July 3, 2024

କାଶୀନଗର ଜଗନ୍ନାଥ ମନ୍ଦିର ରେ ସ୍ନାନ ପୂର୍ଣ୍ଣିମା ଦେଖିବା ପାଇଁ ଭକ୍ତ ଙ୍କ ସମାଗମ…

Share

କାଶୀନଗର ( ଆନନ୍ଦ ପାତ୍ର) ଜଗତର ନାଥ ଜଗନ୍ନାଥ,ବଡ଼ ଭାଇ ବଳରାମ ଓ ଭଉଣୀ ସୁଭଦ୍ରା ଙ୍କ ସ୍ନାନ ଯାତ୍ରା ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି |
ଗଜପତି ଜିଲ୍ଲା କାଶୀନଗର ସହରରେ ଥିବା ବହୂ ପୁରାତନ ଜଗନ୍ନାଥ ମଠରେ କେଉଁ
ଆବାହମାନ କାଳରୁ ଏହି ନୀତି ଅନୁଷ୍ଠିତ ହୋଇ ଆସୁଛି | ଗତ ତିନିମାସ ପୂର୍ବେ ଏହି ମଠର ପୁନଃରୁଦ୍ଧାର ହୋଇ ନୂତନ ମନ୍ଦିର ପ୍ରତିଷ୍ଠା ହୋଇଥିଲା।ପ୍ରତ୍ୟେକ ମାସ ପୁର୍ଣିମା ତିଥିରେ ଏଠାରେ ଯଜ୍ଞ ଓ ହୋମ କାର୍ଯ୍ୟ ତୁଲାଇ ଆସୁଛନ୍ତି ମଠର ମହନ୍ତ ମହାରାଜ ଶ୍ରୀ ପଦ୍ମ ଚରଣ ଦାସ |ଚତୁର୍ଦ୍ଧା ମୂର୍ତ୍ତିଙ୍କ ସକାଳ ନୀତି ଠିକ ସମୟ ନିର୍ଘଣ୍ଟ ପ୍ରକାରେ ସମାପନ ହୋଇଥିଲା | ଅବକାଶ, ବାଳ ଭୋଗ,ମୋଇଲାମ ପରେ ରତ୍ନ ବେଦୀ ରେ କାଳିଆ ଠାକୁର ବିଭିନ୍ନ ଫୁଲ ଓ ତୁଳସୀ ମାଳା ସହ ସ୍ୱତନ୍ତ୍ର ବସ୍ତ୍ର ପରିଧାନ କରି ଭକ୍ତ ଙ୍କୁ ଦର୍ଶନ ଦେଇଥିଲେ | ଅପରାହ୍ନ ଭୋଗ ପରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ସ୍ନାନ ବେଦୀ କୁ ଶଙ୍ଖ, ହୁଳହୁଳି ଓ ସଂକୀର୍ତ୍ତନ ସହ ପହଣ୍ଡି କାର୍ଯ୍ୟକ୍ରମ ହୋଇଥିଲା।ସ୍ନାନ ବେଦୀ ନୀତି ସମ୍ପନ ପରେ ୧୦୮ ଗରା ରେ ସୁବାଶିତ ଜଳ ଓ ପଇଡ଼ ପାଣି ରେ ମହାପ୍ରଭୁ ଙ୍କ ଦିବ୍ୟ ସ୍ନାନ ସମ୍ପନ ବହୁ ଭକ୍ତ ଙ୍କ ଉପସ୍ଥିତି ରେ ହୋଇଥିଲା |ଜଳଧିବାସ ପରେ ଚନ୍ଦନ,କର୍ପୁର ଲେପନ କରାଯାଇଥିଲା | ଷୋଡଶ ଉପଚାର ରେ ପୂଜା ଅର୍ଚନା ହୋଇଥିଲା | ଜଗନ୍ନାଥ ଙ୍କ ବାର ମାସ ତେର ଜାତ ଅନୁଷ୍ଠିତ ହୋଇଥାଏ | ଏହା ପରେ ଏକ ବସ୍ତ୍ର ଦ୍ୱାରା ଆଡ କରାଯାଇ ନୂତନ ବସ୍ତ୍ର ପରିଧାନ କରି ଗଜାନନ ବେଶ ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭକ୍ତ ଙ୍କୁ ଦର୍ଶନ ଦେଇଥିଲେ | ଏହି ଯାତ ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ବହୂ ଭକ୍ତଙ୍କ ଭିଡ଼ ଜମିଥିଲା।ଏହା ପରେ ମହାପ୍ରଭୁଙ୍କୁ ଅଣସର ବିଜେ କରିଛନ୍ତି। ମହା ପ୍ରଭୁ ଙ୍କୁ ଜ୍ୱର, ସର୍ଦ୍ଧି ହେବ, ଔଷଧ, ଲେହ୍ୟ, ଖାଇ ସୁସ୍ଥ ହେବା ପରେ ପହଣ୍ଡି ଘୋଷଯାତ୍ରା ଅନୁଷ୍ଠିତ ହେବ। ଏହି ସ୍ନାନ କାର୍ଯ୍ୟକ୍ରମ ରମାକାନ୍ତ ପାତ୍ର ଅଭିଜିତ ପାତ୍ର, ମୋହନ ପଣ୍ଡା, ଶ୍ରୀଧର ମହାପାତ୍ର, ପଞ୍ଚାନନ ମହାପାତ୍ର, ଚିନ୍ମୟ ଦାସ ସୁରୁଖୁରୁରେ ପରିଚାଳନା କରିଥିଲେ
ଚତୁର୍ଦ୍ଧା ମୂର୍ତ୍ତି ଙ୍କ ସ୍ନାନ କାର୍ଯ୍ୟକ୍ରମ ଆରମ୍ଭ ହେବା ବେଳକୁ ପ୍ରବଳ ବର୍ଷା ହେବାରୁ ନୀତି କାନ୍ତି ବିଳମ୍ବ ରେ ଆରମ୍ଭ ହୋଇଥିଲା ବୋଲି ମହନ୍ତ ମହାରାଜ ଆମ ଉପାନ୍ତ ଖବର ପ୍ରତିନିଧି ଆନନ୍ଦ ପାତ୍ରଙ୍କୁ ସାକ୍ଷାତ କାରରେ ପ୍ରକାଶ କରିଥିଲେ।