May 24, 2025

ବନ୍ଦ ଟିଟାନିୟମ ପ୍ଲାଣ୍ଟ ପୁନଃ କାର୍ଯ୍ୟକ୍ଷମ ଦାବିରେ ଗଣ ଧାରଣା 

Share

 

 

ଛତ୍ରପୁର. ତା. ୨୩/୫/୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ନିକଟରେ ଥିବା ସରାଫ ଏଜେନସି ପ୍ରାଇଭେଟ ଲିମିଟେଡ଼ ର ଟିଟାନିୟମ କମ୍ପାନୀ ନଭେମ୍ବର ୫ ତାରିଖରୁ ବନ୍ଦ ରହିଛି ଏ ନେଇ କାର୍ଯ୍ୟରତ ୨୧୦ କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ନୋଟିସ କରାଯାଇ ଅସ୍ଥାୟୀ ଭାବେ ଛଟେଇ କରାଯାଇଛି । ଟିଟାନିୟମ ପ୍ଲାଣ୍ଟ କୁ ପୁନଃ କାର୍ଯ୍ୟକ୍ଷମ କରିବା, ସମସ୍ତଙ୍କୁ ନିଯୁକ୍ତି ଦେବା ପ୍ରସଙ୍ଗ ନେଇ

ଅଧା ବଦଳରେ ପୁରା ଦରମା ଦେବାକୁ ଦାବୀ କରି ପ୍ଲାଣ୍ଟ ମୁଖ୍ୟ ଫାଟକ ସମ୍ମୁଖରେ ଟିଟାନିୟମ ଏମ୍ପଲୋଇଜ ୱାର୍କର୍ସ ୟୁନିଅନ ପକ୍ଷରୁ ବୁଧବାର ଠାରୁ ଧାରଣା ଦିଆଯାଇଛି । ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲିବ ବୋଲି ୟୁନିଅନ ପକ୍ଷରୁ କୁହାଯାଇଛି ଦୀର୍ଘ ବର୍ଷ ଧରି କମ୍ପାନୀ କ୍ଷତିରେ ଚାଲୁଥିବା ବେଳେ କମ୍ପାନୀ କତ୍ତୃପକ୍ଷ ନଭେମ୍ବର ୫ ତାରିଖରୁ ପ୍ଲାଣ୍ଟ କୁ ବନ୍ଦ କରିବା ସହ ସମସ୍ତ କର୍ମଚାରୀ ଙ୍କୁ ଅସ୍ଥାୟୀ ଭାବେ ଛଟେଇ କରି ରଖିଛନ୍ତି । ଅର୍ଡର ମିଳିବା ପରେ ଓ ପରିସ୍ଥିତି ସୁଧୁରିବା ଲାଗି କମ୍ପାନୀ କର୍ତ୍ତୃପକ୍ଷ ଚେଷ୍ଟା କରୁଥୁବା ଯାହାକି ୨୦୨୫ ମାର୍ଚ୍ଚ କୁ ଆଶା କରାଯାଉଥିବା ଉକ୍ତ ନୋଟିସ ରେ ଦର୍ଶାଯାଇଥିଲା । ତେବେ ଏହି ଅବଧି ପୂରଣ ସହ ୨ ମାସ ବିତିଯାଇଥିଲେ ହେଁ ପ୍ଲାଣ୍ଟ ପୁନଃ କାର୍ଯ୍ୟକ୍ଷମ ହୋଇନି ବାରମ୍ବାର ଜ଼ିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ । ଏହି ଧାରଣାରେ ୟୁନିୟନ ସଭାପତି ଦଣ୍ଡପାଣି ରେଡି,ସମ୍ପାଦକ ଶଙ୍କର ବେହେରା, କୋଷାଧ୍ୟକ୍ଷ ଏସ.କାମରାଜୁ ରେଡି, ଉପସଭାପତି ଦିଲ୍ଲୀପ ପ୍ରଧାନ , ସହ ସମ୍ପାଦକ ରବୀନ୍ଦ୍ର ସାହୁ,ଦୟାନିଧି ସାହୁ, ଟି ବାବୁ ରାଓ, ଲକ୍ଷ୍ମୀ ବେହେରା ଙ୍କ ସମେତ ବହୁ କର୍ମଚାରୀ ସାମିଲ ଥିଲେ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ରାଜେଶ ଶର୍ମା ଓ ଅନ୍ୟ ଅଧିକାରୀ ଧାରଣା ସ୍ଥଳକୁ ଆସି ଆଲୋଚନା କରିଥିଲେ ହେଁ ଦାବୀ ପୂରଣ ନେଇ କୌଣସି ବିଧିବଦ୍ଧ ପ୍ରତିଶୃତି ଦେଇ ପାରିନଥିଲେ ଫଳରେ ଧାରଣା ଜାରି ରହିଥିଲା ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ, ଚମା ଖଣ୍ଡି ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ପୋଲିସ ଫୋର୍ସ ସହ ସେଠାରେ ପରିସ୍ଥିତି ପ୍ରତି ନଜର ରଖିଥିଲେ