April 23, 2025

ଏପ୍ରିଲ ୨୪ ରେ‌ ନୂଆ ରାସନ୍ କାର୍ଡ ବଣ୍ଟନ କରିବେ ସରକାର 

Share

 

ଭୁବନେଶ୍ୱର ( ଦେବାଶିଷ ଦାଶ )

ଏପ୍ରିଲ ୨୪ରେ ନୂଆ ରାସନ କାର୍ଡ ବଣ୍ଟନ କରିବେ ସରକାର । ପଞ୍ଚାୟତିରାଜ ଦିବସରେ ବଣ୍ଟାଯିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ପୁରୀରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ପର୍ଯ୍ୟାୟକ୍ରମେ ୫ ଲକ୍ଷ ୯୦ ହଜାର ହଜାର ନୂଆ କାର୍ଡ ବାଣ୍ଟିବେ ସରକାର । ଜିଲ୍ଲାପାଳ ମାନଙ୍କୁ ଆଜି ସୁଦ୍ଧା ନୂଆ କାର୍ଡ ପ୍ରସ୍ତୁତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ .

ଅନ୍ୟପଟେ ଏବେ ବି ୨୫ ଲକ୍ଷ ହିତାଧିକାରୀ ଇ-କେଓ୍ବାଇସି କରିନାହାନ୍ତି । ସେମାନଙ୍କୁ ଯାଞ୍ଚ କରିବା ପାଇଁ ଅଫିସର ମାନଙ୍କୁ ପରିଦର୍ଶନ କରିବାକୁ ରିପୋର୍ଟ ଦେବାକୁ କୁହାଯାଇଛି । ରିପୋର୍ଟ ଆସିବା ପରେ କେଉଁ ହିତାଧିକାରୀ ଅଛନ୍ତି କିଏ ନାହାନ୍ତି ତାହା ମଧ୍ୟ ତଦାରଖ ପରେ ସେହି ରାସନ କାର୍ଡ କଟାଯିବ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।