ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ବୈଠକ ସହ ମକ୍ ଡ୍ରିଲ୍..

ଗୁଣପୁର(ସୁରେନ୍ଦ୍ର ମହାନ୍ତି )ଗୁଣପୁର ମୁନିସିପାଲଟିର ଵିକ୍ରମପୁର ସ୍ଥିତ ବହୁମୁଖି ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା,ବାତ୍ୟା ରୁ ମୁକାବିଲା ପାଇଁ ପ୍ରଶାସନ ତରଫରୁ ବୈଠକ ସହ
ମକ୍ ଡ୍ରିଲ୍ ଆୟୋଜିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମୁନିସିପାଲଟି ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ପୈାର ଉପାଧ୍ୟକ୍ଷ ଶିଵ ପ୍ରସାଦ ଗୈାଡ,ପିଏ
ଆଇଟିଡିଏ,ଡାକ୍ତର,ଅଗ୍ନିଶମ ବିଭାଗ ଅଧିକାରୀ,ଓଡ୍ରାଫ ଟିମ୍ ଅଧିକାରୀ ଓ କାଉନସିଲର ମାନେ ମଞ୍ଚାସିନ ଥିଲେ।ଗୁଣପୁର ମଧ୍ୟ ଦେଇ ବଂଶଧାରା ନଦୀ ପ୍ରବାହିତ ହେଉଥିବାରୁ ଵର୍ଷା ଦିନେ ବନ୍ୟାର ଆଶଙ୍କା ରହିଥାଏ।ପୂର୍ବରୁ ଗୁଣପୁର ବାସୀ ବଂଶଧାରାର କରାଳ ରୂପକୁ ଅଙ୍ଗେ ନିଭାଇଛନ୍ତି।ତେଣୁ ପୂର୍ବ ସତର୍କତା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ନଦୀ କୁଳରେ ଥିବା ୱାର୍ଡ ଗୁଡ଼ିକର ଲୋକ ମାନେ ଉପସ୍ଥିତ ଥିଲେ।ବୈଠକରେ ବିଭାଗୀୟ ଅଧିକାରୀ ମାନେ ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା,ବାତ୍ୟା, ଘଡଘଡି,ସାପ କାମୁଡା,ଭୂସ୍ଖଳନ, ପାଣିରେ ବୁଡିଯିବା ଆଦି ସମୟରେ କିପରି ଉଦ୍ଧାର କରାଯାଇ ପାରିବ ସେ ବିଷୟରେ ବୁଝାଇଥିଲେ। ଅଗ୍ନିଶମ ଓ ଓଡ୍ରାଫ ଟିମ୍ ର କର୍ମଚାରୀ ମାନେ ମକ୍ ଡ୍ରିଲ୍ ମାଧ୍ୟମରେ ଏହି ବିପର୍ଯ୍ୟୟ ସମୟରେ କିପରି ବିପର୍ଯ୍ୟସ୍ତଙ୍କୁ କିପରି ଉଦ୍ଧାର କରାଯାଇପାରିବ ସେ ସମ୍ପର୍କରେ ବିଭିନ୍ନ କୌଶଳ ଦେଖାଇ ଥିଲେ।ରାଜ୍ୟର ୩୦ ଟି ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ପାଇଁ ଟେବୁଲ୍ ଟପ୍ ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି।
