November 22, 2024
Share

╭───────────────────╮
🌄, ୨୩-ଜୁନ-୨୦୨୩, ଶୁକ୍ରବାର
╰───────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ସିଏ ମନୁଆ ଠାକୁର.. କୋଟି ବ୍ରହ୍ମାଣ୍ଡ ନାୟକ l ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଲୀଳାଖେଳା, ଶ୍ରଦ୍ଧାଳୁଙ୍କୁ ମିଳିବ ଆଡ଼ପ ଅବଢ଼ା।

➡️୨-ଝଲସିବ ଶ୍ରୀମନ୍ଦିର ସିଂହଦ୍ୱାର, ଲାଗିବ ଉତ୍କଳୀୟ କାରୁକାର୍ଯ୍ୟରେ ରୂପା ଖଚିତ କବାଟ l କଡ଼ା ସୁରକ୍ଷା ବଳୟରେ ଆରମ୍ଭ ହେଲା ନିର୍ମାଣ କାମ । ଶ୍ରୀମନ୍ଦିରରେ ASI, ପୂର୍ତ୍ତ ବିଭାଗ ଓ ବୈଷୟିକ କୋର କମିଟି ।

➡️୩-ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଗତକାଲି ୩ ରଥ ମାଉସୀ ମା ମନ୍ଦିରରେ ପହଞ୍ଚିଲେ l ବର୍ଷାରେ ଭିଜି ରଥ ଟାଣିଲେ ଶହଶହ ଭକ୍ତ l

➡️୪-ଓଡ଼ିଶା ଛୁଇଁଲା ମୌସୁମୀ l ମାଲକାନଗିରି, କୋରାପୁଟ ଓ ଗଜପତିରେ ମୌସୁମୀ ବର୍ଷା ହେଲା ଆରମ୍ଭ । ଆଗାମୀ ୨ ଦିନ ଭିତରେ ସାରା ରାଜ୍ୟକୁ ମୌସୁମୀ ବାୟୁ ଆଗ୍ରସର ହେବ l ଏ ନେଇ ପାଣିପାଗ ବିଭାଗର ସୂଚନା l

➡️୫-ଆମେରିକାର ହ୍ୱାଇଟ୍ ହାଉସ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହେଲା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା l ହେଲା ମୋଦୀ-ବାଇଡେନ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା l “ବିଶ୍ୱ ଶାନ୍ତି ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଭାରତ, ଆମେରିକା ମଧ୍ୟରେ ହେଲା ପ୍ରତିଶ୍ରୁତିବଦ୍ଧ” l

➡️୬-ରାଜ୍ୟର ବିଭିନ୍ନ ‘ଆହାର’ କେନ୍ଦ୍ର ପରିଚାଳନା ପାଇଁ ୨୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୭-ଶେଷରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ସରକାର, ଏଣିକି ବିଶ୍ୱବିଦ୍ୟାଳୟରେ ଆଉ ନିଷିଦ୍ଧ ହେବନି ହୋଲି ପାଳନ l

➡️୮-ମହାରାଷ୍ଟ୍ରର ବିଶ୍ୱ ପ୍ରସିଦ୍ଧ ଶିରିଡି ସାଇବାବା ମନ୍ଦିରର ଦାନ ବାକ୍ସରେ ହେଉଛି ଦୁଇ ହଜାର ଟଙ୍କିଆର ନୋଟ୍ ବର୍ଷା l ଏବେ ସୁଦ୍ଧା ଭକ୍ତମାନେ ମୋଟ ୧୨ ହଜାରଟି ୨ ହଜାର ଟଙ୍କିଆ ନୋଟ୍ ଅର୍ପଣ କରିଛନ୍ତି। ଯାହାର ମୋଟ ମୂଲ୍ୟ ୨.୪୦ କୋଟି ଟଙ୍କା ହେବ l

➡️୯-ଟାଇଟନିକର ଭଗ୍ନାବଶେଷ ଦେଖିବା ପାଇଁ ଯାଇଥିବା ନିଖୋଜ ଟାଇଟନର ମିଳିଲା ସନ୍ଧାନ l ଟାଇଟନିକ ନିକଟରେ ଦେଖାଗଲା ଭଗ୍ନାବଶେଷ, ତଦନ୍ତ ଜାରି l ଆଶଂକା କରାଯାଉଛି ଯେ ଏଥିରେ ଥିବା ସମସ୍ତ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି ।

➡️୧୦-ଖସିଲା ଫିଲ୍ମ ଆଦିପୁରୁଷ ଟିକେଟ୍‌ ର ଦର, ଏଣିକି ୧୫୦ ଟଙ୍କାରେ ୩ଡି ସିନେମା ଦେଖିପାରିବେ ଦର୍ଶକ l

➡️୧୧-ଏଣିକି ବୃଦ୍ଧ-ବୃଦ୍ଧାଙ୍କ ପରି ଗଛକୁ ବି ମିଳିବ ପେନସନ। ପ୍ରାଣବାୟୁ ଦେବତା ଯୋଜନାରେ ମାଧ୍ୟମରେ ଘୋଷଣା କଲେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର।

➡️୧୨-ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କିନ୍ନରମାନଙ୍କ ନିରାପଦ ଭବିଷ୍ୟତ ଓ ଆର୍ଥିକ ନିର୍ଭରତା ନିମନ୍ତେ ‘ସ୍ୱୀକୃତି’ ଯୋଜନାରେ ସରକାର ବିଶେଷ ସୁବିଧା କଲେ ମଞ୍ଜୁର l

➡️୧୩-୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଦୁଇ ଦିନିଆ ବାଲେଶ୍ୱର ଗସ୍ତ : ବାହାନଗା ହେବ ଦେଶର ମଡେଲ ପଞ୍ଚାୟତ l ପଞ୍ଚଲିଙ୍ଗେଶ୍ୱର ଓ କ୍ଷୀରଚୋରା ଗୋପୀନାଥ ମନ୍ଦିରର ହେବ କାୟା ପରିବର୍ତ୍ତନ l

➡️୧୪-ଝାରସୁଗୁଡ଼ା ଜିଲ୍ଲା କାର୍ଯ୍ୟାଳୟରେ ବରଗଡ଼ ଲୋକସଭା କ୍ଷେତ୍ରର ୭ ବିଧାନସଭା ମଣ୍ଡଳିର କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇ ପ୍ରାୟ ୨ ଶହ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା।

➡️୧୫-ସ୍ୱିଜରଲାଣ୍ଡ ସେଣ୍ଟ୍ରାଲ୍ ବ୍ୟାଙ୍କ ଜାରି କରିଥିବା ଡାଟାରୁ ଆସିଲା ସୂଚନା, ୨୦୨୨ ମସିହାରେ ଭାରତୀୟ ଓ ଭାରତୀୟ କମ୍ପାନୀଗୁଡିକ ସ୍ୱିସ୍ ବ୍ୟାଙ୍କରେ ୧୧% କମିଛି ଭାରତୀୟଙ୍କ ଡିପୋଜିଟ୍ l

➡️୧୬-ଖରାପ ପାଗ ଯୋଗୁଁ ଅମିତ ଶାହାଙ୍କ ହେଲିକପ୍ଟର ମଧ୍ୟପ୍ରଦେଶର ବାଲାଘାଟରେ ଅବତରଣ କରିପାରିଲା ନାହିଁ l

➡️୧୭-ଆଖି ବୁଜିଲେ ଅମୁଲ୍ ଗାର୍ଲର ସ୍ରଷ୍ଟା। ବିଜ୍ଞାପନ ଦୁନିଆର ଅନ୍ୟତମ ପ୍ରଖ୍ୟାତ ବ୍ୟକ୍ତିତ୍ୱ ସିଲଭେଷ୍ଟର ଦାକୁହ୍ନାଙ୍କ ୮୦ ବର୍ଷ ବୟସରେ ହେଲା ଦେହାନ୍ତ l

➡️୧୮-ବିରେନ୍ଦର ସେହୱାଗ ହେବେ ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା, ବିସିସିଆଇ ନେଇପାରେ ବଡ଼ ନିଷ୍ପତ୍ତି l

➡️୧୯-ଦେଶ ପାଇଁ ଗୌରବ ଆଣିଲେ ଆଠଗଡ ଝିଅ କଳ୍ପନା, ବର୍ଲିନ ଅଲିମ୍ପିକସରେ ୨କିମି ସାଇକେଲ ଚାଳନାରେ ୨ୟ ସ୍ଥାନ ଅଧିକାର କରି ପାଇଲେ ରୌପ୍ୟ ପଦକ l

➡️୨୦-ଆଜି ଅନ୍ତର୍ଜାତୀୟ ଅଲିମ୍ପିକ୍ସ ଦିବସ, ୧୮୯୪ ଜୁନ୍ ୨୩ରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଗଠନ ହୋଇଥିଲା। କମିଟି ଗଠିତ ହେବା ପରେ ୧୯୪୮ରୁ ଏହି ଦିନରେ ‘ଅନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ’ ପାଳନ କରାଯାଉଛି।

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ଆନ୍ତର୍ଜାତୀୟ ବିଧବା ଦିବସ ll
🔅ଆଜି ଅନ୍ତର୍ଜାତୀୟ ଅଲିମ୍ପିକ୍ସ ଦିବସ ll
🔅ଆଜି ଆନ୍ତର୍ଜାତୀୟ ଅଲିମ୍ପିକ୍ ଆସୋସିଏସନ୍ ସ୍ଥାପନ ଦିବସ ll
🔅ଆଜି ମିଳିତ ଜାତିସଂଘର ଜନସେବା ଦିବସ ll
🔅ଆଜି ଆନ୍ତର୍ଜାତୀୟ ମାଦକ ବିରୋଧୀ ଦିବସ ll
🔅ଆଜି ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀ ତିରୋଧାନ ଦିବସ ll

ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll