February 23, 2025

ପାନ ପତ୍ରକୁ ଜାତୀୟ ପତ୍ର ଘୋଷଣା ଦାବିରେ ଜାତୀୟ ସମ୍ମିଳନୀ 

Share

ପୁରୀ – ଅଖିଳ ଭାରତ ପାନ ଚାଷୀ ସଂଘ ସର୍ବଭାରତୀୟ ସମ୍ମିଳନୀ ଆଜି ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଅଶ୍ବିନୀ ଜାନା,ଦୂର୍ଯ୍ୟୋଧନ ପ୍ରଧାନଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସମ୍ମିଳନୀ ପରିଚାଳନା କରିଥିଲାବେଳେ କୃଷକ ସଭା ଜାତୀୟ ସଭାପତି ରାଜନ କ୍ଷୀରସାଗର, ପୂର୍ବତନ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଶ୍ରୀକୁମାର ମୁଖାର୍ଜୀ, ଜାତୀୟ ଉପସଭାପତି ଆଶିଷ କାନୁନଗୋ, ଶଶୀଭୂଷଣ ସ୍ବାଇଁ, କ୍ଷୀରୋଦ ପ୍ରସାଦ ସିଂଦେଓ ପ୍ରମୁଖ ଯୋଗ ଦେଇ ଦେଶର ଆଠ ଗୋଟି ରାଜ୍ୟରେ ପାନ ଉପ୍ତାଦନ ହେଉଥିଲା ବେଳେ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ରାଜସ୍ବ ଆୟ କରୁଛନ୍ତି।

ମାତ୍ର ପାନ ଚାଷୀ ମାନେ ସମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ସରକାରୀ ପ୍ରୋତ୍ସାହନ ଅଭାବ ରହିଛି। ପାନ ପତ୍ରକୁ ଖୁବ କମ ଜାଗାରେ ଉପ୍ତାଦନ କରି ଗୋଟିଏ ପରିବାର ଗୁଜୁରାଣ ମେଣ୍ଟାଇ ପାରୁଛି।ପାନ ପତ୍ରରୁ ପାନୀୟ ପ୍ରସ୍ତୁତ କରାଗଲେ ଲକ୍ଷ ଲକ୍ଷ ପାନ ଚାଷୀ ଉପକୃତ ହୋଇପାରିବେ। ମାତ୍ର ସରକାର ଏ ଦିଗରେ ଗବେଷଣା କରନ୍ତୁ ବୋଲି ବକ୍ତା ମାନେ ଦାବୀ କରିଥିଲେ। ପାନ ପତ୍ରକୁ ଜାତୀୟ ପତ୍ର ଘୋଷଣା କରିବା,ବିନା ସୁଧରେ ପାନ ଚାଷୀଙ୍କୁ 50 ହଜାର ଟଙ୍କା ରୂଣ ଦେବା,ପାନର ସର୍ବନିମ୍ନ ଦର ଧାର୍ଯ୍ୟ କରିବା,ପାନ ଉପରୁ GST ଉଠାଇ ବ୍ୟବସାୟୀ ମାନଙ୍କୁ ଚାଷୀ ଠାରୁ ପାନ କିଣିବା ପାଇଁ ଉତ୍ସାହିତ କରିବା,

ସ୍ଵତନ୍ତ୍ର ରେଳ ବ୍ୟବସ୍ଥା କରିବା ଉପରେ ଆଲୋଚନା କରାଯାଇଥିଲା।ଏ ସବୁ ଦାବି ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ସହିତ ଆଲୋଚନା କରାଯିବ।ଏହା ସହିତ ପାନ ଚାଷୀ ଆନ୍ଦୋଳନ କୁ ସଂଗଠିତ ମଧ୍ୟ କରାଯିବା ପାଇଁ ସ୍ଥିର ହୋଇଛି। ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ପ୍ରଦିପ୍ତ କୁମାର ମହାନ୍ତି ସ୍ଵାଗତ ଭାଷଣ ଦେଇ ପୁରି ସହରର ଐତିହାସିକ ଭୁମିକା ଉପରେ ଆଲୋକପାତ କରିଥିଲେ। ପଶ୍ଚିମବଙ୍ଗର ଡଃ ଶ୍ରୀମତୀ କୋଏଲ ପାନ ପତ୍ର ଉପରେ ଗବେଷଣା କରୁଥିବାରୁ ଏହାର ଔଷଧୀୟ ଗୁଣ,ଓ ଏଥିରୁ କିପରି ପାନୀୟ ପ୍ରସ୍ତୁତ କରାଯାଇ ପାରିବ ତାହା ଉପରେ ଆଲୋଚନା କରିଥିଲେ।ଏହି ସମ୍ମିଳନୀ ଦୁଇ ଦିନ ଧରି ଚାଲିବ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed