May 24, 2025

ଚିକିଟି ରାଜଉଆସରେ ବିଜେଡିର ପ୍ରେସ ମିଟ

Share

 

ପାତ୍ରପୁର ବ୍ଲକରେ ଲୋକପ୍ରତିନିଧିଙ୍କ କଣ୍ଠରୋଧ କରାଯାଉଥିବା ଅଭିଯୋଗ । ସୁଭଶ୍ରୀ-ଚିକିଟି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଶୁକ୍ରବାର ଚିକିଟି ରାଜଉଆସ ପରିସରରେ ଏକ ପ୍ରେସମିଟ ଆୟୋଜିତ ହୋଇଛି । ଶୁକ୍ରବାର ପାତ୍ରପୁର ପଂଚାୟତ ସମିତି ବୈଠକରେ ବିଜୁ ଜନତା ଦଳ ସମର୍ଥିତ ଲୋକ ପ୍ରତିନିଧି ମାନଙ୍କ କଥା ଗୃହରେ କହିବା ବେଳେ କଣ୍ଠରୋଧ କରାଯାଉଥିବା ନେଇ ପ୍ରେସମିଟରେ ଉପସ୍ଥିତ ସମସ୍ତେ ଅଭିଯୋଗ ଆଣିଛନ୍ତି । ବ୍ଲକରେ ସମିତି ବୈଠକରେ ଜଣେ ଲୋକ ପ୍ରତିନିଧି ହିସାବରେ ବିକାଶ ଓ ସମସ୍ୟା ନେଇ ପ୍ରଶ୍ନ କରିବାର ଅଧିକାର ରହିଛି ,ହେଲେ ପାତ୍ରପୁର ବ୍ଲକରେ ପ୍ରଶ୍ନ କଲେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଗୃହରେ ଧମକ ଦେଇ ଆକ୍ରମଣ ପାଇଁ ଆସୁଛନ୍ତି । ଖୋଦ ବିଧାୟକଙ୍କ ଇଙ୍ଗିତରେ ଏସବୁ ହେଉଥିବା ବେଳେ ବିଡ଼ିଓ ନୀରବଦ୍ରଷ୍ଟା ସାଜିରହୁଛନ୍ତି ବୋଲି ପ୍ରେସ ମିଟରେ ଉପସ୍ଥିତ ପାତ୍ରପୁର ବ୍ଲକ ବିଜେଡି ସମର୍ଥିତ ଲୋକ ପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି । ବୈଠକରୁ ବିଜେଡି ସମର୍ଥିତ ଲୋକ ପ୍ରତିନିଧି ମାନେ କକ୍ଷତ୍ୟାଗ କଲା ପରେ କିଛି ଅସାମାଜିକ ବ୍ୟକ୍ତି ଓ ବିଧାୟକଙ୍କଗୁଣ୍ଡା ମାନେ ମହିଳା ପ୍ରତିନିଧିଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି କୁହାଯାଇଛି । ସମିତି ବୈଠକରେ ପ୍ରଶ୍ନର ଉତ୍ତର ଗୃହରେ ଅଧ୍ୟକ୍ଷା ଦେବେ ନଚେତ ବ୍ଲକ ପ୍ରଶାସନିକ ଅଧିକାରୀଙ୍କୁ ଉତ୍ତର ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବେ,କିନ୍ତୁ ପାତ୍ରପୁର ବ୍ଲକରେ କେହି ଲୋକ ପ୍ରତିନିଧି କିଛି ପ୍ରଶ୍ନ ପଚାରିଲେ ବିଧାୟକ ହିଁ ତାର ଉତ୍ତର ଦେବା କେତେଦୂର ଠିକ ବୋଲି ପ୍ରେସ ମିଟରେ ସୂଚନା ଦିଆଯଇଥିଲା । ଆୟୋଜିତ ପ୍ରେସ ମିଟରେ ଜରଡ଼ା ଜୋନ ଜିଲ୍ଲା ପରିଷଦ ସଭ୍ୟା ଯଶୋଦା ଶବର,ଗୁଣ୍ଡୁରା ସରପଞ୍ଚ ଭଗବତୀ ପ୍ରସାଦ ପାଣିଗ୍ରାହୀ, ବାଦପୁର ସରପଞ୍ଚ ଶଶାଙ୍କ ପାଣିଗ୍ରାହୀ,ତୁମ୍ବା ସରପଞ୍ଚ ପ୍ରଶାନ୍ତ ସେଠୀ,,ଖରଣୀପଡା ସରପଞ୍ଚ ଜିତେନ୍ଦ୍ର ପଣ୍ଡା,ସମିତିସଭ୍ୟ ଅମିତା ପ୍ରଧାନ,ଗୁଣ୍ଡୁରା ସମିତିସଭ୍ୟ ନିତ୍ୟାନନ୍ଦ ବିଷୋୟୀ, କେଶରୀପଡା ସରପଞ୍ଚ ଡି. ରୁକ୍ମିଣୀ, ଖମ୍ବାରିଗାଁ ସରପଞ୍ଚ କାପା ଜ୍ୟୋତି ,ସମିତିସଭ୍ୟା ଏନ. ସାନ୍ତାମ୍ମା,ସୁରଙ୍ଗୀ ସମିତିସଭ୍ୟ।କନକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।