February 23, 2025

CSR ପାଣ୍ଠି ରେ ଆଶାକର୍ମୀ ମାନଙ୍କୁ ଟୁଲକିଟ ବଣ୍ଟନ କଲେ ଆଇ.ଓ.ସି.ଏଲ.ପାରାଦ୍ୱୀପ l

Share

 

ତିର୍ତ୍ତୋଲ

 

(ମଣିଜଙ୍ଗା) ତୃଣମୂଳ ସ୍ତରରୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ଆଶା କର୍ମୀ ମାନେ ଅନେକ ଅଭାବନୀୟ ସେବାର ସାମ୍ନା କରି ଆସୁଥିବାରୁ, ସେ ସବୁର ଅଭାବ କୁ ଦୂର କରିବାକୁ ପାରାଦ୍ୱୀପ ତୈଳ ବିଶୋଧନାଗାର ତରଫରୁ ଏକ ସୁନ୍ଦର ଯୋଜନା କାର୍ଯ୍ୟକାରୀ କରାଯାଇଛି l ଜଗତସିଂହପୁର ଜିଲ୍ଲାର ଯେତେ ଆଶାକର୍ମୀ କାର୍ଯ୍ୟ ରତ ଅଛନ୍ତି, ପ୍ରତ୍ୟେକ କର୍ମୀଙ୍କୁ ଏକ ଟୁଲକିଟ ପ୍ରଦାନ କରାଯିବାକୁ ନିଷ୍ପତ୍ତି ଘୋଷଣା କରାଯାଇଛି l ଏହି ସମସ୍ତ କାର୍ଯ୍ୟକ୍ରମକୁ ତିର୍ତ୍ତୋଲ ବ୍ଲକ ଅଧିନସ୍ତ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଜଗତସିଂହପୁର ସାଂସଦ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ ଙ୍କ କର କମଳରେ ଶୁଭାରମ୍ଭ କରାଯାଇଥିଲା l

ପୂର୍ବାହ୍ନ ୧୧ ଘଟିକା ସମୟରେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଆଶା କର୍ମୀ ଓ ସାଧାରଣ ବ୍ୟକ୍ତି ମାନଙ୍କ ଦ୍ୱାରା ଲୋକାରଣ୍ୟ ହୋଇଯାଇଥିଲା l ସାଂସଦ ବିଭୁ ପ୍ରସାଦ ତରାଇ ପହଂଚିବା ମାତ୍ରେ ସ୍ୱାସ୍ଥ୍ୟ କେନ୍ଦ୍ରର ଅନତିଦୂରରୁ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ୱର୍ଦ୍ଧନା କରାଯାଇ ଶୋଭାଯାତ୍ରାରେ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପାଛୋଟି ଆଣିଥିଲେ ଶତାଧିକ ସମର୍ଥକ l ଏହି ସବୁର ତତ୍ୱାବଧାନ କରିଥିଲେ ଯୁବସମାଜସେବୀ ଶ୍ରୀଯୁକ୍ତ ବିବେକାନନ୍ଦ ହୋତା ହୋତା l ମାନ୍ୟବର ସାଂସଦ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ସଭାଗୃହରେ ଆଶାକର୍ମୀ ମାନଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ମଞ୍ଚାସିନ ହୋଇ ନିଜର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପାରାଦ୍ୱୀପ ଆଇଓସିଏଲ ର ଅଧିକାରୀ, ମଣିଜଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରର ଅଧକ୍ଷ , ସମାଜସେବୀ ଶ୍ରୀଯୁକ୍ତ ହୋତା ମଞ୍ଚାସିନ ଥାଇ ଉପସ୍ଥିତ ଆଶାକର୍ମୀଙ୍କ ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟସେବା ରେ ତାଙ୍କର ବହୁ ଅବଦାନ ଥିବାର ଦର୍ଶାଇବା ସହିତ, ଆଇଓସିଏଲ ର ଯୁଗାନ୍ତକାରୀ ପଦକ୍ଷେପ କୁ ଭୁୟସୀ ପ୍ରଶଂସା କରିଥିଲେ l ଆଇଓସିଏଲ ଅଧିକାରୀ କମ୍ପାନୀ ତରଫରୁ ପ୍ରଦାନ କରାଯାଉଥିବା କିଟ ବିଷୟରେ ଆଶାକର୍ମୀ ମାନଙ୍କୁ ବିସ୍ତୃତ ଭାବେ କହିଥିଲେ ଉକ୍ତ କିଟ ମଧ୍ୟରେ ରକ୍ତ ଚାପ ମାପକ ଯନ୍ତ୍ର ଅତି ସହାୟକ ହୋଇପାରିବ ବୋଲି ବୁଝାଇଥିଲେ l

ତତ୍ପରେ ଆଶାକର୍ମୀ ଓ ସାଂସଦ ଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇ ଥିବାର ଦେଖିବାକୁ ମିଳିଥିଲା l ପରିଶେଷରେ ଆଶାକର୍ମୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ କିଟ ବଣ୍ଟନ କରାଯାଇଥିଲା l

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର….।

You may have missed