May 20, 2025

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ କ୍ରୀଡା ମହୋତ୍ସବ

Share

ବୁଗୁଡ଼ା : ତା ୨୨/୦୧/୨୫ : ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଶ୍ରୀକର ଭଞ୍ଜ ଯୁବ ପରିଷଦ ସହଯୋଗରେ ବୁଗୁଡ଼ାଠାରେ ଜିଲ୍ଲାସ୍ତରୀୟ କ୍ରୀଡା ମହୋତ୍ସବ ସ୍ଥାନୀୟ ପିପୁଲ୍ସ କଲେଜ କ୍ରୀଡା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପିପୁଲ୍ସ କଲେଜ ଅଧ୍ୟକ୍ଷ ହରେକୃଷ୍ଣ ନାୟକ , ସମ୍ମାନିତ ଅତିଥି ରୂପେ ଜିଲ୍ଲା ଯୁବ ଅଧିକାରୀ ଅକ୍ଷୟ ଭାସ୍କର ନିପାନେ, ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଓ ଆତ୍ମ ପ୍ରକାଶ ନାୟକ ଯୋଗ ଦେଇ ଖେଳାଳିଙ୍କୁ ମାର୍ଗ ଦର୍ଶନ କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏଥିରେ ମୋଟ ୪ଟି ବ୍ଲକର ଶତାଧିକ ଖେଳାଳି ଭାଗନେଇଥିଲା ବେଳେ ପ୍ରତିଯୋଗିତାଗୁଡିକୁ କ୍ରୀଡ଼ା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ,ଏମ୍. ଶ୍ରୀନିବାସ ଦୋରା ଓ ବିଶେଶ୍ୱର ଗିରି ପ୍ରମୁଖ ପରିଚାଳନା କରିଥିଲେ । ଶ୍ରୀକର ଭଞ୍ଜ ଯୁବ ପରିଷଦର ସଭାପତି ଶ୍ରୀକାନ୍ତ ସାହୁ, କୋଷାଧ୍ୟକ୍ଷ କେ.ଅମ୍ରିତ ସାଗର ପାତ୍ର ,ଉପସଭାପତି ଚନ୍ଦନ ସ୍ବାଇଁ , ସମ୍ପାଦ ବିକ୍ରମ ସେଠୀ , ସହସମ୍ପାଦକ ଆଶୁତୋଷ ମହାପାତ୍ର , ଆୟୁଷ ଦ୍ବାରିକା ଦର୍ଶନ ପାଢ଼ୀ, ତୋଫାନ ବିଷୋୟୀ , ଅଭିଜିତ ପାଳ ,ଦୀପକ କୁମାର ଜେନା,ବିକାଶ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।