March 27, 2025

୧୪ ବର୍ଷ ପରେ କୁନ୍ଦୁରାରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ …

Share

କୋରାପୁଟ (ହରିଶ କୁମାର ପଟ୍ଟନାୟକ) ୧୪ ବର୍ଷ ପରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପାଇଛି କୁନ୍ଦୁରା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ l ୨୦୧୩ ମସିହା ପରଠାରୁ ସ୍ଥାୟୀ ବି ଇ ଓ ନଥିଲେ କେତେବେଳ କୋଟପାଡ, ବୈପାରୀଗୁଡ଼ା ବୋରିଗୁମ୍ମା ତ ଆଉ କେତେବେଳେ ଜୟପୁର,କୋରାପୁଟ ବି ଇ ଓ କୁନ୍ଦୁରା ଦାୟିତ୍ଵ ସମ୍ଭାଳି ଆସୁଥିଲେ l ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ ଘଟିଛି l ଆଜି ନୂତନ ବି ଇ ଓ ଭାବେ ରଘୁନାଥ ପାଙ୍ଗି ଯୋଗଦେଇଛନ୍ତି l କାର୍ଯ୍ୟାଳୟରେ ପହଞ୍ଚିବା ପରେ କୁନ୍ଦୁରା ବ୍ଲକ ଶିକ୍ଷକ ସଙ୍ଘ ପକ୍ଷରୁ କାର୍ଯ୍ୟାଳୟ ମଧ୍ୟକୁ ପାଛୋଟି ନେଇଥିଲେ I ପ୍ରଥମେ ଜିଲ୍ଲା ଶିକ୍ଷକ ସଙ୍ଘର ସଭାପତି ତ୍ରିନାଥ ହରିଜନ ଏବଂ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ତ୍ରିନାଥ ପଣ୍ଡା ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସ୍ୱାଗତ ଜଣାଇବା ସହ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀଙ୍କ ସହ ପରିଚିତ କରାଇଥିଲେ l କୁନ୍ଦୁରା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏହି ବ୍ଲକ ଅଧୀନରେ ୪୪୦ ଶିକ୍ଷକ, ଶିକ୍ଷୟତ୍ରୀ କାର୍ଯ୍ୟରତ ଅଛନ୍ତି l ସେମାନଙ୍କ କାର୍ଯ୍ୟ କରିବା ନିମନ୍ତେ ଗତ ଦିନରେ ଜଣେ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟକୁ ଯିବାକୁ ପଡୁଥିଲା l ଯାହାକୁ ନେଇ ଗତ ଦିନରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଯୁକ୍ତ ନେଇ ଶିକ୍ଷକ ସଙ୍ଘ ପକ୍ଷରୁ ଦାବି ହୋଇ ଆସୁଥିଲା ବହୁ ବିଳମ୍ବରେ ମଧ୍ଯ ନୂତନ ବି ଇ ଓ ଙ୍କ ଯୋଗଦାନ ଶିକ୍ଷାର ବିକାଶ ସାଙ୍ଗକୁ ଶିକ୍ଷକ ମାନଙ୍କ କାର୍ଯ୍ୟାଳୟ ଓ ଶିକ୍ଷା ସମ୍ପର୍କିତ ସମସ୍ତ କାର୍ଯ୍ୟରେ ଉନ୍ନତି ଆସିବ, ଶିକ୍ଷକଙ୍କ ଛୋଟ ବଡ ସମସ୍ୟା ସମାଧାନ ହୋଇପାରିବ, ଆଉ ଜିଲ୍ଲାର ବିଭିନ୍ନ ବ୍ଲକକୁ ଦୌଡ଼ିବାକୁ ପଡ଼ିବ ନାହିଁ,ବ୍ଲକ ସଂଘ ସ୍ଵାଗତ ଜଣାଇବା ସହ ଖୁସି ବ୍ୟକ୍ତ କରିଥିବା ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି I ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପପେୟା ବେହେରା, ଶିକ୍ଷକ ସଂଘର କର୍ମକର୍ତ୍ତା ଉପ ସଭାପତି ରାକେଶ କୁମାର ଗୁରୁ, ପ୍ରମିକା ଜାଲି ପୂର୍ବତନ ସମ୍ପାଦକ ନୟନ ବିଷୋୟୀ, ବରିଷ୍ଠ ଶିକ୍ଷକ ସନାତନ ବିଶୋୟୀ, ସବିତା ଶତପଥୀ, ଅଶୋକ ପଣ୍ଡା, ଜୟନ୍ତ ତ୍ରିପାଠୀ ଅରବିନ୍ଦ ବାରିକ, କିଶୋର ପାଳ,ବିଶ୍ଵଜିତ ତ୍ରିପାଠୀ ସି ଆର୍ ସି ସି ସଞ୍ଜୟ ସାମନ୍ତରାୟ, ରଘୁନାଥ ସାବତ,ବିନାୟକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l