March 12, 2026

ଦେବଦୂତ ସାଜୁଛି ଅପରେସନ୍ ସିନ୍ଧୁ: ଆଜି ରାତିରେ ଇସ୍ରାଏଲରୁ ଫେରିବେ ୧୬୧ ଭାରତୀୟ

IMG-20250623-WA0069
Share

 

ନୂଆଦିଲ୍ଲୀ: ଯୁଦ୍ଧ ଭୂମିରୁ ଫେରୁଛି ଜୀବନ । ଅପରେସନ ସିନ୍ଧୁ ଜରିଆରେ ସ୍ଵଦେଶ ଫେରୁଛନ୍ତି ଭାରତୀୟ । ଇସ୍ରାଏଲର ଯୁଦ୍ଧ ପରିସ୍ଥିତି ଭିତରେ ଭୟଭୀତ ଥିବା ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଆରମ୍ଭ ହୋଇଥିବା ଅପରେସନ ସିନ୍ଧୁ ଇସ୍ରାଏଲରେ ଥିବା ଭାରତୀୟଙ୍କ ପାଇଁ ଦେବଦୂତ ସାଜିଛି ଆଉ ସେ

 

ମିଳିଥିବା ସୂଚନା ଅନୁସାରେ ୧୬୧ ଜଣ ଯାତ୍ରୀଙ୍କୁ ନେଇ ଆଜି ଭାରତ ଆସୁଛି ଏକ ସ୍ଵତନ୍ତ୍ର ବିମାନ । ରାତି ୧୧ଟା ୩୦ରେ ଏହି ୧୬୧ ଜଣ ଯାତ୍ରୀ ଦିଲ୍ଲୀରେ ପହଞ୍ଚିବେ ଆଉ ନିଜ ମାଟିରେ ପାଦ ଦେବେ । ଇରାନ-ଇସ୍ରାଏଲ ଯୁଦ୍ଧ ପରିସ୍ଥିତି ଭୟଙ୍କର ହେଉଥିବା ବେଳେ ଏହି ୧୬୧ ଜଣଙ୍କୁ ଇସ୍ରାଏଲରୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସଡକ ପଥରେ ଜୋର୍ଡାନର ଅମ୍ମାନକୁ ସ୍ଥାନାନ୍ତର କରାଯାଇଥିଲା । ଆଉ ଆଜି ସେମାନଙ୍କୁ ଭାରତ ଫେରାଇ ଅଣାଯାଉଛି ।

 

ସେପଟେ ପୂର୍ବରୁ ଇରାନରୁ ମଧ୍ୟ ଭାରତୀୟଙ୍କ ଅଣାଯାଇଥିଲା । ତିନି ଦିନ ତଳେ ଇରାନରୁ ଭାରତ ଫେରିଥିଲେ ହଜାରେ ଭାରତୀୟ ନାଗରିକ । ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉଗ୍ର ରୂପ ନେଉଥିବା ବେଳେ ଇରାନରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଇରାନରୁ ୧୦୦୦ ଭାରତୀୟ ଭାରତ ଫେରିଥିଲେ ।

 

ତେବେ ଇରାନ ଏବଂ ଇସ୍ରାଏଲରେ ଥିବା ଭାରତୀୟଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବାକୁ ଭାରତ ଅପରେସନ ସିନ୍ଧୁ ଆରମ୍ଭ କରିଥିବା ବେଳେ ଏହାର ପ୍ରକ୍ରିୟା ଆରମ୍ଭ ଜାରି ରହିଛି । ଆମେ ଆମ ଦେଶକୁ ଫେରି ଆସି ବହୁତ ଖୁସି । ସେଠାରେ ପରିସ୍ଥିତି ବହୁତ ଖରାପ । କ୍ଷେପଣାସ୍ତ୍ର ମାଡକୁ ଆମେ ପାଖରୁ ଦେଖିଛୁ ବୋଲି ଭାରତ ଫେରିଥିବା ଭାରତୀୟମାନେ ନିଜ ଅନୁଭୂତି ବଖାଣୁଛନ୍ତି ।