଶାସନର ଦୃଷ୍ଟିକୁ ନେଇ ତାର ସମାଧାନ କରିବାକୁ ନିଷ୍ପତ୍ତି ନିଆଗଲା । ବିଶେଷ କରି ଗୁଛୁଲି ଠାରୁ ତିରଲଡା
ରାସ୍ତା , ଡେଙ୍ଗାକୁଲ ପୋଲ, ଘରଡିହ ପଟ୍ଟା, ରାସନ୍ କାର୍ଡ, ଆଲଙ୍ଗଡା ଅଞ୍ଚଳର ପାନୀୟ ଜଳ ସମସ୍ୟା କୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରିବାକୁ ନିଷ୍ପତ୍ତି ନିଆଗଲା
। ବର୍ତ୍ତମାନ ମାନବ ଅଧିକାର ସୁରକ୍ଷା ସଙ୍ଗଠନ ଅଧିକ କ୍ରିୟାଶୀଳ ହୋଇ ଜନସଚେତନତା ସୃଷ୍ଟି କରି ପ୍ରତଶ୍ୟକ
ମଣିଷ ପାଖରେ ପହଞ୍ଚି ପାରିଲେ ଏକ ସୁସ୍ଥ ସୁନ୍ଦର ବିଶ୍ୱ ଗଢିଉଠିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।