March 8, 2026

ମୋହନା ଅଞ୍ଚଳରୁ ଚୋରା ଚାଲାଣ ହେଉଥିବା ଭାଙ୍ଗ ସହ ଆସାମୀ ଡ୍ରାଇଭର ଗିରଫ କୋର୍ଟ ଚାଲାଣ

IMG-20230523-WA0001
Share

ମୋହନା ଅଞ୍ଚଳରୁ ଚୋରା ଚାଲାଣ ହେଉଥିବା ଭାଙ୍ଗ ସହ ଆସାମୀ ଡ୍ରାଇଭର ଗିରଫ କୋର୍ଟ ଚାଲାଣ ——-ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମୋହନା ଠାରୁ ବଡଗଡ଼ ଯିବା ରାସ୍ତା କେନ୍ଦୁପଦା ଛକରେ ମୋହନା ପୋଲିସ ପେଟ୍ରୋଲିଂ କରିବା ସମୟରେ ଏକ ଟାଟା ଏସି ଯାହାର ଗାଡି ନମ୍ବର ଓଡ଼ି-୦୨-ବିକେ-୫୦୪୨ ରେ ଚୋରା ଚାଲାଣ ହେଉଥିବା ୧୦୩୪କେଜି ଭାଙ୍ଗ କୁ ଜବତ କରିଛି।ଜବତ ସମୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ରଗଡିପଦା ଗ୍ରାମର ଜଗନ୍ନାଥ ପାତ୍ର ଙ୍କ ପୁତ୍ର ବସନ୍ତ ପାତ୍ର (ଡ୍ରାଇଭର)କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଏହି ଦୁର୍ଗମ ଅଂଚଳରେ ଚୋରା ଚାଲାଣ କାରୀଙ୍କ ପ୍ରତି କୋଠର କାର୍ଯ୍ୟାନୁଷ୍ଠାନ ସହ ଚବିଶି ଘଣ୍ଟିଆ ପେଟ୍ରୋଲିଂ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି।