March 27, 2025

ଇଂରାଜୀ ଭାଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ..

Share

 

 

ବୋଲଗଡ,(ଉପାନ୍ତ ଖବର): ବୋଲଗଡ ସଦର ମହକୁମାର ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତା୧୭ ରୁ ଆରମ୍ଭ କରାଯାଇ ଥିବା ପଞ୍ଚଦିବସୀୟ ଇଂରାଜୀ ଭାଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ବୋଲଗଡ଼ ଶିକ୍ଷା ବ୍ଲକର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟର ୬୧ ଜଣ ପ୍ରଶିକ୍ଷlର୍ଥୀ ଓ ୪ଜଣ ରାଜ୍ୟସ୍ତରୀୟ ପ୍ରଶିକ୍ଷକ ଯୋଗ ଦେଇଥିଲେ l

ଉକ୍ତ କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ବ୍ଲକ ଶିକ୍ଷାଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ ଅମିତା ମିଶ୍ର ଓ ପ୍ରଧାନ ଶିକ୍ଷକ ପୀତବାସ ଲେଙ୍କା ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଭାଷା ପ୍ରଶିକ୍ଷଣ ପ୍ରତିଷ୍ଠାନଙ୍କ ଦ୍ୱାରା ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଶିକ୍ଷକ ଗଦାଧର ବେଉରା, ବିରଞ୍ଚି ନାରାୟଣ ରଥ, ବିରଞ୍ଚି ନାରାୟଣ ତ୍ରିପାଠୀ ତଥା ଶଶୀଭୁଷଣ ହୋତା ପ୍ରମୁଖ NEP-୨୦୨୦ ର ଉଦେଶ୍ୟକୁ ଆଖି ଆଗରେ ରଖି ପ୍ରଶିକ୍ଷଣ ଦେଇଥିଲେ l ଇଂରାଜୀ ଭଷା ଶିକ୍ଷଣର କୌଶଳ, ଯଥା ଶ୍ରବଣ, କଥନ, ପଠନ ଓ ଲିଖନ ଉପରେ ଆଲୋଚନା କରାଯିବା ସହ ଶିକ୍ଷକ ମାନଙ୍କ ସନ୍ଦେହ ନିରାକରଣ ଦିଗରେ ପର୍ଯ୍ୟlପ୍ତ ଆଲୋଚନା ଓ ପ୍ରଶିକ୍ଷଣ ଦିଆଯାଇଥିଲା ।

ଉଦଯାପନୀ ଉତ୍ସବରେ ପ୍ରଶିକ୍ଷର୍ଥୀ ଗଣ ତାଲିମ ଲବ୍ଧ ଜ୍ଞାନକୁ ବିଦ୍ୟାଳୟ ସ୍ତରରେ ପଠନ ରତ ଛାତ୍ର ଛାତ୍ରୀ ମାନଙ୍କର ଉନ୍ନତି ପାଇଁ ଶତ ପ୍ରତିଶତ ଲଗାଇବେ ବୋଲି ପ୍ରତିଶୃତି ଦେବା ସହ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା l ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସି ଆର ସି ସି ଚନ୍ଦ୍ରଶେଖର ନାୟକ,ଶିକ୍ଷକ ପ୍ରଫୁଲ କୁମାର ସିଂହ, ବିଶ୍ୱରଞ୍ଜନ ସେଠୀ, ବିଜୟ କୁମାର ସାହୁ, ଅଶୋକ କୁମାର ସାହୁ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ l

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।