May 24, 2025

ତିର୍ତ୍ତୋଲ କଲେଜ ଓ ରାହାମା କଲେଜର, +୨ ବିଜ୍ଞାନର ଡୁଇଜଣ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

Share

   ତିର୍ତ୍ତୋଲ କଲେଜ ଓ ରାହାମା କଲେଜର, +୨ ବିଜ୍ଞାନର ଡୁଇଜଣ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଜଗତସିଂହପୁର ତା ୨୨/୫/୨୦୨୫ ତିର୍ତ୍ତୋଲ ଆଦିକବି ସାରଳା ଦାସ ମହାବିଦ୍ୟାଳୟ ରେ ଚଳିତ ବର୍ଷ+ ୨ବିଜ୍ଞାନ ବିଭାଗରେ ୫୪୧ ନମ୍ବର ରଖି ଏହି କଲେଜରେ ଟପ ର ହୋଇଥିବାରୁ କୃତ୍ତିଛାତ୍ରୀ ଭାଗ୍ୟଲକ୍ଷ୍ମୀ ରାଉତ ଙ୍କୁ ଓ ରାହାମା ସ୍ଥିତ ସାରଳା ମହାବିଦ୍ୟାଳୟର + ୨ ବିଜ୍ଞାନ ରେ ୪୮୫ ନମ୍ବର ରଖି,୨୧୫ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ଟପର ହୋଇଥିବାରୁ, ଉଭୟଙ୍କୁ ଗତ ୨୨ ତାରିଖ ଗୁରୁବାର ଦିନ ଅପରାହ୍ନରେ, ତିର୍ତ୍ତୋଲ କଲେଜ ରୋଡ ସ୍ଥିତ ସାରଳା ମେସ ( କୋଚିଙ୍ଗ ସେଣ୍ଟର୍) ପରିସର ରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଦୁଇଜଣ ବିଦ୍ୟାର୍ଥୀ ସାରଳା ମେସ ରେ ଅନ୍ତେବାସୀ ରହି ମାଟ୍ରିକ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବାପର ଠାରୁ ଏଠାରେ କୋଚିଙ୍ଗ ନେଉଥିଲେ। କଠୋର ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେମାନେ ନିଜ ନିଜର କଲେଜରେ ଟପର ହୋଇ କଲେଜ ର ସୁନାମ ବଜାୟ ରଖିବା ସହିତ , ଏହାର ସମସ୍ତ ଶ୍ରେୟ ନିଜ ନିଜର ପିତା ମାତା ଓ କଲେଜର ଅଧ୍ୟାପକ ଅଧ୍ୟାପିକା ଙ୍କ ସମେତ ବିଶେଷ କରି ସାରଳା ମେସ କୋଚିଙ୍ଗ ସେଣ୍ଟର ର ମୁଖ୍ୟ ପରିଚାଳକ ଜଗନ୍ନାଥ ଦାସ ( ବୁବୁଲା ସାର୍ ) ଙ୍କୁ ଦେଇଛନ୍ତି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପକ ନିତ୍ୟସୁନ୍ଦର ସ୍ୱାଇଁ ଙ୍କ ସମେତ ସମସ୍ତ ଶିକ୍ଷାଗୁରୁ ଓ ଅନ୍ତେବାସୀ ମାନେ ଉପସ୍ଥିତ ରହି ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ଉଭୟ କୃତି ଛାତ୍ର ଛାତ୍ରୀ ଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ। ଭାଗ୍ୟଲକ୍ଷ୍ମୀ ରାହାମା ଅଢାଙ୍କୁରା ଗ୍ରାମର ଲକ୍ଷ୍ମୀଧର ରାଉତ ଓ ପ୍ରିୟମ୍ବଦା ରାଉତ ଙ୍କ ଝିଅ। ସେହିପରି ଶୁଭ୍ରଜିତ୍ ଙ୍କ ଘର ଏରସମା ବ୍ଲକ, ଚଟୁଆ, ଗରାଦେଇପୁର ଗ୍ରାମ ରେ ଓ ତାଙ୍କର ବାପା ଦୁଃଖୀରାମ ସ୍ୱାଇଁ ଜଣେ ରଙ୍ଗମିସ୍ତ୍ରୀ ଭାବରେ କାମ କରୁଥିବା ବେଳେ ମାଆ ବିଚିତ୍ରl ସ୍ୱାଇଁ ଜଣେ ଆଦର୍ଶ ଗୃହିଣୀ ଭାବରେ ଝିଅ କୁ ଉଚ୍ଚଶିକ୍ଷିତl କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ତେବେ ଉଚ୍ଚମାନ ର ଶିକ୍ଷାଦାନ ସହିତ ସଂସ୍କାରଧର୍ମୀ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷାପ୍ରଦାନ କ୍ଷେତ୍ରରେ ସାରଳା ମେସ କୋଚିଙ୍ଗ ସେଣ୍ଟର୍ ସ୍ଥାନୀୟ ଅଞ୍ଚଳରେ ସୁନାମ ଅର୍ଜନ କରିଆସିଛି।