May 24, 2025

ଆଜି ତାଳଚେର ରେ କେନ୍ଦ୍ରମନ୍ତ୍ରି ଧର୍ମେନ୍ଦ୍ର ଙ୍କୁ ବିପୁଳ ସମ୍ବର୍ଦ୍ଧନା

Share

 

ତାଳଚେର ୨୩/୫ – ତାଳଚେର ପୌରପରିଷଦ ପକ୍ଷରୁ ଆଜି କେନ୍ଦ୍ର ଶିକ୍ଷ୍ୟା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିପୁଳ ସମ୍ବର୍ଦ୍ଧନା ଜଣାଇବା ସହିତ ସ୍ଵାଗତ କରାଯାଇଛି । ତାଳଚେର ପୌର ପରିଷଦ ର ଅଧକ୍ଷ ପବିତ୍ର ଭୂତିଆଙ୍କ ନେତୃତ୍ଵରେ ଶତାଧିକ ମହିଳା ଓ ପୁରୁଷ ଗହଣରେ ,ସ୍ଥାନୀୟ ପବିତ୍ର ମୋହନ ପ୍ରଧାନ ଛକ ଠାରେ ଥିବା ପବିତ୍ର ମୋହନ ପ୍ରଧାନ ଙ୍କ ପ୍ରତିମୂର୍ତ୍ତୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଲ୍ୟାର୍ପଣ କରିଥିଲେ । ତାଙ୍କ ସହିତ ଢ଼େଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି , ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ , ପର୍ଜଙ୍ଗ ବିଧାୟକ ବିଭୁତି ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ପବିତ୍ର ମୋହନ ପ୍ରଧାନ ଙ୍କ ପ୍ରତିମୂର୍ତ୍ତୀରେ ମଧ୍ୟ ମାଲ୍ୟାର୍ପଣ କରିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ ତାଳଚେର ରେ ପୁରୁଣା ଯୁବରାଜ ହାଇସ୍କୁଲ ନିକଟରେ ବହୁ ପ୍ରତିକ୍ଷୀତ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ର ଭୂମିପୂଜନ ଉତ୍ସବ ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗଦେବା ପାଇଁ ଓ ତାଳଚେର କଲେଜ ରେ ଅସ୍ଥାୟୀ ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ଶୁଭ ଦେବା ଅବସରରେ ଆସିଥିବା ବେଳେ ପବିତ୍ର ମୋହନ ଛକ ଠାରେ ଏହି ସମ୍ବର୍ଦ୍ଧନା ପୌର ପରିଷଦପାକ୍ଷରୁ ଦିଆ ଯାଇଥିଲା । ଏଥିରେ ବିଜେପି ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ ବିଭୁତି ସାହୁ , ସୀତିକାନ୍ତ ବାରିକ ନାରୀ ନେତ୍ରୀ ନୟନା ଦେହୁରୀ , ପୌର ପରିଷଦ ର ନିର୍ବାହୀ ଅଧିକାରୀ ପ୍ରଦୀପ ସାହା , କାଉନସିଲର ଆସିଫ ଖାଁ , କାଉନସିଲର ମମତା ରାଉତ , କାଉନସିଲର ସନ୍ତୋଷ ବେହେରା ବାବୁନି ସ୍ୱାଇଁ , ପୌର ଯନ୍ତ୍ରୀ ଗୋଲେଖ ସାହୁ , ସମସ୍ତ ପୌର କର୍ମଚାରୀ ଙ୍କ ସମେତ ୫୦୦ ରୁ ଉର୍ଦ୍ଧ ସମର୍ଥକ ମାନେ ଯୋଗ ଦେଇଥିଲେ ।।

 

 

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ