March 10, 2026

ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ମେଗା ରକ୍ତଦାନ ଶିବିର ୧୦୩ ୟୁନିଟ ରକ୍ତ ସଂଗ୍ରହ

IMG-20240623-WA0074
Share


ଛତ୍ରପୁର,୨୩/୬/୨୪(ଅରୁଣ କୁମାର ପଣ୍ଡା )ବ୍ରହ୍ମପୁର ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟି ରେ ରଖି ଛତ୍ରପୁର ପ୍ରେସକ୍ଲବ ପକ୍ଷରୁ ସଭାପତି ରବୀନ୍ଦ୍ର ନାଥ ପଣ୍ଡାଙ୍କ ତତ୍ୱବଧାନ ରେ ରବିବାର ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିର ଅବସର ରେ ୧୦୩ଜଣ ରକ୍ତଦାତା ସ୍ବେଛାକୃତ ଭାବେ ରକ୍ତ ଦାନ କରିଥିଲେ, ଏହି ଶିବିର ରେ ଗ୍ରାସୀମ ଇଣ୍ଡଷ୍ଟ୍ରୀ ର ୟୁନିଟ ହେଡ ଅଜୟ ଗୁପ୍ତା,ପୂର୍ଵତନ ବିଧାୟକ ଏନ. ନାରାୟଣ ରେଡି, ଅଷ୍ଟମ ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାସ, ଗ୍ରାସୀମ ଇଣ୍ଡଷ୍ଟ୍ରୀର ନିରୋଜା ପଟ୍ଟନାୟକ,
ସୁସ୍ମିତା ବେହେରା ଅତିଥି ଭାବେ ଯୋଗଦେଇ ରକ୍ତଦାତା ଏବଂ ସାମ୍ବାଦିକ ମାନଙ୍କୁ ଉତ୍ସାହିତ କରିଥିଲେ, ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗରମ ହେତୁ ରକ୍ତ ଦାନ ଶିବିରର ଆୟୋଜନ କରାଯାଇ ପାରୁ ନ ଥିବା ବେଳେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ଏଭଳି ମହତ ଆୟୋଜନ ସଫଳତାର ସହ ସମ୍ପନ୍ନ କରାଯାଇଥିବାରୁ ଉପସ୍ଥିତ ଅତିଥି ମାନେ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ କାର୍ଯ୍ୟକ୍ରମକୁ ସମସ୍ତ ସହାୟତାର ପ୍ରତିଶୃତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ଅଜୟ କୁମାର ତ୍ରିପାଠୀ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଅଲେଖ ଚନ୍ଦ୍ର ପ୍ରଧାନ, ଯୁବନେତା ଆର. ସନ୍ତୋଷ ରେଡ୍ଡୀ, ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଉପଦେଷ୍ଟା ବି. ଶ୍ରୀନିବାସ, ଓଡିଶା ଜୀବିକା ମିଶନ ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା, ଯୁବ ସମାଜସେବୀ ସୁଧୀର ପଟ୍ଟନାୟକ ଓ ରାଷ୍ଟ୍ରପତିପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜିତ ସେଠି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ, ସୂଚନାଯୋଗ୍ୟ ଯେ ଗତ ବର୍ଷ ମଧ୍ୟ ପ୍ରେସକ୍ଳବ ପକ୍ଷରୁ ଏଭଳି ରକ୍ତଦାନ ଶିବିର ଆୟୋଜିତ କରାଯାଇଥିଲେ ଯେଉଁଥିରେ ୧୨୧ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରେସକ୍ଲବର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ