ନାବାଳିକା କୁ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗ ରେ ମୋହନା ପୋଲିସ ଦ୍ଵାରା ବିବାହିତ ଯୁବକ ଗିରଫ
ନାବାଳିକା କୁ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗ ରେ ମୋହନା ପୋଲିସ ଦ୍ଵାରା ବିବାହିତ ଯୁବକ ଗିରଫ l
ପାରଳାଖେମୁଣ୍ଡି:୨୩/୫(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜ଼ିଲ୍ଲା ମୋହନା ଥାନା ଅଞ୍ଚଳ ର ଜଣେ କଲେଜ ପଢୁଆ ନାବାଳିକା ଛାତ୍ରୀ ଙ୍କୁ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗ ରେ ମୋହନା ପୋଲିସ ଜଣେ ବିବାହିତ ଯୁବକ ଙ୍କୁ ଗିରଫ କରିଛି, ଗିରଫ ଯୁବକ ହେଲେ ଅଡବା ଥାନା କାଟ୍ରାକା ଗ୍ରାମର ସାମନ୍ତ ନାୟକ (27) l ସାମନ୍ତ ପୂର୍ବରୁ ବିବାହିତ ଏବଂ ତାଙ୍କର ଏକ ଛୁଆ ମଧ୍ୟ ରହିଛି l ସମ୍ପୃକ୍ତ ଯୁବକ ଙ୍କ ମୋହନା ଥାନା ଦାରିଆମ୍ବ ଗ୍ରାମର ଜଣେ କଲେଜ ପଢୁଆ ନାବାଳିକା ଛାତ୍ରୀ ସହ ପ୍ରେମ ସମ୍ପର୍କ ରହିଥିଲା, ଏବଂ ନାବାଳିକା ଜଣକୁ କଲେଜ ରେ ପାଠ ପଡିବା ପାଇଁ ଯୁବକ ଜଣକ ନାମ ଲେଖାଇଥିଲେ l ପରେ ଗତ 21.6.2022 ରେ ଯୁବକ ଜଣକ ସମ୍ପୃକ୍ତ ନାବାଳିକା ଙ୍କୁ ନେଇ ପ୍ରଥମେ ଉତ୍ତରପ୍ରଦେଶ, ମୁମ୍ବାଇ ଏବଂ ଶେଷରେ ତେଲେଙ୍ଗାନା କୁ ନେଇ ବିଭିନ୍ନ ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିଲା ଏବଂ ନାବାଳିକା ଜଣକ ଗର୍ଭବତୀ ହେବାପରେ ତାର ଗର୍ଭପାତ ମଧ୍ୟ କରାଇଥିଲା l ଅନ୍ୟପଟେ ନାବାଳିକା ଜଣକ ନିଖୋଜ ଥିବା ନେଇ ଘରଲୋକେ ମୋହନା ଥାନାରେ ଅଭିଯୋଗ କରିଥିଲେ, ଅଭିଯୋଗ କୁ ଭିତ୍ତିକରି ପୋଲିସ ତଦନ୍ତ ମଧ୍ୟ ଚଳାଇଥିଲା l ଗତ ମାର୍ଚ୍ଚ ମାସରେ +2 ପରୀକ୍ଷା ଦେବାପାଇଁ ନାବାଳିକା ଜଣକ ମୋହନା ଆସିଥିବା ବେଳେ ତାକୁ ପୋଲିସ ଉଦ୍ଧାର କରିବା ସହ ପଚରାଉଚରା କରିଥିଲା ଫଳରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା l ତା ପର ଠାରୁ ପୋଲିସ ପୋକ୍ସ ଆକ୍ଟ ରେ ଏକ ମାମଲା ରୁଜୁକରି ଘଟଣା ର ତଦନ୍ତ ଆରମ୍ଭ କରିଥିଲା ଏବଂ ଅଭିଯୁକ୍ତ କୁ ଧରିବା ପାଇଁ ଉଦ୍ୟମ କରୁଥିଲା, ଅଭିଯୁକ୍ତ ଯୁବକ ର ଫୋନ ଟ୍ରାକ୍ କଲାବେଳେ ସେ ମୋହନା ଅଞ୍ଚଳ ରେ ଥିବା ଜଣାପଡିଥିଲା l କିନ୍ତୁ ଚଢ଼ାଉ ବେଳେ ଦୁଇ ଦୁଇ ଥର ଅଭିଯୁକ୍ତ ଯୁବକ ପୋଲିସ ପଞ୍ଝା ରୁ ଖସିଯାଇଥିଲା l ରବିବାର ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଙ୍କ ନେତୃତ୍ୱ ରେ ଏକ ଟିମ୍ କର୍ଚ୍ଚବାଡ଼ି ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ଯୁବକ ସାମନ୍ତ ନାୟକ ଙ୍କୁ ଗିରଫ କରିଥିଲେ l ଅଭିଯୁକ୍ତ ର ଡାକ୍ତରୀ ମଇନା ପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ମୋହନା ଥାନା ଅଧିକାରୀ ସୂଚନା ଦେଇଛନ୍ତି l