March 25, 2025

ଶହୀଦ ଭଗତ ସିଂ ବଳିଦାନ ଦିବସ ଆୟୋଜିତ …

Share

 

ଖୋର୍ଦ୍ଧା, ( ପ୍ରିୟଙ୍କା ମହାପାତ୍ର)

 

ସ୍ଥାନୀୟ ନାଇଡୁ ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ସାମାଜିକ ଅନୁଷ୍ଠାନ ପ୍ରୋଜେକ୍ଟ ପଏଣ୍ଟ ଓ ନେହେରୁ ଯୁବ କେନ୍ଦ୍ର ଖୋର୍ଦ୍ଧା ତରଫରୁ ଶହୀଦ ଭଗତ ସିଂଙ୍କ ବଳିଦାନ ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ସାମାଜିକ ଅନୁଷ୍ଠାନ ପ୍ରୋଜେକ୍ଟ ପଏଣ୍ଟର ଅଧକ୍ଷ ଡ଼ ସଂଗ୍ରାମ କେଶରୀ ସାମନ୍ତରାୟ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରୂପେ ପ୍ରାଣ ନାଥ ସ୍ୱୟଂ ସହାୟକ ମହାବିଦ୍ୟାଳୟର ପୂର୍ବତନ ଓଡ଼ିଆ ମୁଖ୍ୟ ଡ଼ ଗୋପାଳକୃଷ୍ଣ ଦାସ ଯୋଗ ଦେଇ ଭାରତରେ ବିଭିନ୍ନ ସ୍ଵାଧୀନତା ସଂଗ୍ରାମୀ ଓ ତାଙ୍କ ଇତିହାସ ଉପରେ ଆଲୋଚନା କରିଥିଲେ। ସମ୍ମାନୀତ ଅତିଥି ରୂପେ ରାଜ୍ୟ ଜଳବାୟୁ ମଣିଷ ସତ୍ୟବ୍ରତ ସାମଲ ବିଭିନ୍ନ ପ୍ରକାରର ସାମାଜିକ ପରିବର୍ତ୍ତନ ଉପରେ ଅବସ୍ଥିତ ବିଭିନ୍ନ ପ୍ରକାର ସଚେତନତା ହେଉଛି କହିଥିଲେ । ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ଗଣା ଯାଉଥିଲେ ମଧ୍ୟ, ସାମାଜିକ ପରିବର୍ତ୍ତନ ହେବା ଜରୁରୀ ଅଛି ବୋଲି ମୁଖ୍ୟ ବକ୍ତା ଡ଼ ଶୈଲେନ୍ଦ୍ର ମିଶ୍ର, ଖୋର୍ଦ୍ଧା ଜିଲ୍ଲା ଏ ବି ଭି ପି ପ୍ରମୁଖ କହିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଖୋର୍ଦ୍ଧା ଶ୍ରୀମତୀ ଯ୍ୟୋଷ୍ନମୟୀ ଆଚାର୍ଯ୍ୟ ବିଭିନ୍ନ ପ୍ରକାରର ସାମାଜିକ ଅନୁଷ୍ଠାନ ସହିତ କିଭଳି ଭାବରେ ଭାରତର ଅମୂଲ୍ୟ ରତ୍ନଙ୍କ ଜୀବନୀ ବିଷୟରେ ଜାଣିବାକୁ ମିଳିବ ସେକଥା କହିଥିଲେ। ସମାଜରେ ଦେଶ ପ୍ରେମ ଓ ବୀରତ୍ବର ପରିଚୟ ଶହୀଦ ଭଗତ ସିଂହ ହିଁ ଥିଲେ ବୋଲି ପ୍ରୋଜେକ୍ଟ ପଏଣ୍ଟର ଉପଦେଷ୍ଟା ଅର୍ଜୁନ ପ୍ରଧାନ କହିଥିଲେ। ଯୁବକ ମାନେ କିଭଳି ତାଙ୍କ ଇତିହାସ ଉପରେ ଆଲୋଚନା କରିବେ, ତା ର ଖସଡ଼ା ପ୍ରସ୍ତୁତ ହେବା ଜରୁରୀ ଅଛି ବୋଲି ସେ କହିଥିଲେ। ଶେଷରେ ନାଇଡୁ ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟର ପରିବେଶ ଓ ପ୍ରକୃତି ବନ୍ଧୁ ବିଶ୍ୱଜିତ୍ ପରିଡ଼ା ସମସ୍ତ ପ୍ରତିଭାଗି ଓ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିକ୍ରମ, ରାଜଶ୍ରୀ, ଶିବ ପ୍ରସାଦ ଓ ତ୍ରିଲୋଚନ ପରିଚାଳନା କରିଥିଲେ। ପରିଶେଷରେ ଛାତ୍ର ଓ ଛାତ୍ରୀ ମାନେ ଶହୀଦ ଭଗତ ସିଂହ ଆଦର୍ଶରେ ଅନୁପ୍ରାଣୀତ ହୋଇ, ଭବିଷ୍ୟତରେ ଦେଶ ମାତୃକାର ସେବା କରିବା ପାଇଁ ଶପଥ ନେଇଥିଲେ ।