March 12, 2026

ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ*

IMG-20250623-WA0001
Share

 

 

ବ୍ରହ୍ମପୁର(ଲମ୍ବୋଦର ସାହୁ)ଆଜି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସିକା ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡ଼ିଆରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଯୁବ ଶକ୍ତି ସମାବେଶରେ ସେ ଯୋଗ ଦେବେ ।

 

ପୂର୍ବାହ୍ଣ ୯ଟାରେ ସେ ଭୁବନେଶ୍ୱରରୁ ବାହାରି ୧୦ଟାରେ ଆସିକା ହରିହର ହାଇସ୍କୁଲରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିବେ। ସେଠାରୁ କାର୍‌ରେ ଖମ୍ବେଶ୍ୱରୀ ମନ୍ଦିରକୁ ଆସି ମା’ଙ୍କ ଦର୍ଶନ ପରେ ୧୦ଟା ୪୦ରେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡ଼ିଆରେ ପହଞ୍ଚିବେ । ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ପରେ ମଧ୍ୟାହ୍ନ ୧୨ଟା ୧୫ରେ ମୁଖ୍ୟମନ୍ତ୍ରୀ ସେଠାରେ ଆୟୋଜିତ ଯୁବ ଶକ୍ତି ସମାବେଶରେ ଯୋଗଦେବା କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଅପରାହ୍ଣ ୧ଟା ୩୦ରେ ସେଠାରୁ ଘଟକୁରି ଅସ୍ଥାୟୀ ହେଲିପ୍ୟାଡ୍‌କୁ ଯାଇ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି।

 

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସୂଚୀ ଗଞ୍ଜାମ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅବଗତ କରାଯାଇଛି । ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ମଧ୍ୟ ଜଣାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଆସିକା ଚଳଚଞ୍ଚଳ ହୋଇ ଉଠିଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାଜନୈତିକ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ପ୍ରାଧାନ୍ୟ ରାଜ୍ୟରେ ରହିଛି । ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଲଗାତାର ଗସ୍ତ କରୁଛନ୍ତି । ଏପ୍ରିଲ୍‌ ୨୭ରେ ପାତ୍ରପୁର ଓ ବ୍ରହ୍ମପୁର, ମେ ୮ ରେ ପୁରୁଷୋତ୍ତମପୁର ଗସ୍ତ ପରେ ଜୁନ୍‌ ୫ ତାରିଖରେ ରମ୍ଭା, ଛତ୍ରପୁର ଓ ବ୍ରହ୍ମପୁର ଗସ୍ତ ରହିଥିଲା । ଦୁଇ ସପ୍ତାହ ପରେ ପୁଣି ଗଞ୍ଜାମ ଜିଲ୍ଲାର ଆସିକା ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ।