ଆଜିର ଖବର..
୧-ବଢିଲା ତୃତୀୟ ବିଶ୍ଵଯୁଦ୍ଧ ଆଶଙ୍କା:ଇରାନ ଉପରେ ଆମେରିକାର ବଙ୍କର ବିଧ୍ବଂସୀ ବୋମାମାଡ, ତିନି ପରମାଣୁ କେନ୍ଦ୍ର ଧ୍ବଂସ।
୨-ଋଷର ସହାୟତା ଲୋଡିଲା ଇରାନ; ଚୀନର ଯୁଦ୍ଧ ବନ୍ଦ ଅନୁରୋଧ।ବିଶ୍ବ ନେତାଙ୍କ ଉଦବେଗ, ଆମେରିକାକୁ ବ୍ରିଟେନ ଓ ଇସ୍ରାଏଲର ସମର୍ଥନ।
୩-ସ୍ନାତକ ନାମଲେଖା; ଦ୍ବିତୀୟ ମେଧା ତାଲିକା ପ୍ରକାଶ,୪୫,୫୦୨ ଛାତ୍ରଛାତ୍ରୀ ମନୋନୀତ।
୪-କଟକ:ହାଇସ୍କୁଲ ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ପରୀକ୍ଷା ପାଇଁ ବୋର୍ଡ ୱେବସାଇଟରେ ଆସିଲା ଆଡ଼ମିଟ କାର୍ଡ।
୫-ତ୍ରୁଟିଶୂନ୍ୟ ରଥଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ସମସ୍ତ ପ୍ରକାର ସତକର୍ତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
୬-ମୁମ୍ବାଇରେ ବିରୋଧୀ ଦଳ ନେତା ନବୀନଙ୍କ ସଫଳ ଅସ୍ତ୍ରୋପଚାର, ଭଲଭାବେ କଥାବାର୍ତ୍ତା କରିପାରୁଛନ୍ତି ନବୀନ।
୭-ପୁରୀ:ସୁସ୍ଥ ହେଲେ ଚତୁର୍ଦ୍ଧାମୂର୍ତ୍ତି, ରାଜନଅରକୁ ଦିଆଗଲା ସୁସ୍ଥତା ବାର୍ତ୍ତା।
୮-କଟକ:ହୋମ ଗାର୍ଡ ପଦବୀ ପରୀକ୍ଷା ପାଇଁ ପ୍ରାର୍ଥୀଙ୍କ ଭିଡ଼, ପରୀକ୍ଷା ଦେଉଛନ୍ତି ମୋଟ ୭ହଜାର ୯୫୩ ପରୀକ୍ଷାର୍ଥୀ।
୯-ଯାତ୍ରୀବାହୀ ବସ୍ରେ କରୁଥିଲେ ଗଞ୍ଜେଇ ଚାଲାଣ, ମାଡି ବସିଲା କାମାକ୍ଷାନଗର ପୋଲିସ ।
୧୦-ଡାଇରିଆ ସ୍ଥିତି ସମୀକ୍ଷା ପରେ ଦଶହରା ପର୍ଯ୍ୟନ୍ତ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।
୧୧-ପହଲଗାଓଁ ଆକ୍ରମଣ ମାମଲାରେ ଏନଆଇଏକୁ ବଡ଼ ସଫଳତା, ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ୨ ଗିରଫ।
୧୨-ଭଦ୍ରକରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣା, ଘଟଣାସ୍ଥଳରେ ପୂର୍ବଞ୍ଚଳ ଡିଆଇଜିଙ୍କ ତଦନ୍ତ ଆରମ୍ଭ।
୧୩-ରଥଯାତ୍ରା ପାଇଁ ଚାଲିବ ୩୬୫ ଟ୍ରେନ, ଭକ୍ତଙ୍କୁ ମିଳିବ ନିରାପଦ, ଆରାମଦାୟକ ଯାତ୍ରା ସୁବିଧା।
୧୪-ଡିଜିସିଏଙ୍କ ନିର୍ଦେଶକ୍ରମେ ଦାୟିତ୍ବରୁ ହଟିଲେ ଏୟାର ଇଣ୍ଡିଆର ୩ ବରିଷ୍ଠ ଅଧିକାରୀ।
୧୫-ନୂଆଦିଲ୍ଲୀ: ଅପରସେନ ସିନ୍ଧୁ ଅନୁଯାୟୀ ଇରାନରୁ ୪ଟି ପର୍ଯ୍ୟାୟରେ ମୋଟ ୧୧୧୭ ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।
୧୬-ହେଡିଂଲି ଟେଷ୍ଟ:ବ୍ରୁକଙ୍କ ୯୯,ବୁମରାଙ୍କୁ ୫ ଓ୍ବିକେଟ୍;ଭାରତ ୯୬ ରନ୍ ଆଗରେ।
୧୭-ନୂଆଦିଲ୍ଲୀ: ଦିଲ୍ଲୀରେ ଚଳାଚଳ କରୁଥିବା ସମସ୍ତ ପୁରୁଣା ଗାଡିଗୁଡିକୁ ଜୁଲାଇ ୧ରୁ ଇନ୍ଧନ ଭରିବାକୁ ସୁଯୋଗ ଦିଆଯିବ ନାହିଁ।
୧୮-ଯୁଦ୍ଧ ମଧ୍ୟରେ ଇରାନର ବଡ଼ ପଦକ୍ଷେପ , ସଂସଦରେ ପାସ୍ ହୋଇଗଲା ହୋର୍ମୁଜ ଷ୍ଟ୍ରେଟ୍ ବନ୍ଦ କରିବା ପ୍ରସ୍ତାବ।
୧୯-ମଧ୍ୟପ୍ରାଚ୍ୟରେ ଯୁଦ୍ଧ ନିଆଁ; ଆମେରିକାର ଆଟାକ୍ ପରେ ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି।
