February 24, 2025

ଜଗନ୍ନାଥ ମହୋତ୍ସବ କମିଟି ପକ୍ଷରୁ ସାରଳାଙ୍କ ପରିଛା ପଣ୍ତିତ ସୁଦାମ ଚରଣ ପଣ୍ଡା ଙ୍କ ଶୋକସଭା ।    

Share

 

ତିର୍ତୋଲ ତା ୨୩/୦୨/୨୦୨୫

 

ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିରର ପରିଛା ସ୍ବର୍ଗତ ପଣ୍ତିତ ସୁଦାମ ଚରଣ ପଣ୍ଡା ଙ୍କ ଆକସ୍ମିକ ବିୟୋଗ ରେ, ଜଗନ୍ନାଥ ମହୋତ୍ସବ କମିଟି ର ମାର୍ଗଦର୍ଶକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ କମିଟିର ସଭାପତି ଇଂ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ, ସାରଳାପୀଠ ସ୍ଥିତ ସାଇସିଦ୍ଧି ଅତିଥିଭବନ ରେ ଗତ ରବିବାର ଅପରାହ୍ନରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଡଃ ଅମରେନ୍ଦ୍ର ଦାସ , ମାଆଙ୍କ ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା , ପଣ୍ତିତ ଅଭୟ କୁମାର ଦାଶ , ଜ୍ୟୋତିର୍ବିଦ ଅରୁଣ ପାଣି, ଶିକ୍ଷାବିତ୍ ଅଶୋକ କୁମାର ମହାନ୍ତି , ନୃସିଂହ ଚରଣ ରାଉଳ, ଲକ୍ଷ୍ମୀଧର ମହାପାତ୍ର , ଅଜୟ କୁମାର ରାଉଳ , ଦେବୀ ପ୍ରସାଦ ରାଉଳ, ସତ୍ୟଭୂଷଣ ଦାସ , ହରେକୃଷ୍ଣ ରାଉଳ , ଦେବୀ ପ୍ରସାଦ ତ୍ରିପାଠୀ , ନୃସିଂହ ଚରଣ ନାୟକ ଙ୍କ ସମେତ କମିଟି ର ସମ୍ପାଦକ କ୍ଷୀରୋଦ କୁମାର ରାଉଳ ଓ କୋଷାଧ୍ୟକ୍ଷ ବିଶ୍ୱରଂଜନ ରାଉଳ ପ୍ରମୁଖ ଯୋଗଦେଇ, ସ୍ବର୍ଗତ ଦିବଂ ଗତ ଆତ୍ମା ର ସଡଗତି ନିମନ୍ତେ ନୀରବ ପ୍ରାର୍ଥନା କରିବା ସହିତ, ସ୍ବର୍ଗତ ପଣ୍ଡା ଙ୍କର ସମର୍ପିତ ସେବା ପୂଜା ଓ ପାଣ୍ଡିତ୍ୟ ବିଷୟରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଝଙ୍କଡ଼ ମହୋତ୍ସବ କମିଟି ର ଅଧ୍ୟକ୍ଷ ଅମରେଶ ରାଉତରାୟ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରି ଥିଲେ ।

 

ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର….।

You may have missed