ଆଜିର ଖବର…
୧-ଆଜି ବିରାଜିବେ ବିଦ୍ୟାଦାତ୍ରୀ, ଶିକ୍ଷାର୍ଥୀମାନେ ମା’ଙ୍କୁ ଆରାଧନା କରି ଆଶିର୍ବାଦ ଗ୍ରହଣ କରିବେ।
୨-ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ, ଏଣିକି ୧୮୦୦ ବଦଳରେ ପାଇବେ ୨୫୦୦ ଟଙ୍କା।
୩-ପୁରୀ ଜିଲ୍ଲାର ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ: ସଚେତନତା ଶିବିରରେ ଅବହେଳା ପାଇଁ DEOଙ୍କ କଠୋର ଆକ୍ସନ।
୪-ଶ୍ରୀମନ୍ଦିର ଉଡାଇବାକୁ ଧମକ: ପ୍ରେମିକାର ଫେକ ଆକାଉଣ୍ଟ କରି ଧମକ ଦେଇଥିଲା ପ୍ରେମିକ ପ୍ରତୀକ ମିଶ୍ର,ଅଭିଯୁକ୍ତକୁ ବାନ୍ଧିଛି ପୁରୀ ସାଇବର ଥାନା ପୋଲିସ ।
୫-ଆସିଲା ସୁଭଦ୍ରା ଟଙ୍କା, ହିତାଧିକାରୀଙ୍କ ଖାତାକୁ ଗଲା ୨୫୦କୋଟିର ସହାୟତା ରାଶି।
୬-କଟକ:ଆଜି ଆସିବେ ଉପରାଷ୍ଟ୍ରପତି, ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଯୋଗଦେବେ।
୭-ଫେବ୍ରୁଆରି ୨ ତାରିଖରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ୩ ତାରିଖରେ ଫକୀରମୋହନ ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।
୮-ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି, ନବୀନ ନିବାସରେ ପିଏସି ବୈଠକରେ ହେଲା ଏହି ନିଷ୍ପତ୍ତି।
୯-ପୂରୀ:ରଥ କାଠ ଅନୁକୂଳ ଆଜି,୩ଖଣ୍ଡ ଧଉରା କାଠ ରଥଖଳାରେ ପୂଜା ଅର୍ଚ୍ଚନା ହେବ।
୧୦-୨୬ରେ ଖୋଲା ରହିବ ନନ୍ଦନକାନନ,ତା’ପର ଦିନ ବନ୍ଦ ରହିବ।
୧୧-ଭୁବନେଶ୍ୱର:ତମାଖୁ ନିଷେଧ ପରେ ବଢ଼ିଛି କଳାବଜାରୀ,୫ଟଙ୍କା ପ୍ୟାକେଟ୍ ର ଦାମ୍ ୭ ଟଙ୍କା ହେଲାଣି।
୧୨-ସମ୍ବଲପୁର ସ୍ୱେରେଜ କାମ ବେଳେ ବଡ଼ ଅଘଟଣ, ମାଟି ଅତଡ଼ା ଭୁଶୁଡ଼ିବାରୁ ପୋତି ହୋଇଗଲେ ୩ ଶ୍ରମିକ।
୧୩-ଖଣ୍ଡଗିରି କୁମ୍ଭ ମେଳାରେ ୨୭ରୁ ଯାତ୍ରା ମହାସମର, କମାଲ କରିବେ ୧୫ ଅପେରା ଦଳ।
୧୪-ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନଙ୍କ ଚିଠି ଜାରି।
୧୫-ଜାମ୍ମୁ-କଶ୍ମୀରରେ ଭୟଙ୍କର ସଡ଼କ ଦୁର୍ଘଟଣା: ୪୦୦ ଫୁଟ୍ ଗଭୀର ଖାଇକୁ ଖସିଲା ସେନା ଟ୍ରକ୍; ୧୦ ଯବାନ ସହୀଦ, ଅନେକ ଆହତ।
୧୬-ରାୟପୁର:ଆଜି ୨ୟ ଟି୨୦; ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ନ୍ୟୁଜଲାଣ୍ଡ।
୧୭-BHIM ଆପ୍ ଉପରେ ବଢିଛି ଭାରତୀୟଙ୍କ ଭରସା, ମାସିକ ନେଣଦେଣ ୩୦୦% ପାର।
୧୮-ଦୃଷ୍ଟିବାଧିତ ସମୁଦାୟ ପାଇଁ ନୀତା ଅମ୍ବାନୀଙ୍କ ବଡ଼ ଘୋଷଣା, ରିଲାଏନ୍ସ ଫାଉଣ୍ଡେସନ୍ ୫ କୋଟି ଟଙ୍କା ସହାୟତା ପ୍ରଦାନ କରିବ।
୧୯-ଟ୍ରାଫିକ ଇଣ୍ଡେକ୍ସରେ ମେକ୍ସିକୋ ସିଟି ପଛକୁ ବେଙ୍ଗାଲୁରୁ ବିଶ୍ୱର ଦ୍ୱିତୀୟ ସହର, ଭାରତରେ ହ୍ରାସ ହେଉଛି ବାହନ ବେଗ।
୨୦-ଯୁଦ୍ଧରେ ଧୋକା ଦେଲା ଜର୍ମାନ, HX-2 ଷ୍ଟ୍ରାଇକ୍ ଡ୍ରୋନ କ୍ରୟ ବନ୍ଦ କଲା ୟୁକ୍ରେନ।
୨୧-ବାଂଲାଦେଶର ବଡ଼ ଘୋଷଣା ; ଖେଳିବନି ଟି-୨୦ ବିଶ୍ୱକପ୍।
୨୨-ଗାଜାରେ ଶାନ୍ତି ପ୍ରତିଷ୍ଠା ଆରମ୍ଭ, ‘ବୋର୍ଡ଼ ଅଫ୍ ପିସ୍’ ଗଠନ କଲେ ଟ୍ରମ୍ପ।
