February 24, 2025

କୋହଲିଙ୍କ ଶତକ, ପାକିସ୍ତାନ ବିପକ୍ଷରେ ଟିମ୍‌ ଇଣ୍ଡିଆର ବୃହତ୍ତ ବିଜୟ; ଚାମ୍ପିଅନ୍ସ ଟ୍ରଫି ସେମିରେ ଭାରତ..

Share

 

 

ଦୁବାଇ: ବିରାଟ କୋହଲିଙ୍କ ରୋମାଞ୍ଚକର ଶତକ ଏବଂ ଟିମ୍‌ ଇଣ୍ଡିଆର ଦମଦାର ବିଜୟ । ପାକିସ୍ତାନକୁ ମାତ ଦେଇ ମ୍ୟାଚ୍‌ ଜିତିଲା ରୋହିତ ବାହିନୀ । ଶେଷ ବଲ୍‌ରେ ଚୌକା ମାରି ଶତକ ପୂରା କରିବା ସହ ଭାରତକୁ ସହଜ ବିଜୟ ଦେଇଛନ୍ତି କିଙ୍ଗ କୋହଲି । ଏହା ସହ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି ଭାରତୀୟ କ୍ରିକେଟ ଟିମ୍‌ । ଭାରତ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି । ଭାରତ ପକ୍ଷରୁ ବିରାଟ କୋହଲି ୧୦୦ ରନ କରି ଅପରାଜିତ ରହିଛନ୍ତି । ଏହା ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆର ଲଗାତାର ଦ୍ୱିତୀୟ ବିଜୟ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଦଳ କେବଳ ୨୪୧ ରନ୍‌ରେ ଅଲଆଉଟ୍‌ ହୋଇଥିଲା । ଏହାର ଜବାବରେ ଟିମ୍ ଇଣ୍ଡିଆ ୪୨.୩ ଓଭରରେ ବିଜୟୀ ହୋଇଛି ।

 

ଚାମ୍ପିଅନ୍ସ ଟ୍ରଫି ୨୦୧୭ ଫାଇନାଲ୍ ପରାଜୟର ପ୍ରତିଶୋଧ ନେଇଛି ରୋହିତ ବାହିନୀ । କୋହଲିଙ୍କ ଅପରାଜିତ ଶତକ ବଳରେ ପାକିସ୍ତାନକୁ ୬ ଓ୍ଵିକେଟରେ ହରାଇ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମି ଫାଇନାଲରେ ପ୍ରବେଶ କରିଛି ଭାରତ । ସାଉଦ ସକିଲଙ୍କ ୬୨ ରନ, ମହମ୍ମଦ ରିଜଓ୍ଵାନଙ୍କ ୪୬ ରନ ଓ ଖୁଶଦିଲ ଶାହଙ୍କ ୩୮ ରନ ବଳରେ ପାକିସ୍ତାନ ୨୪୧ ରନ କରିଥିଲା। ଜବାବରେ ଭାରତ ୪୨.୩ ଓଭରରେ ୪ ଓ୍ଵିକେଟ୍ ହରାଇ ସହଜ ବିଜୟ ହାସଲ କରିଛି। ବିରାଟ କୋହଲି ଅପରାଜିତ ୧୦୦ ରନର ଇନିଂସ ଖେଳିଥିବା ବେଳେ ଶ୍ରେୟସ ଆୟର ୫୬ ରନ ଓ ଗିଲ୍ ୪୬ ରନ କରିଛନ୍ତି । ଅନ୍ୟପଟେ ପରାଜୟ ସହ ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ବିଦା ହେବାର ଦ୍ଵାର ଦେଶରେ ପହଞ୍ଚି ଯାଇଛି ।

 

୨୪୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତୀୟ ଦଳକୁ ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ୩୧ ରନ ଯୋଡ଼ିଥିଲେ । ରୋହିତ ଶର୍ମା ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରି ୨୦ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଗିଲ୍ ଓ ବିରାଟ କୋହଲି ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟରେ ୬୯ ରନ ଯୋଡ଼ିଥିଲେ। ଦମଦାର ଫର୍ମରେ ଥିବା ଶୁଭମନ ଗିଲ୍ ୫୨ ବଲରୁ ୭ ଚୌକା ସହ ୪୬ ରନର ଉପଯୋଗୀ ଇନିଂସ ଖେଳିଥିଲେ ।

 

ସୂଚନାଯୋଗ୍ୟ, ଭାରତ ବିଜୟର ଦ୍ଵାର ଦେଶରେ ପହଞ୍ଚିବା ବେଳକୁ ଶତକ ହାସଲ ଲାଗି କୋହଲିଙ୍କ ପ୍ରୟାସ ରୋମାଞ୍ଚ ଭରିଥିଲା । କୋହଲିଙ୍କ ଶତକକୁ ନେଇ ପଡ଼ିଆରେ ଛକାପଞ୍ଝା ଜାରି ରହିଥିଲା । ଶେଷ ବଲ୍‌ରେ ଗୋଟିଏ ରନ୍‌ ବାକି ଥିବା ବେଳେ କୋହଲିଙ୍କୁ ଶତକ ପୂରଣ କରିବାକୁ ଚାରି ରନ୍‌ ଦରକାର ଥିଲା । ଶେଷ ବଲ୍‌ରେ କୋହଲି ଚୌକା ମାରି ଦିନିକିଆ କ୍ରିକେଟରେ ୫୧ତମ ଶତକ ହାସଲ କରିଛନ୍ତି ।

You may have missed