ଲାଞ୍ଜିଗଡ଼ ଅଞ୍ଚଳରେ ଜଳ ସମସ୍ୟା ଉତ୍କଟ

ଲାଞ୍ଜିଗଡ଼ -( ପୁରନ୍ଦର ଦଣ୍ଡସେନା ) ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ଲାଞ୍ଜିଗଡ଼ ଅଞ୍ଚଳରେ ଜଳାଭାବର ସମସ୍ୟା ଦେଖା ଦେଲାଣି l ପୋଖରୀ ସବୁର ଜଳ ସ୍ତର କମିଗଲାଣି l ବିଶେଷ କରି ଏ ଅଞ୍ଚଳରେ ଥିବା ପୋଖରୀ ଗୁଡ଼ିକର ପୁନରୁଦ୍ଧାର ହୋଇ ନ ଥିବା ଯୋଗୁଁ ଜଳ ସ୍ତର କମି ଯାଇ ଏହା ଆଉ ବ୍ୟବହାର ଯୋଗ୍ୟ ହୋଇ ପାରୁନାହିଁ l ଅନେକ ନଳକୂପ ଅଚଳ ହୋଇପଡିଛି, ତାହା ଠିକ ସମୟରେ ମରାମତି ନ ହେବା ଯୋଗୁଁ ଲୋକେ ପାଣି ପାଇଁ ହଇରାଣ ହେଉଛନ୍ତି l ନିୟମଗିରିରୁ ଉତ୍ପତ୍ତି ହୋଇଥିବା ବଂଶଧାରା ନଦୀ ମଧ୍ୟ ଶୁଖି ଆସୁଛି l କେବଳ ଗୋଟିଏ କ୍ଷୀଣ ଜଳ ଧାରା ପ୍ରବାହିତ ହେଉଛି l ଫଳରେ ତା ‘ ଉପରେ ନିର୍ଭର କରୁଥିବା ଲୋକେ ପାଣି ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପାଇପ ଯୋଗେ ଯେଉଁ ଜଳ ଯୋଗାଣ ହେଉଥିଲା, ତାହା ମଧ୍ୟ ଦୀର୍ଘ ଦିନ ହେଲା ବନ୍ଦ ହୋଇ ଯାଇଥିବା ଯୋଗୁଁ ଲୋକେ ଜଳାଭାବର କଷ୍ଟ ଭୋଗୁଛନ୍ତି l ମୋଟା ମୋଟି ଭାବେ ଦେଖିବାକୁ ଗଲେ ଏଇ ଜଳାଭାବର ସମସ୍ୟା ଯୋଗୁଁ ଉଭୟ ମଣିଷ ଓ ଗୃହ ପାଳିତ ପଶୁ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି l ଲାଞ୍ଜିଗଡ଼ ଅଞ୍ଚଳ ବେଦାନ୍ତ ପ୍ରକଳ୍ପ ଦ୍ୱାରା ପ୍ରଭାବିତ, କିନ୍ତୁ ଏ ଅଞ୍ଚଳର ସମସ୍ୟା ପ୍ରତି ବେଦାନ୍ତ ଓ ସରକାର ନିରବଦ୍ରଷ୍ଟା ସାଜିଛନ୍ତି l ଶୀଘ୍ର ଏହାର ସମାଧାନର ବାଟ ବାହାର କରିବା ପାଇଁ ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର