ନାତିର ଜନ୍ମଦିନ ଉତ୍ସବ ଅଧା ରହିଲା : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ଜେଜେ-ନାତି

କେନ୍ଦୁଝର : ( ରତି ରଞ୍ଜନ ମହାନ୍ତ ) ନାତିର ଜନ୍ମଦିନ ପାଇଁ ମନ୍ଦିର ଯିବାକୁ ଶୁକ୍ରବାର ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଜେଜେବାପା ଓ ନାତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜେଜେବାପା ବାସୁଦେବ ମହାନ୍ତ ଏବଂ ୯ ବର୍ଷର ନାତି ଦିବ୍ୟାଶୁ ।
କେନ୍ଦୁଝର ଜିଲା ପାଟଣା ଥାନା ସିଲିପଦା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା।
୨ ନାତିକୁ ନେଇ ଜେଜେ ବାପା ଯାଇଥିଲେ ବୈତରଣୀ ନଦୀକୁ ଗାଧୋଇବାକୁ ହେଲେ ୨ ଜଣ ଶବ ହେଇ ଘରକୁ ଆସିଲେ l
ସୂଚନା ଅନୁସାରେ ଗାଧୋଉଥିବା ସମୟରେ କୌଣସି ବଶତଃ ସାନ ନାତି ଗଭୀର ସ୍ରୋତ କୁ ଚାଲି ଯାଇଥିଲା l ଜେଜେ ବାପା ଦେଖି ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡ଼ିଥିଲେ ହେଲେ ଗଭୀର ସ୍ରୋତ ରେ ସାନ ନାତି ଏବଂ ଜେଜେ ବାପା ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି l
ବୈତରଣୀ ନଦୀ ରୁ ଗାଧେଇ ଆସି ଥିଲେ ସାନ ନାତିର ଜନ୍ମଦିନ ଥିବାରୁ ହସ ଖୁସିରେ ପୂର୍ଣ୍ଣତୋୟା ବୈତରଣୀ ନଦୀକୁ ଗାଧେଇବାକୁ ଯାଇଥିଲେ, ଗାଧୋଇ ସାରି ଆସିଥିଲେ ମନ୍ଦିର ଯାଇ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଯାଇଥାନ୍ତେ, ଅଧାରେ ରହିଗଲ ଜନ୍ମ ଦିନ ଉତ୍ସବ l