November 22, 2024

ଭଣ୍ଡ ତାନ୍ତ୍ରିକ ର ଠକାମୀ ର ଶିକାର ହେଲେ ସୁନା ବ୍ୟବସାୟୀ, ୮୦ ଗ୍ରାମ ସୁନା ଧରି ଭଣ୍ଡ ବାବା ଫେରାର………

Share

 

ଉମରକୋଟ – ଜଣେ ଭଣ୍ଡ ତାନ୍ତ୍ରିକର ଠକାମି ର ଶିକାର ହେଇଛନ୍ତି ଉମରକୋଟ ର ଜଣେ ସୁନା ବ୍ୟବସାୟୀ। ସୁନା ବ୍ୟବସାୟୀ ଙ୍କ ଠାରୁ ୮୦ ଗ୍ରାମ ସୁନା ଧରି ଫେରାର ହେଇଯାଇଛି ଭଣ୍ଡ ତାନ୍ତ୍ରିକ। ମିଳିଥିବା ସୂଚନା ଅନୁସାରେ ପ୍ରଭାକର ମଲିକ ନାମକ ଜଣେ ବ୍ୟକ୍ତି ଉମରକୋଟ ପୁରୁଣା ବସ ଷ୍ଟାଣ୍ଡ ନିକଟ ରେ ଥିବା ପରିବା ବଜାର କୁ ଯିବା ବାଟରେ ।ଛଟିଆ ଏକ ସୁନା ଦୋକାନ ଟି ରହିଛି। କାଲି ପ୍ରାୟ ୧୨ ଟା ସମୟ ରେ ଜଣେ ଭଣ୍ଡ ବାବା ତନ୍ତ୍ର ସାଧନା ଦ୍ବାରା ଘର କୁ ଶାନ୍ତି ରେ ରଖିବା ପାଈଁ ଏକ ପ୍ରଚାର ପତ୍ର ଦୋକାନ କୁ ଦୋକାନ ଯାଇ ବଣ୍ଟନ କରୁ ଥିଲେ। ଏହି ସମୟ ରେ ବାବା ପ୍ରଭାକର ଙ୍କ ଦୋକାନ କୁ ଯାଇ ହାତ ଦେଖି କହିଲା ତୁମର ୨ ଥର ଦୁର୍ଘଟନା ହେଇଛି, ଏହି ଦୋକାନ ରେ ୨ ଥର ଚୋରୀ ହେଇଛି, ବହୁତ୍ ରୋଜଗାର କରୁଚ କିନ୍ତୁ ଟଂକା ରହୁନି, ଘରେ ସବୁ ବେଳେ ଅଶାନ୍ତ ଲାଗି ରହୁଛି ବୋଲି କହିବା ମାତ୍ରେ ଭଣ୍ଡ ବାବା ଙ୍କ କଥା କୁ ବିଶ୍ଵାସ କରି ନେଇ ଥିଲେ। ପ୍ରଭାକର ଙ୍କୁ ଘର ପୂଜା କରି ତନ୍ତ୍ର ମନ୍ତ୍ର କରିବା ଦ୍ଵାରା ଏହି ସବୁ ଦୂର ହେଇଯିବ ବୋଲି କହି ଥିଲେ। ଭଣ୍ଡ ବାବା ଙ୍କ କଥା କୁ ବିଶ୍ଵାସ କରି ପ୍ରଭାକର ଭଣ୍ଡ ବାବା ଙ୍କୁ ଧରି ଡି ଏନ୍ କେ ରେ ଥିବା ଘର କୁ ନେଇ ଆସିଥିଲେ।।ପ୍ରଭାକର ଓ ତାଙ୍କ ସ୍ତ୍ରୀ ଙ୍କୁ ବୟସ କେତେ ବୋଲି ପଚାରି ଥିଲା। ପ୍ରଭାକର ଙ୍କ ବୟସ ୪୧ ଆଉ ସ୍ତ୍ରୀ ର ବୟସ ୩୦କହିବା ପରେ ୨ ଜଣଙ୍କ ବୟସ ୭୧ହେଉଛି। ୭୧ ଗ୍ରାମ ସୁନା, ୭୧ ଗ୍ରାମ ରୂପା ଓ ୭୧ ଗ୍ରାମ ତମ୍ବା ଆଣିବା ପାଇଁ କହିବା ପରେ ପ୍ରଭାକର ଘରେ ଥିବା ସୁନା ରୂପା ଓ ତମ୍ବା ଆଣି ଭଣ୍ଡ ବାବାଙ୍କୁ ଦେଇ ଦେଇଥିଲେ। ଏପରି କି ଫୁଲ, ବେଲ ପତ୍ର ଆଉ ତୁଳସୀ ପତ୍ର ଆଣିବା ପାଈଁ କହିବା ପରେ ପୂଜା ଆରମ୍ବ କରି ଥିଲା। ତେବେ ଏହି ସୁନା , ତମ୍ବା ଆଉ ରୂପା ଗୋଟିଏ ପ।ତ୍ର ରେ ଧୋଇ ଏହି ପାଣି କୁ ଘର ସବୁ ଆଡ଼େ ସିଞ୍ଚନ କରିବା ପାଈଁ କହିଥିଲା।
ଏପରି କି ପାଖ ରେ ଥିବା ପୁଅ ଓ ଝିଅ କୁ ଦେଖି ଏମାନଙ୍କର ମଧ୍ୟ ଦୋଷ ଅଛି ଏମାନଙ୍କ ପାଇଁ ମଧ୍ୟ ପୁଜା କରିବା କୁ ପଡିବ ଆଉ ୨୦ ଗ୍ରାମ ସୁନା ପୁଜା ପାଇଁ ଦରକାର ବୋଲି କହି ଥିଲେ । ଏଥିରେ ଭୟଭୀତ ହେଇ ପ୍ରଭାକର ଙ୍କ ସ୍ତ୍ରୀ ନିଜେ ପିନ୍ଦି ଥିବ । ସମସ୍ତ ସୁନା ଦେଇ ଦେଇଥିଲେ। ତେବେ ପାଣି ସିଞ୍ଚନ କରିବା କୁ କହି ବାବା ସମସ୍ତ ସୁନା ଓ ଅନ୍ୟ ଅଳଙ୍କାର କୁ ପାଖ ରେ ରଖି ଏକ ରଙ୍ଗ କପଡା ରେ କିଛି। କଏନ ଆଉ କିଛି ପଥର ରଖି କି ବ।ନ୍ଦି ପାଣି ଥିବା ହାଣ୍ଡି ରେ ରଖି ଦେଇ ଥିଲେ। ପରେ ପୁଜା ସରିଲା ବୋଲି କହି ଚାଲି ଯାଇଥିଲେ।।କହିଲେ କିଛି ସମୟ ପରେ ହାଣ୍ଡି ରେ ମୁଁ ରଖି ଥିବା ସୁନା ବାହାର କରି ଦିଅ। ଏହା ପରେ କିଛି ସମୟ ପରେ ପ୍ରଭାକର ହାଣ୍ଡି ରେ ହାତ ପୁରାଇ ଖୋଜିବା ବେଳକୁ ସେଠାରେ ଏକ ୫ ଫୁଟ ର ଜିଅନ୍ତା ବିଷାକ୍ତ କୋବ୍ରା ସାପ ଦେଖିବା ପାଈ ଥିଲେ। ସାପ ଦେଖିବା ପରେ ପରିବାର ଲୋକେ ପ୍ରାଣ ବିକଳ ରେ ଇଆଡ଼େ ସିଆଡେ ଧାଇ ପଳାଇ ଥିଲେ। ତାପରେ ସାପ କୁ ବାହାର କରି ଦେଖିବ। ବେଳକୁ ହାଣ୍ଡି ରେ ସୁନା ନ ଥିଲା। ପରେ ପ୍ରଭବକର ସାପ ଧରାଳି କୁ ଡାକି ସାପ କୁ ଧରାଇ ଥିଲେ। ଅପର ପକ୍ଷେ ସୁନା ନ ଥିବ। ଦେଖି ଭଣ୍ଡ ବାବାଙ୍କୁ ଉମରକୋଟ ସହର ସାରା ଖୋଜିଥିଲେ ପ୍ରଭାକର। ପରେ ପ୍ରଭ।କର କାଲି ସନ୍ଧ୍ୟା ରେ ଉମରକୋଟ ଥାନା ରେ ଲିଖିତ ଅଭିଯୋଗ କରିଛି। ଉମରକୋଟ ପୋଲିସ ମାମଲା କୁ ରୁଜୁ କରି ଭଣ୍ଡ ବାବା କୁ ଖୋଜା ଖୋଜି ଆରମ୍ଭ କରି ଦେଇଛି। ଉମରକୋଟ ଥାନା ର ସବ ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ମିଶ୍ର ଘଟଣା ର ତଦନ୍ତ ଦାୟୀତ୍ବ ନେଇ ତଦନ୍ତ କୁ ଜାରି ରଖିଛନ୍ତି। ତେବେ ଭଣ୍ଡ ବାବା କୁଆଡେ ନବରଙ୍ଗପୁର ରୁ ଆସନ୍ତି ବୋଲି ପ୍ରଭାକର ଶୁଣିବା ପରେ ଆଜି ନବରଙ୍ଗପୁର ଯାଇ ସମସ୍ତ ଲୋଜ ଆଉ ହୋଟେଲ ରେ ଯାଇ ଖୋଜା ଖୋଜି କରି ଫେରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଭଣ୍ଡ ବାବା ଙ୍କ ର କୌଣସି ଖୋଜ ଖବର ମିଳି ନାହି। ତେବେ ପ୍ରଭାକର ୮୦ଗ୍ରାମ ସୁନା ବା ଆଜିର ଦିନ ରେ ପ୍ରାୟ ୫ ଲକ୍ଷ ଟଂକା ର ସୁନା ହରେଇ ଦୁଃଖ ରେ ଭାଙ୍ଗି ପଡିଛନ୍ତି।ବାବା ଙ୍କ ର ଫୋଟ ସି ସି କେମେରା ରେ କଏଦ ହେଇ ଯାଇଚି।(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)