November 22, 2024

ଅଖିଳ ଭାରତୀୟ ମାରୁଆଡ଼ି ମହିଳା ସମ୍ମିଳନୀ ଦ୍ୱାରା ଧୂମଧାମ ର ସହିତ ଶ୍ୟାମ ପୂଜା ସମ୍ପନ୍ନ …

Share

ଅଖିଳ ଭାରତୀୟ ମାରୁଆଡ଼ି ସମ୍ମିଳନୀ ର ଅଧକ୍ଷା ଉର୍ମିଳା ଅଗ୍ରୱାଲ ଙ୍କ ଅଧକ୍ଷତାରେ ସମ୍ପାଦକ ମଞ୍ଜୁ ପଟାୱାରୀ, ପୁଷ୍ପା ଚନ୍ଦୁକାଙ୍କ ସହିତ ସମସ୍ତ ମହିଳା ମାନେ ବିରାଟ ପଟୁଆର ରେ ଡାକ୍ତରଖାନା ଛକରୁ ରାଣୀସତୀ ଭବନ ଆସି ଶ୍ୟାମ ପୂଜା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଭଜନ ଗାଇଥିଲେ ସରିତା ଚନ୍ଦୁକା, ରେଣୁ ଚନ୍ଦୁକା ଗୋପାଳ ପଟାୱାରୀ ସନ୍ତୁ ଚନ୍ଦୁକା l ଏହି ପୂଜା କାହିଁକି କରାଯାଏ ଆସନ୍ତୁ ଜାଣିବା ମହାଭାରତ ଯୁଦ୍ଧ ର କଥା,ଭିମଙ୍କର ପୌତ୍ର ବର୍ବରିକ ମହାନ୍ ଯୋଦ୍ଧା ଥିଲେ,୧୮ ଦିନର ମହାଭାରତ ଯୁଦ୍ଧର ପରିକଳ୍ପନା କରି ଥାଆନ୍ତି ପ୍ରଭୁ କୃଷ୍ଣ,କିନ୍ତୁ ବର୍ବରିକ ଏହା ସପକ୍ଷରେ ନ ଥାଆନ୍ତି, ବର୍ବରିକ କହିଲେ ପ୍ରଭୁ ମୁ ତିନୋଟି ତିର ରେ ମହାଭାରତ ଯୁଦ୍ଧ ସାରିଦେବି,କୃଷ୍ଣ କହିଲେ କିପରି, ପ୍ରମାଣ ଦିଅ
ଏ ବାର୍ତ୍ତାଳାପ ସମୟରେ ସମସ୍ତେ ଏକ ବୃକ୍ଷ ତଳେ ଠିଆ ହୋଇ ଥାଆନ୍ତି, ବର୍ବରିକ ନିଜ ତୁନିର ରୁ ଏକ ତିର ବାହାର କରି ଚଲେଇଲେ,ତିର ଟି ବୃକ୍ଷ ର ପ୍ରତ୍ୟେକ ପତ୍ର କୁ କଣା କରି କୃଷ୍ଣ ଙ୍କ ପାଦ ପାଖରେ ଅଟକି ଗଲା,କୃଷ୍ଣ କହିଲେ ଏ ତିର ମୋ ପାଦ ପାଖରେ କାହିଁ ଅଟକିଲା, ବର୍ବରିକ କହିଲେ ପ୍ରଭୁ ଆପଣକଂ ପାଦ ତଳେ ଏ ବୃକ୍ଷ ର ଏକ ପତ୍ର ଅଛି,କୃଷ୍ଣ ହସିଲେ, କହିଲେ ଧନ୍ୟ ଧନ୍ୟ ବୀର ତୁମେ,ମୁ ତମ ବୀରତ୍ଵର ପ୍ରସନ୍ନ,କିନ୍ତୁ ତୁମକୁ ମୋତେ ଏକ ବଳିଦାନ ଦେବାକୁ ହେବ, ବର୍ବରିକ କହିଲେ ପ୍ରଭୁ,ଏହା ମୋ ସୌଭାଗ୍ୟ,କୁହନ୍ତୁ,ପ୍ରଭୁ କୃଷ୍ଣ କହିଲେ ମୋତେ ତୁମର ମସ୍ତକ ବଳିଦାନ ସ୍ୱରୂପ ଦରକାର,ଏହା କୁହନ୍ତେ ବର୍ବରିକ୍ ସଙ୍ଗେ ସଙ୍ଗେ ନିଜ ମସ୍ତକ କାଟି କୃଷ୍ଣଙ୍କୁ ଭେଟି ଦେଇ ଦେଲେ,ପ୍ରଭୁ କୃଷ୍ଣ କହିଲେ ତୁମର ପ୍ରଭୁ ଭକ୍ତି ରେ ମୁ ଅତ୍ୟନ୍ତ ସନ୍ତୁଷ୍ଟ ଏବଂ ତୁମକୁ ବରଦାନ ଦଉଛି କଳିଯୁଗ ରେ ତୁମେ ମୋରି ଅନ୍ୟ ନାମ ଶ୍ୟାମ ନାମରେ ଘରେ ଘରେ ପରିଚିତ ହେବ,କଳିଯୁଗ ର ପ୍ରତ୍ୟେକ ମନୁଷ୍ୟ ତୁମକୁ ପୂଜା ଅର୍ଚ୍ଚନା କରିବେ

ମହାଭାରତ ଯୁଦ୍ଧ ରାଜସ୍ଥାନ ର କୁରୁକ୍ଷେତ୍ର ଠାରେ ହୋଇଥିଲା

କଳିଯୁଗ ରେ ରାଜସ୍ଥାନ ର “ଖାଟୁ” ନାମକ ଗ୍ରାମ ରେ ସେ ଯୁଗର ବର୍ବରିକ,ଏବେ ର “ବାବାଶ୍ୟାମ” ନାମରେ ଘରେ ଘରେ ପରିଚିତ,ମସ୍ତକ ଦାନ ଦେଇ ଥିବାରୁ ଏବେ ଶ୍ୟାମ ବାବାଙ୍କର କେବଳ ମସ୍ତକର ହିଁ ସ୍ୱରୂପ ପୂଜା ପାଏ,ଫାଲଗୁନ ଏକାଦଶୀ ଏବଂ ଦ୍ଵାଦଶୀ ଦିନ ଖାଟୁ ରେ ବିଶାଳ ମେଳା ହୁଏ ଏବଂ ଲକ୍ଷାଧିକ ଲୋକଙ୍କର ସମାଗମ ହୁଏ,ସେଇ ମେଳା ର ଏକ ଅଂଶ ସ୍ୱରୂପ ଆମେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମିଳନ,ପୁରୀ ଶାଖା ତରଫରୁ ଆଜି ପୁରୀ ମାରୱାଡ଼ି ସମାଜ ର ଆବାଳ ବୃଦ୍ଧ ବନିତା ଏ ମହାନ୍ ଦିବସରେ ଶ୍ୟାମ ବାବାଙ୍କର ପୂଜା ଅର୍ଚ୍ଚନା କରି ସମାଜର ମଙ୍ଗଳ କାମନା କରିଥିଲେ l ଏହାକୁ ପରିଚାଳନା କରିବାରେ ସୁମିତା ଅଗ୍ରୱଲା ରାଧା ପଟାୱାରୀ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ