May 24, 2025

ବୁଗୁଡ଼ା ପଞ୍ଚାୟତ ସମିତିର ସ୍ବତନ୍ତ୍ର ବୈଠକ 

Share

ବୁଗୁଡା : ତା ୨୩/୦୫/୨୫ : ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବୁଗୁଡା ପଞ୍ଚାୟତ ସମିତି ପକ୍ଷରୁ ଏକ ସ୍ବତନ୍ତ୍ର ବୈଠକ ଅଧ୍ଯକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା ଓ ସଦସ୍ୟା ଚାନ୍ଦିନୀ ନାୟକ, ଭାରପ୍ରାପ୍ତ ବିଡିଓ ଧର୍ମରାଜ ପରିଡା , ଏଫ୍ଓ ପରାଶର ଦାଶ, ଏଇଇ ସୁରେନ୍ଦ୍ର ନାଥ ନାୟକ, ଜିପିଇଓ ଲଛମନ୍ କହଁର ପ୍ରମୁଖ ମଞ୍ଚାସୀନ ରହିଥିଲେ। ବ୍ଲକ ଅନ୍ତର୍ଗତ ୨୧ ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚଙ୍କୁ ନେଇ ଆୟୋଜିତ ଏହି ବୈଠକରେ “ବିକଶିତ ଗାଁ ବିକଶିତ ଓଡିଶା” ଆଧାରରେ ଗ୍ରାମାଞ୍ଚଳର ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥି ସହ ଗ୍ରାମାଞ୍ଚଳର ବିଭିନ୍ନ ବିଦ୍ୟାଳୟରେ ପରିମଳ ଓ ପାନୀୟ ଜଳ ଯୋଗାଣର ସୁବନ୍ଦୋବସ୍ତ ଏବଂ ହିତାଧିକାରୀମାନେ ଯେପରି ଯଥା ସମୟରେ ସୂଚାରୁ ରୂପେ ଭତ୍ତା ପାଇ ପାରିବେ ପ୍ରତି ଗୁରୁତ୍ବାରୋପ କରାଯାଇଥିଲା ବେଳେ ଅନେକ ଜନପ୍ରତିନିଧି ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନାର କାର୍ଯ୍ୟଗୁଡିକ ତ୍ବରାନ୍ବିତ ହୋଇପାରୁନଥିବା ଅଭିଯୋଗ ଉତଥାପନ କରିଥିଲେ। ଆଗାମୀ ଦିନରେ ଜନପ୍ରତିନିଧିମାନଙ୍କ ସହଯୋଗରେ ବ୍ଲକର ପ୍ରତ୍ଯେକ ପଞ୍ଚାୟତର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ।