March 8, 2026

ତହସିଲଦାରଙ୍କ ଉପସ୍ଥିତିରେ ଝୁଲନ୍ତା ମୃତ ଦେହ ଉଦ୍ଧାର

IMG-20260123-WA0018
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୂଖିଗୁଡା ସହରର ସେକ୍ଟର-୩ ର ଏକ ବନ୍ଦ କୋଠରିରୁ ଗତକାଲି ସଂଧ୍ୟା ସମୟରେ ଜୟପାଟଣା ତହସିଲଦାର ସ୍ମରଣିକା ତୁଳଙ୍କ ଉପସ୍ଥିତିରେ ଜୟପାଟଣା ପୋଲିସ କବାଟ ଭାଙ୍ଗି ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ମୃତା ମହିଳା ଜଣକ ହେଲେ ମହୀପାଣି ଗ୍ରାମର ଦିବାକାର ଦାସଙ୍କ ଝିଅ ନୂତନମଞ୍ଜରି ଦାସ। ମୃତା ମହିଳା ମୂଖିଗୁଡାର କମଳାକାନ୍ତ ନାଏକ ନାମକ ଜଣେ ବିବାହିତା ଯୁବକଙ୍କୁ ଗତ ବର୍ଷେ ତଳେ ପ୍ରେମ ବିବାହ କରିଥିଲେ ଏବଂ ଏନେଇ କମଳାକାନ୍ତଙ୍କ ପ୍ରଥମ ସ୍ତ୍ରୀ ଜୟପାଟଣା ଥାନାରେ ଏତାଲା ଦେବାପରେ କମଳାକାନ୍ତ ଜେଲ ମଧ୍ୟ ଯାଇ ଫେରିଥିଲେ। କିନ୍ତୁ ହଠାତ ଗତକାଲି ନୂତନମଞ୍ଜରି ଏକାନ୍ତ କୋଠରୀରେ ବେକରେ ଦଉଡି ଲଗାଇ ଝୁଲିପଡ଼ିଥିବା ବେଳେ, ଏହି ଘଟଣା ମୂଖିଗୁଡା ଅଞ୍ଚଳରେ ସମସ୍ତଙ୍କୁ ଚକିତ କରିଥିବାବେଳେ, ମୃତା ନୂତନମଞ୍ଜରି ଙ୍କ ବାପା ଦିବାକର ଦାସ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବର୍ତମାନ ଏହି ଅଭିଯୋଗକୁ ଭିତ୍ତି କରି ଜୟପାଟଣା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।